Odisha news

ଗ୍ରାମ ବିବାଦ : ରୋଷେୟାଙ୍କ ଧମକ ପାଇଁ ବିଦ୍ୟାଳୟକୁ ଅସୁନାହାନ୍ତି ଛାତ୍ର ଛାତ୍ରୀ

0

ଦଶପଲ୍ଲା ୬/୭ : କେନ୍ଦୁପତ୍ର ଫଡ଼ି କୁ ନେଇ ଦଶପଲ୍ଲା ବ୍ଲକ ଦୁଡା ପଂଚାୟତ ଦୁଡା ଓ କନ୍ନଡି ଗ୍ରାମ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏହାର ପ୍ରଭାବ ବିଦ୍ୟାଳୟ ରେ ପଡିଛି ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ଥିବା ମହିଳା ରୋଷେୟା ଖାଦ୍ୟରେ ବିଷଦେଇ ବିଦ୍ୟାଳୟ ର ଛାତ୍ରଛାତ୍ରୀ କୁଂ ଜୀବନରେ ମାରିଦେବାକୁ ଧମକ୍ ଦେଉଥିବା ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଦୁଡା ଓ କନ୍ନଡି ଗ୍ରାମ ମଧ୍ୟରେ କେନ୍ଦୁପତ୍ର ଫଡି ବିବାଦକୁ ନେଇ , ବହୁଦିନ ଧରି ବିବାଦ ଲାଗିରହିଛି । କନ୍ନଡି ଗ୍ରାମର ଛାତ୍ରଛାତ୍ରୀ ମାନେ ଦୁଡା ବିଦ୍ୟାଳୟ କୁ ପାଠ ପଢିବାକୁ ଆସିଥାନ୍ତି । ଏହି ବିଦ୍ୟାଳୟ ରେ ରୋଷେୟା ଭାବେ ଭଗବତୀ ଯାନୀ କାମ କରନ୍ତି ମାତ୍ର ଗ୍ରାମ ବିବାଦ କୁ କେନ୍ଦ୍ରକରି ମହିଳା ରୋଷେୟା ଭଗବତୀ ଜାନୀ କନ୍ନଡି ଗ୍ରାମର ଛାତ୍ରଛାତ୍ରୀ ମାନକୁଂ ଖାଦ୍ୟରେ ବିଷଦେଇ ମାରିଦେବାକୁ ଧମକ୍ ଦେଉଥିବା କନ୍ନଡି ରୁ ଆସୁଥିବା ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଏହି ଭୟରେ କନ୍ନଡି ଗ୍ରାମର ପ୍ରାୟ ୨୭ ଜଣ ଛାତ୍ରଛାତ୍ରୀ ୧୩ ଦିନ ହେଲା ବିଦ୍ୟାଳୟ କୁ ଆସୁନାହାନ୍ତି ।ମହିଳା ରୋଷେୟା ଜଣକ ବାରମ୍ବାର ଏଭଳି ଧମକ୍ ଦେବା ଫଳରେ ଛାତ୍ରଛାତ୍ରୀ କଂ ପିତାମାତା ଓ ଅଭିଭାବକ ମାନେ, ବିଦ୍ୟାଳୟ ପରିଚାଳନା କମିଟି କୁ ଏ ବିଷୟରେ ଅବଗତ କରାଇଛନ୍ତି ।ଏ ବିଷୟରେ ମହିଳା ରୋଷେୟା କୁଂ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ମାତ୍ର ବିଦ୍ୟାଳୟ ପରିଚାଳନା କମିଟି ଏହି ସମସ୍ୟାର ସୁ – ସମାଧାନ ନ କଲେ ଛାତ୍ର ଛାତ୍ରୀ ମାନଙ୍କ ପିତାମାତା ଓ ଅଭିଭାବକ ମାନେ ସେମାନଙ୍କ ପିଲାମାନଙ୍କୁ ଅନ୍ୟତ୍ର ବିଦ୍ୟାଳୟ ରେ ପାଠ ପଢ଼ାଇବାକୁ ବାଧ୍ୟ ହେବେ ବୋଲି ସୂଚନା ଦେଇଛନ୍ତି । ଏଭଳି ବାରମ୍ବାର ମୃତ୍ୟୁ ଧମକ୍ ଦେଉଥିବା ମହିଳା ରୋଷେୟା କୁଂ ଶିଘ୍ର କାର୍ଯ୍ୟରୁ ଅନ୍ତର କରିବା ପାଇଁ କନ୍ନଡି ଗ୍ରାମବାସୀ ଓ ଅଭିଭାବକ ମାନେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ,ଜିଲ୍ଲାପାଳ, ବିଡିଓ , ମଣ୍ଡଳ ଶିକ୍ଷାଧିକାରୀ କୁଂ ଅବଗତ କରିଛନ୍ତି । ମାତ୍ର ଅଦ୍ୟାବଧି କୈଣଷି ପଦକ୍ଷେପ ନିଆଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି

Nalco
Leave A Reply