Odisha news

ବିବାହ ର ମିଥ୍ୟା ପ୍ରତିଶୃତି ପ୍ରେମିକା କୁ କଟକ ରେ ଛାଡି ପଳାଇଲା ପ୍ରେମିକ

0

ଦଶପଲ୍ଲା ୧୬/୫ : ପ୍ରଥମେ ମୋବାଇଲ ରେ ପ୍ରେମ, ବିବାହ ର ପ୍ରତି ଶୃତି ପରେ ପ୍ରେମିକା ଘର ଛାଡ଼ି ଆସିବା ପରେ ଭଡା ଘରେ ରଖି ଶାରୀରିକ ସମ୍ପର୍କ ଏବଂ ଶେଷରେ ବିବାହ ପଞ୍ଜି କରଣ ପାଇଁ କଟକ ନେଇ ପ୍ରେମିକା କୁ ଛାଡି ପ୍ରେମିକ ଫେରାର ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଘର ଖୋଜି ଖୋଜି ଏବେ ପ୍ରେମିକ ଘରେ ପ୍ରେମିକା । ଏଭଳି ଘଟଣା ଘଟିଛି ଦଶପଲ୍ଲା ଥାନା ଦିଣ୍ଡାଭୁଇଁ ଗ୍ରାମରେ । ଏହି ଗ୍ରାମରେ ବସ ବାସ କରନ୍ତି ପବିତ୍ର ଜେନା । ତାଙ୍କ ପୁଅ ପ୍ରଭାତ ଜେନା ଙ୍କ ସହ ଅନୁଗୁଳ ବଡ଼ସାହି ଓଲରିପ୍ରସାଦ ଗ୍ରାମର ଲକି(ଛଦ୍ମ ନାମ) ଙ୍କ ସହ ପ୍ରଥମେ ମୋବାଇଲ ରେ ଆରମ୍ଭ ହୁଏ ପ୍ରେମ ସମ୍ପର୍କ । ପରେ ଏହି ପ୍ରେମ ସମ୍ପର୍କ ଧିରେ ଧୀରେ ନିବିଡ଼ ହୋଇଥିବା ବେଳେ ଉଭୟ ଉଭୟ ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦିଅନ୍ତି । ଏପରିକି ରେଜେଷ୍ଟ୍ରି ମ୍ୟାରେଜ କରିବାକୁ ଉଭୟ ରାଜି ହେବା ପରେ ପ୍ରେମିକା ଲକି ଘରେ ନ ଜଣାଇ ଚାଲି ଆସନ୍ତି ପ୍ରେମିକ ପ୍ରଭାତ ଙ୍କ ପାଖକୁ ଗତ ଫେବ୍ରୁଆରୀ ମାସରେ । ପରେ ପ୍ରଭାତ ପ୍ରେମିକା ଲକି କୁ ନେଇ ଏକ ଭଡା ଘରେ ରଖିବା ସହ ବିବାହ ପଞ୍ଜିକରଣ ପରେ ନିଜ ଘରକୁ ନେବାପାଇଁ ପ୍ରେମିକାକୁ ପ୍ରତିଶ୍ରୁତି ଦିଅନ୍ତି। ଗତ ୧୩ ତାରିଖ ରେ ବିବାହ ପଞ୍ଜି କରଣ କରିବା କହି ପ୍ରେମିକ ପ୍ରଭାତ ପ୍ରେମିକା ଲକି କୁ ଧରି କଟକ ଯାଇଥିବାବେଳେ ସେଠାରେ ଲକି କୁ ଛାଡି ପ୍ରଭାତ କେଉଁ ଆଡେ ଚାଲି ଯାଇଛି । ପ୍ରଭାତ କୁ ନ ପାଇ ଲକି ଦଶପଲ୍ଲା ରେ ପହଂଚି ଏ ସମ୍ପର୍କରେ ଦଶପଲ୍ଲା ଥାନାରେଅଭିଯୋଗ କରିଥିବା ବେଳେ , ଯେଉଁ ସ୍ଥାନରେ ପ୍ରଭାତ ତୁମକୁ ଛାଡି ଚାଲି ଯାଇଛି ସେହି ସ୍ଥାନରେ ଥାନାକୁ ଯାଇ ଅଭିଯୋଗ କରିବା ପାଇଁ ପୋଲିସ କହିଥିଲେ।ପରେ ଲକି କଟକ ଯାଇ ପୋଲିସ କୁ ଲେଖି ଜଣାଇଥିଲା । ମାତ୍ର କଟକ ପୋଲିସ ଦଶପଲ୍ଲା ଥାନାରେ ଅଭିଯୋଗ କରିବା ପାଇଁ କହିବାରୁ ସେ ପୁଣି ଦଶପଲ୍ଲା ଫେରି ଦଶପଲ୍ଲା ଥାନାରେ ଅଭିଯୋଗ କରିଥିବା ଜଣା ପଡ଼ିଛି । ଏହାପରେ ପୋଲିସ ପ୍ରଭାତ ର ବାପା ପବିତ୍ର କୁ ଡାକି କଥା ହୋଇଥିବା ବେଳେ ଏବେ ପ୍ରେମିକା ଲକି ପ୍ରଭାତ ଙ୍କ ଘରେ ଜବରଦସ୍ତ ଥିବା ଜଣାପଡିଛି । ଏହାକୁ ନେଇ ପ୍ରଭାତ ଙ୍କ ପର୍ରିବାର ରେ ଅସନ୍ତୋଷ ଲାଗିରହିଥିବା ବେଳେ ପ୍ରଭାତ ଫେରାର ଥିବା ଜଣାପଡିଛି । ଏହି ଘଟଣା ଆଲୋଚ୍ୟ ର ବିଷୟ ହୋଇଥିବା ବେଳେ ଏହି ଘଟଣା ରେ ପ୍ରେମିକା ଲକ୍ଷ୍ମୀ କୁ ନ୍ୟାୟମିଳିବ କି ନାଁ ତାହା ଦେଖିବାକୁ ବାକି ରହିଛି ।

Leave A Reply