Odisha news

ଦଶପଲ୍ଲା ଏନ ଏ ସି ପକ୍ଷରୁ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଦଶପଲ୍ଲା ୨୩/୬  : ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଚାଲିଥିବା ବଡାଖାନା କାର୍ଯ୍ୟକ୍ରମ ଦଶପଲ୍ଲା ଏନ ଏ ସି ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି । ଏନ ଏ ସି ଅଧ୍ୟକ୍ଷା ପୁନମ ପ୍ରୀୟଦର୍ଶନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ ବେହେରା ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ,ସ୍ଥାନୀୟ ତହସିଲ ଦାର ଶ୍ରୀ କୁମାର ରଥ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ଵମ୍ବର ମହାପାତ୍ର, ଅତିରିକ୍ତ ତହସିଲ୍ ଦାର ଯୋଗ ଦେଇଥିଲେ। ଉପସ୍ଥିତ ଅତିଥିମାନେ ସ୍ୱଚ୍ଛଭାରତ ମିଶନ ମାଧ୍ୟମ ରେ କାର୍ଯ୍ୟ କରୁଥିବା କର୍ମଚାରି ଓ ସଫେଇ କାର୍ଯ୍ୟରେ ନିଜକୁ ନିଟଜିତ କେଇଥିବା ସଫେଇ ବାଲାଙ୍କ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିବା ବେଳେ ଉସ୍ଛାହିତ କରିଥିଲେ । ଶେଷରେ ବିଧାୟକ ଶ୍ରୀ ବେହେରା ବଡାଖାନା ଖାଦ୍ୟ କୁ ଉଦଘାଟନ କରିବା ସହ ନିଜେ ଖାଦ୍ୟ ପରସି ଥିଲେ । ବିଶେଷ ଭାବେ ଉପସ୍ଥିତ ସମସ୍ତ ଅଧିକାରୀ ଏଥିରେ ସାମିଲ ହୋଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଦଶପଲ୍ଲା ଏନ୍ ଏ ସି କାର୍ଯ୍ଯାଳୟ ର କର୍ମଚାରୀ ଓ ସଫେଇ କର୍ମଚାରୀ  ଉପସ୍ଥିତ ରହିଥିଲେ।

Leave A Reply