ଦଶପଲ୍ଲା ୨୬/୭ : ଅଗଷ୍ଟ ରୁ ଦଶପଲ୍ଲା କୁ ଗଡିବ ନିୟମିତ ରେଲଗାଡି । ଏନେଇ ଶେଷ ହୋଇଛି ନିରୀକ୍ଷଣ । ବୁଧବାର ଦିନ ଦକ୍ଷିଣ ପୂର୍ବ ରେଳ ପଥ ର ମୁଖ୍ୟ ସୁରକ୍ଷା ଅଧିକାରୀ ଏ ଏମ ଚୌଧୁରୀ ଙ୍କ ନେତୃତ୍ୱରେ ଏକ ବୈଷୟିକ ନିରୀକ୍ଷଣ ଦଳ ଏହାର ନିରିକ୍ଷଣ କରି ଫେରିଛନ୍ତି । ଏହି ଦଳ ନୂଆଗାଁ ଠାରୁ ଦଶପଲ୍ଲା ପର୍ଯ୍ୟନ୍ତ ହୋଇଥିବା ରେଳପଥ , ବ୍ରିଜ଼, ଏବଂ ଦଶପଲ୍ଲା ରେଲୱେ ଷ୍ଟେସନ ବୁଲି ନିରୀକ୍ଷଣ କରିଥିବା ବେଳେ ରେଳ ଗାଡି ଚଳାଚଳ ପାଇଁ ଥିବା ସିଗନାଲ ବ୍ୟବସ୍ଥାର ଯାଞ୍ଚ କରିଥିଲେ । ଦଶପଲ୍ଲା କୁ ନିୟମିତ ରେଲଗାଡି ଚଳାଚଳ ପାଇଁ ଏହି ଯାଞ୍ଚ କମିଟି ପକ୍ଷରୁ ରିପୋର୍ଟ ପ୍ରଦାନ କରାଯିବା ପରେ ନିୟମିତ ରେଲଗାଡି ଚଳାଚଳ କରିବ । ସୂଚନା ଯୋଗ୍ୟଯେ, ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ କାର୍ଯ୍ୟ ଏବେ ଦଶପଲ୍ଲା ରେ ପହଂଚିଛି । ଏହି ରେଳପଥ ନିର୍ମାଣ କାର୍ଯ୍ୟ ଦଶପଲ୍ଲା ପର୍ଯ୍ୟନ୍ତ ଶେଷ ହୋଇଛି । ଏବେ ରେଲଗାଡି ନୟାଗଡ ଜିଲ୍ଲା ନୂଆଗାଁ ପର୍ଯ୍ୟନ୍ତ ଚାଲିଥିବା ବେଳେ ଅଗଷ୍ଟ ମାସରେ ଏହା ଦଶପଲ୍ଲା ରେ ପହଂଚିବା ସମ୍ଭାବନା ରହିଛି । ରଥ ଯାତ୍ରା ପୂର୍ବରୁ ଦଶପଲ୍ଲା କୁ ନିୟମିତ ରେଲଗାଡି ଚଳା ଚଳ କରିବ ବୋଲି ସାଧାରଣ ରେ ଆଶା ପ୍ରକଟ କରାଯାଇଥିଲା । ମାତ୍ର ରେଳ ପଥ ନିର୍ମାଣ ରେ ତ୍ରୁଟିଥିବା ଜଣାପଡିବା ପରେ ଏହାକୁ ଠିକ କରାଯାଇଛି । ଏବେ ନିରୀକ୍ଷଣ ରେ ଆସିଥିବା ମୁଖ୍ୟ ସୁରକ୍ଷା ଅଧିକାରୀ ଙ୍କ ରିପୋର୍ଟ କୁ ଅପେକ୍ଷା କରାଯାଇଛି । ମୁଖ୍ୟ ସୁରକ୍ଷା ଅଧିକାରୀ ଦଶପଲ୍ଲା ଷ୍ଟେସନ ରେ ପହଂଚିବା ପରେ ଦଶପଲ୍ଲା ଜନସାଧାରଣ ଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯିବା ସହ ଶୁଭେଚ୍ଛା ଜଣା ଯାଇଥିଲା ।
