ଦଶପଲ୍ଲା ୧୬/୯ : ଦଶପଲ୍ଲା ର ଜଣା ଶୁଣା ଅବସର ପ୍ରାପ୍ତ ଶିକ୍ଷକ ଦେବରାଜ ବେହେରା ଙ୍କ ୮୩ ବର୍ଷ ରେ ପରଲୋକ ହୋଇଛି । ସେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଥିବା ବେଳେ ଦୀର୍ଘଦିନ ଧରି ନଅ ରାଜ୍ୟ ଗୌଡ ସମାଜ ର ସଭାପତି ଭାବେ କାର୍ଯ୍ଯ ତୁଲାଇ ଥିଲେ । ତାଙ୍କର ମୃତ୍ୟୁ ରେ ଶିକ୍ଷକ ମାନଙ୍କ ମହଲ ରେ ସୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ଜନ୍ମମାଟି ମାଧ୍ୟାଖଣ୍ଡ ବାଘୁଆପଶି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ପାର୍ଥିବ ଶରୀର କୁ ଗାଁ ମଶାଣିରେ ପଞ୍ଚ ନାମ କରାଯାଇଥିବା ବେଳେ ବଡ଼ପୁଅ ବିରଞ୍ଚି ନାରାୟଣ ବେହେରା ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ସମୟ ରେ ପରିବାର ର ସମସ୍ତ ଲୋକ ଉପସ୍ଥିତ ଥିଲେ ।