ଦଶପଲ୍ଲା : କରୋନା କଟକଣା ପାଇଁ ବନ୍ଦଥିବା ଦଶପଲ୍ଲା ର ଏଇତିହାସିକ ଲଙ୍କାପୋଡି ଯାତ୍ରା ଆରମ୍ଭ ହୋଇଛି । ରାମଜନ୍ମ ଠାରୁ ଆରମ୍ଭ ହେଉଥିବା ଏହି ଯାତ୍ରା ଲୋକ ମାନଙ୍କ ମଧ୍ୟରେ ଉସ୍ଛାହ ସୃଷ୍ଟି ହୋଇଛି । ଦଶପଲ୍ଲା ଅଂଚଳ ର ବିଭିନ୍ନ ଶ୍ରୀ ରାମ ମନ୍ଦିର ଓ ଶ୍ରୀ ମହାବୀର ଙ୍କ ମନ୍ଦିରରେ ରାମଜନ୍ମ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଶେଷ ଭାବେ ମହାବୀର କ୍ଷେତ୍ର ରେ ଅବସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଓ ଶ୍ରୀ ମହାବୀର ଜୀଉ, ସ୍ବପ୍ନେସ୍ୱର ମହାବୀର ଙ୍କ ପୀଠ, ସାତପାଟଣା ସ୍ଥିତ ଶ୍ରୀରାମ ମନ୍ଦିର,ଓ ଦୁର୍ଗାବଯ଼ାର ସ୍ଥିତ ଶ୍ରୀ ରାମ ମନ୍ଦିର ଓ ଦଶପଲ୍ଲା ଜେଲ ଖାନା ପରିସରରେ ରାମଜନ୍ମ ଉତ୍ସବ ପାଳିତ ହୋଇ ଯାଇଛି ।
ନୀତି ଓ ପରମ୍ପରା ଅନୁଯାୟୀ ଦଶପଲ୍ଲା ଶ୍ରୀ ଶ୍ରୀ ରଘୁନାଥ ଜୀଉ ଓ ଶ୍ରୀ ମହାବୀର ଙ୍କ ପୀଠରେ ରାମଜନ୍ମ ଉତ୍ସବ ଧୁମ ଧାମ ରେ ପାଳିତ ହୋଇ ଯାଇଛି । ଏଠାରେ ବିଗତ ବର୍ଷ ପରି ଚଳିତ ବର୍ଷ ଦଶପଲ୍ଲାର ଐତିହାସିକ ଲଙ୍କାପୋଡି ଯାତ୍ରା ଆରମ୍ଭ ହୋଇଛି । ଲଙ୍କାପୋଡି ଯାତ୍ରା ର ପ୍ରଥମ ଦିବସ ରେ ଶ୍ରୀରାମ ଜନ୍ମ ଉତ୍ସବ ପାଳିତ ହୋଇଛି ।
ଶ୍ରୀରାମ ଜନ୍ମ ଉପଲକ୍ଷେ ଦଶପଲ୍ଲା ର ପ୍ରସିଦ୍ଧ ଠାକୁର ଶ୍ରୀଶ୍ରୀ ରଘୁନାଥ ଜୀଉ ଓ ଶ୍ରୀ ମହାବୀର ଙ୍କ ପ୍ରାତଃ ମାଜଣା ଦେବନୀତି ସମ୍ପନ୍ନ ହୋଇଛି। ଏହାସହ ରାମଳିଲା ନାଟକ ପରିବେଷଣ କରୁଥିବା କଳାକାର ମାନଙ୍କ ସମୁହଁ ବ୍ରତ ଧାରଣ ,ଗୌରୀକ ବସ୍ତ୍ର ଧାରଣ ଦେଖିବାକୁ ମିଳିଥିଲା । ମଧ୍ୟାହ୍ନ ସମୟା ରେ ମନ୍ଦିର ପ୍ରାଙ୍ଗଣ ରେ ଉପାସକ ଓ ଭକ୍ତ ମାନଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା । ଶ୍ରୀରାମଜନ୍ମ ପରେ ମଞ୍ଚ ଉପରେ ବ୍ରତଧାରୀ ମାନଙ୍କ ଦ୍ୱାରା ବନ୍ଦନା ସହ ରାମଜନ୍ମ ପୁରାଣ ପାଠ କରାଯାଇଥିଲା । ସନ୍ଧ୍ୟା ସମୟ ରେ ସମସ୍ତଙ୍କ ଦ୍ୱାରରେ ଦୀପ ଓ ପୂର୍ଣ କୁମ୍ଭ ଦେଖିବାକୁ ମିଳିଥିଲା । ରାତିରେ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ବ୍ରତଧାରୀ ମାନଙ୍କ ଦ୍ୱାରା ମୁଖ୍ୟ ମଞ୍ଚରେ ଶ୍ରୀ ରାମ ଜନ୍ମ ନାଟକ ପରିବେଷଣ ହୋଇଥିଲା । ଏହି ନାଟକ ଦେଖିବାକୁ ବହୁ ଜନ ସମାଗମ ଗୋଇଥିଲା ।
