Odisha news

ବିଶ୍ଵ ପରିବେଶ ଦିବସ ପାଳିତ ସଫେଇବାଲା ଙ୍କୁ ମିଳିଲା ଗରିମା କାର୍ଡ

0

ଦଶପଲ୍ଲା ୫/୬ : ଦଶପଲ୍ଲାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇ ଯାଇଛି । ବିଭିନ୍ନ ଅନୁଷ୍ଠାନ ଓ ବିଦ୍ୟାଳୟ ମାନଙ୍କରେ ଏହି ଦିବସ ପାଳିତ ହୋଇ ଯାଇଛି । ଦଶପଲ୍ଲା ବନ ବିଭାଗ ପକ୍ଷରୁ ଏକ ସଚେତନ ଶୋଭାଯାତ୍ରା କରାଯିବା ସହ ଛାତ୍ର ଛାତ୍ରୀ ମାନ ଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।  ଦଶପଲ୍ଲା  ଉଚ୍ଚ ବିଦ୍ୟାଳୟ ର ଏନ୍ ସି ସି ଛାତ୍ର ମାନଙ୍କୁ ନେଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ମହାବୀର ମନ୍ଦିର ଠାରୁ ବାହାରି ବିଭିନ୍ନ ସହର ପରିକ୍ରମା କରିଥିଲା । ଏହି ଦିବସ ଉପଲକ୍ଷେ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ  ଗରିମା ଯୋଜନାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କାର୍ଯ୍ୟରତ ସଫେଇବାଲା ଙ୍କୁ ଚିହ୍ନଟ କରି ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।  ଏନ୍ ଏ ସି କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ପୁନମ  ପ୍ରିୟଦର୍ଶିନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗାରିମା କାର୍ଯକ୍ରମ ରେ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର, ସିଡିପିଓ ରୀନା ସରିତା ଲରେନ୍ସ, ସାଂସଦ ପ୍ରତିନିଧି ସଂଯୁକ୍ତା ଦାସ ଗୁପ୍ତା,ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ, ଯନ୍ତ୍ରୀ ଅଶୋକ କୁମାର ଦଳବେହେରା, ପ୍ରମୁଖ ଯୋଗ ଦେଇ ଗରିମା ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ପରିବେଶ ସୁରକ୍ଷାରେ ସଫେଇ ବାଲାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯକ୍ରମ କୁ ସଫେଇ ଏକ୍ସ ପଟ ଦେବିଦତ ତ୍ରିପାଠୀ ସଂଯୋଜନା କରିଥିଲେ । ଏଥିରେ ୨୭ ଜଣ ମହିଳା ଓ ପୁରୁଷ ସଫେଇବାଲା ଙ୍କୁ ଏହି ଯୋଜନାରେ ସାମିଲ କରି ପରିଚୟପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଏନ ଏ ସି କାଉନସିଲର ସହ ସ୍ୱଚ୍ଛସାଥି,ସମସ୍ତ ସଫେଇବାଲା   ଉପସ୍ଥିତ ଥିଲେ

Leave A Reply