ଦଶପଲ୍ଲା ୧୬/୫ : ସୋମ ବାର ରାତିରେ ଦଶପଲ୍ଲା ଥାନା ଅନ୍ତର୍ଗତ ସିମିଳିସାହି ଗ୍ରାମରେ ତିନି ଜଣ ଙ୍କ ଘରେ ଚୋରି ହୋଇଥିବା ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି । ସେହି ଗ୍ରାମର ରାମ ଚନ୍ଦ୍ର ପ୍ରଧାନ, ତ୍ରିଲୋଚନ ପ୍ରଧାନ ଓ ରମେଶ ଚନ୍ଦ୍ର କାଠୁଆ ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ରେ ପୋଲିସ ଦୁଇଜଣ ଙ୍କୁ ଥାନାରେ ଅଟକ ରଖିଛି । ସୂଚନା ଯୋଗ୍ୟ ଯେ, ଅସହ୍ୟ ଗରମ ପାଇଁ ରାମ ଚନ୍ଦ୍ର ପ୍ରଧାନ ଙ୍କ ବଡଭାଇ ଓ ପରିବାର ଲୋକ ଛାତ ଉପରେ ସୋଇଥିବା ବେଳେ ଚୋରମାନେ ସିଡ଼ି ଦେଇ ଛାତ କୁ ଆସି ଘର ମଧ୍ୟରେ ପ୍ରବେଶ କରିଥିଲେ । ପରେ ଚୋର ମାନେ ଘରେ ଥିବା ଏକ ବାକ୍ସ କୁ ନେଇ ଯାଇଥିଲେ ଯେଉଁ ବାକ୍ସ ରେ ସୁନା ମାଳି ସହ ଟଙ୍କାଥିଲା । ଏହାସହ ଚୋର ମାନେ ରାମ ଚନ୍ଦ୍ର ଙ୍କ ମନୀପକ୍ସ୍, ଏଟିଏମ, ଓ ବାସନ କୁସନ ଚୋରି କରି ନେଇଥିବା ଜଣା ପଡ଼ିଛି । ସେହିପରି ତ୍ରିଲୋଚନ ଙ୍କ କବାଟ ତାଲା ଭାଙ୍ଗି ଚୋର ମାନେ ୧୫ ହଜ଼ାର ଟଙ୍କା ନେଇ ଯାଇଥିବା ବେଳେ ଚୋର ମାନେ ଚୋରି ପାଇଁ ରମେଶ ଙ୍କ ଘର ଗ୍ରିଲ କାଟୁଥିବା ବେଳେ ଘର ଲୋକ ଉଠିବାରୁ ଚୋର ମାନେ ଚାଲି ଯାଇଥିଲେ । ଏହି ଘଟଣା ଜଣା ପଡିବା ପରେ ସେହି ଗ୍ରାମର ଲୋକମାନେ ସନ୍ଦେହ ରେ ସୁଶାନ୍ତ କୁମାର ବେହେରା ଓ କେ ଭାସ୍କର ଦୋରା କୁ ସନ୍ଦେହ ରେ ଅଟକ ରଖି ପୋଲିସ ଜମା ଦେଇଥିବା ଜଣା ପଡ଼ିଛି । ପୋଲିସ ଏହି ଘଟଣାରେ ଉଭୟ ଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ତଦନ୍ତ ଜାରି ରଖିଛି ।