Odisha news

ନାତି ବାହାଘର ଦିନ ଅଜା ର ମୃତ୍ୟୁ

0
ଦଶପଲ୍ଲା ୧୭/୫ : ଦଶପଲ୍ଲା ଏନ୍ ଏ ସି ସ୍ଥିତ ଭୂତପଲ୍ଲି ଗ୍ରାମରେ ନାତିର ବାହାଘର ଦିନ ଅଜା ର ମୃତ୍ୟୁ ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଘଟଣାରୁ ଜଣା ଯାଏ, ଦଶପଲ୍ଲା ଥାନାରେ କାର୍ଯ୍ୟରତ ଥିବା ଗ୍ରାମରଖି ଦେବରାଜ ନାୟକ ଗତ କିଛି ଦିନ ତଳେ ଅଣ୍ଡକୋସ ରେ ଅସ୍ତ୍ରୋପଚାର କରିଥିଲେ । ଅପରେସନ ପରେ ସେ ଦୁର୍ବଳ ହୋଇ ପଡିଥିବା ବେଳେ ତାଙ୍କ ନାତି ଦୀପକ ନାଏକ ଙ୍କ ବାହାଘର ଗଣିଆ ଥାନା ପତଣ୍ଡା ରେ ଠିକ୍ ହୋଇଥିଲା ।  ୧୬ ତାରିଖ ଦିନ ତାଙ୍କର ବାହାଘର ସ୍ଥିର ହୋଇଥିଲା । ଏଥି ନିମନ୍ତେ ସମସ୍ତ ପର୍ବ ଶେଷ ହୋଇଥିବା ବେଳେ ଘରେ ହସଖୁସି ଲାଗି ରହିଥିଲା ।ସମସ୍ତ ବନ୍ଧୁବାନ୍ଧବ ଘରେ ଉପସ୍ଥିତ ଥିବା ବେଳେ  ନାତି ଦୀପକ ବାହା ହୋଇ ଯିବା ପାଇଁ ପ୍ରସ୍ତୁତି ରେ ଲାଗିପଡ଼ିଥିଲେ । ହଠାତ୍ ପରିବାର ରେ ଦୁଃଖର ଛାୟା ଖେଳି ଯାଇଥିଲା । ଅସୁସ୍ଥ ଥିବା ଦେବରାଜ ସବୁଦିନ ପାଇଁ ଆଖିବନ୍ଦ କରି ଦେଇଥିଲେ । ଏ ଖବର ପ୍ରଚାର ହୋଇ ଯିବା ପରେ ବନ୍ଧୁ ବାନ୍ଧବ ଓ ପରିବାର ଲୋକଙ୍କ ମଧ୍ୟ ରେ ଦୁଃଖର ଛାୟା ଖେଳି ଯାଇଥିଲା । ଅନ୍ୟ ପାର୍ଶ୍ଵରେ ମଙ୍ଗୁଲା ଦୀପକ ବାହା ହେବା ପାଇଁ ସାଙ୍ଗ ସାଥୀ ଙ୍କୁ ଧରି ବାହା ହେବା ପାଇଁ ପତଣ୍ଡା ଠାରେ ପହଞ୍ଚିଥିଲେ  ଓ ସେଠାରେ ବାହାଘର ହୋଇଥିଲା । ପରେ ଦୀପକ ନୂଆ ବୋହୂକୁ ଧରି ଏବେ ଲଜ ରେ ରହିଥିବା ବେଳେ ଦେବରାଜ ଙ୍କ ଶୁଦ୍ଧ କ୍ରିୟା ପରେ ନାତି ଦୀପକ ନୂଆ ବୋହୂକୁ ଧରି ଘରକୁ ଜିବେ ବୋଲି ଜଣା ପଡିଛି । ଏହି ଘଟଣା ଆଲୋଚ୍ୟର ବିଷୟ ହୋଇଛି ।
Govt
Leave A Reply