ଦଶପଲ୍ଲା ୨୧/୬ : ବୁଧବାର ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ (ପତିତପାବନ ) ଙ୍କ ମତ୍ସ ଅବତାର ଦେଖିବାକୁ ମିଳିଛି । ମାଉସୀ ମା ମନ୍ଦିରରେ ପ୍ରଭୁଜଗନ୍ନାଥ ଙ୍କ ଏହି ରୂପ ଦେଖିବାକୁ ବହୁ ଜନ ଗହଳି ହୋଇଥିଲା । ମଙ୍ଗଳ ବାର ଦିନ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁ ଙ୍କୁ ପହଣ୍ଡି କରି ରଥା ରୂଢ କରାଯିବା ପରେ ରଥଟଣା ଯାଇଥିଲା । ଶେଷରେ ମାଉସୀ ମା ମନ୍ଦିର ନିକଟ ଲକ୍ଷ୍ମୀବାଜ଼ାର ଠାରେ ରଥ ଅଟକି ରହିଥିଲା । ବୁଧବାର ଦିନ ମହାପ୍ତଭୁ ଙ୍କୁ ପାହଣ୍ଡି କରୀ ଗୁଣ୍ଡିଚା ମଣ୍ଡପ କୁ ନିଆଯାଇଥିଲା । ସେଠାରେ ମହାପ୍ରଭୁ ଙ୍କ ନୀତି ସମାପନ ପରେ ମହାପ୍ରଭୁ ମତ୍ସ ଅବତାର ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ।