ଦଶପଲ୍ଲା୧୯/୬:ଦିନକୁ ଦିନ ବଢି ଚାଲିଛି ନାବାଳିକା ପ୍ରେମ ସମ୍ପର୍କ । ଏହି ପ୍ରେମ ସମ୍ପର୍କରେ କିଏ ଭଲ ପାଇ ପ୍ରେମିକ ସହ ଚାଲି ଜାଉଛିତ କିଏ ପ୍ରେମିକ ସହ ଶାରୀରିକ ସଂପର୍କ ରଖିବା ପରେ ପ୍ରେମିକ ଧୋଖା ଦେଉଛି । କେତକ ସ୍ଥାନରେ ଏହି ପ୍ରେମ ସମ୍ପର୍କ ପରେ ବିବାହ ବନ୍ଧନ ରେ ବାନ୍ଧି ହେଉଛନ୍ତି । ମାତ୍ର ବହୁ କ୍ଷେତ୍ର ରେ ପ୍ରଥମେ ମୋବାଇଲ୍ ରେ ଭଲପାଇବା,ପରେ ବିବାହ ର ମିଥ୍ୟା ପ୍ରତିଶ୍ରୁତି ପରେ ଶାରୀରିକ ସଂପର୍କ ଏହି ଭଲ ପାଇବାକୁ କ୍ଷଣକ ମଧ୍ୟରେ ଭାଙ୍ଗି ଦେଇଥିବା ବେଳେ ଉଭୟ ଙ୍କ ମଧ୍ୟରେ ଦେଖା ଦେଇଥାଏ ତିକ୍ତତା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ଅଞ୍ଚଳରେ । ପ୍ରଥମେ ମୋବାଇଲ୍ ରେ ଭଲପାଇବା ପରେ ଉଭୟ ଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ ସହ ଶାରୀରିକ ସମ୍ପର୍କ ଏହା ପରେ ନାବାଳିକା ଗର୍ଭବତୀ ହୋଇ ସନ୍ତାନ ପ୍ରସବ କରିବା ପରେ ପ୍ରେମିକ ପ୍ରେମିକା କୁ ଧୋକା ଦେଇ ଗିରଫ ହୋଇଛି । ସୂଚନା ଅନୁସାରେ ଦଶପଲ୍ଲା ଥାନା ବନ୍ଧୁ ଗାଁ ଗ୍ରାମର ଜଣେ ନା ବାଳିକାକୁ ମକର ପ୍ରସାଦ ଗ୍ରାମର ସୁମନ୍ତ ସାହୁ ଆମକ ଜଣେ ଯୁବକ ପ୍ରଥମେ ମୋବାଇଲ୍ ରେ କଥା ହେବା ପରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ତୋଳି ଥିଲା । ପରେ ଉଭୟ ଉଭୟ ଙ୍କୁ ଭଲ ପାଉଥିବା ବେଳେ ଉଭୟ ଉଭୟ ଙ୍କୁ ବିବାହ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଇତି ମଧ୍ୟରେ ଉଭୟ ଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ି ତୋଳିବା ସହ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ । ଏହା ଜାଣିପାରି ପ୍ରେମିକ ସୁମନ୍ତ ନା ବାଳିକା ଠାରୁ ଛାଡି ଚାଲିଯାଇଥିବା ବେଳେ ନା ବାଳିକା ଗର୍ଭ ରେ ଥିବା ସନ୍ତାନ ଟି ବଢି ଚାଲିଥିଲା । ଏହା ପରେ ଗତ ୧୬ ତାରିଖ ଦିନ ନା ବାଳିକା ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୟାଗଡ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିବା ବେଳେ ନା ବାଳିକା ଟି ଏକ ସନ୍ତାନ ପ୍ରସବ କରିଥିଲା । ଏହା ଜଣା ପଡ଼ିବା ପରେ ଘଟଣା ପଦାକୁ ଆସିବା ସହ ନାବାଳିକା ଜଣକ ତାର ବାପା ମା କୁ ସବୁ କଥା କହିଥିଲା ପରେ ସୁମନ୍ତ ନା ବାଳିକା କୁ ବିବାହ ପାଇଁ ମନା କରିଥିବାରୁ ତାର ଔରସ ରୁ ଏହି ସନ୍ତାନ ଜନ୍ମ ନେଇ ନଥିବା କହି ଏହାକୁ ବିରୋଧ କରିଥିଲା । ମାତ୍ର ନା ବାଳିକା ଜଣକ ଘଟଣା ସମ୍ପର୍କ ରେ ଦଶପଲ୍ଲା ଥାନାରେ ଜଣାଇବା ପରେ ପୋଲିସ ସୁମନ୍ତ ଙ୍କୁ ରବିବାର ଦିନ ଗିରଫ କରି ସୋମବାର ଦିନ କୋର୍ଟ ଚାଲାଣ କରିଛି । ଅନ୍ୟ ପାର୍ଶ୍ଵରେ ନା ବାଳିକା ଜଣକ ତାର ଜନ୍ମିତ ସନ୍ତାନ କୁ ଧରି ଘର କୁ ଯିବାକୁ ଚାହୁଁ ବେଳେ ପରିବାର ପକ୍ଷରୁ ଜନ୍ମିତ ସନ୍ତାନ କୁ ବିରୋଧ କରାଯାଉଥିବା ଜଣା ପଡ଼ିଛି । ଏବେ ଜନ୍ମିତ ସନ୍ତାନ କୁ ଧରି ନା ବାଳିକା ଘରକୁ ଜୀବ ନା ସୁଧାର ଗୃହକୁ ଯିବା ତାହା ଦେଖିବାକୁ ବାକି ରହିଲା ।