Odisha news

ଦଶପଲ୍ଲାରେ ରଜ ଉତ୍ସବ ପାଳିତ

0

ଦଶପଲ୍ଲା ୧୫/୬ : ଓଡ଼ିଆ ଜାତିର ପର୍ବ ମାନଙ୍କ ମଧ୍ୟରେ ରଜ ପର୍ବ ଅନ୍ୟତମ । ଏହା ହେଉଛି ମାଟି ମା ର ପର୍ବ ଓ କୁଆଁରୀ କନ୍ୟା ମାନଙ୍କ ପର୍ବ । ଦଶପଲ୍ଲାର ବିଭିନ୍ନ ସ୍ଥାନରେ ଏହି ରଜ ପର୍ବ ଧୁମ୍ ଧାମ ରେ ପାଳିତ ହୋଇ ଯାଇଛି । ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଘରେ ଘରେ ଏହି ପର୍ବ ପାଳନ କରାଯାଈଛି । କୁଆଁରୀ କନ୍ୟା ମାନେ ନୁଆ ପୋଷାକ ପିନ୍ଧି ରଜପାନ ଖାଇ ଦୋଳି ଖେଳର ମଜା ନେଇଥିବାବେଳେ ଦଶପଲ୍ଲା ର ‘ ଆମେ ‘ ସଂଗଠନ ପକ୍ଷରୁ ରଜ ଷ୍ଟାର ୨୦୨୩ ପାଳିତ ହୋଇ ଯାଇଛି । ସଙ୍ଗଠନ ର ସଭାପତି ସନ୍ତୋଷ କୁମାର ସାହୁ ଙ୍କ ସଭାପତିତ୍ବରେ ସ୍ଥାନୀୟ ନେତାଜୀ ମଇଦାନ ଠାରେ ଅନୁଷ୍ଠିତ ଏହି ରଜ ସନ୍ଧ୍ୟାର କାର୍ଯ କ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କେପିଡି ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ପୂର୍ଣ୍ଣ ମାସି ଦେବୀ, ସମ୍ମାନିତ ଅତିଥିଭାବେ ଏନ୍ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟ ଦର୍ଷିନୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ପ୍ରମୁଖ ଯୋଗ ଦେଇ ରଜ ପର୍ବ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଉପସ୍ଥିତ ଯୁବତୀ ଓ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ । ଚଳିତ ବର୍ଷର ସିନିୟର୍ ବିଭାଗରେ ସୁନିତା ନାୟକ, ଜୁନିୟର ବିଭାଗ ରେ ହରପ୍ରିୟା ଶରାବ,ଓ ସବ ଜୁନିଅର ଗ୍ରୁପ ରେ ପ୍ରଜ୍ଞାପରମିତା ଦାସ ଙ୍କୁ ରଜ ଷ୍ଟାର ଭାବେ ଘୋଷଣା କରାଯାଇ ସମ୍ମାନିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply