Odisha news

ସ୍ତ୍ରୀ କୁ ଛୁରୀ ମାରି ସ୍ୱାମୀ ଗିରଫ

0

ଦଶପଲ୍ଲା ୧୧/୫  : ସ୍ତ୍ରୀ କୁ ଛୁରୀ ମାରିବା ଅଭିଯୋଗ ରେ ପୋଲିସ ତାର ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଯୋଗ୍ୟଯେ, ଗଣିଆ ଥାନା ଅନ୍ତର୍ଗତ ଆଡକଟା ସିତୁଳିଆ ସାହି ରେ ବସବାସ କରନ୍ତି ଟୁଲୁ ପ୍ରଧାନ ଙ୍କ ପରିବାର । ଟୁଲୁ ଜଣେ ଟ୍ରାକ୍ଟର ଡ୍ରାଇଭର। ତାଙ୍କର ତିନୋଟି ସନ୍ତାନ ଥିବା ବେଳେ ମଝିଆ ପୁଅ ଶୁଭଙ୍କର ଜଣେ ଅନ୍ଧ ଦିବ୍ୟଙ୍ଗ ଅଟନ୍ତି । ଟୁଲୁ ବାପା ହୋଇ ସଦାସର୍ବଦା ଦିବ୍ୟଙ୍ଗ ପୁଅ ଶୁଭଙ୍କର କୁ ଭଲ ପାଉ ନଥିବା ବେଳେ ବୁଧବାର ଦିନ ଟୁଲୁ କାମରୁ ଫେରି ଦିବ୍ୟଙ୍ଗ ପୁଅ ଶୁଭଙ୍କର ର ବେକ ଚିପି ମାରିଦେବାକୁ ଉଦ୍ୟମ କରୁଥିବା ବେଳେ ତାର ସ୍ତ୍ରୀ ତପ ପ୍ରଧାନ ପୁଅକୁ ରକ୍ଷା କରିବାକୁ ଯାଇ ସ୍ୱାମୀକୁ ଛଡା ଛଡି କରିଥିଲା । ମାତ୍ର ଏଥିରେ ରାଗାନ୍ବିତ ହୋଇ ଟୁଲୁ ଏକ ଛୁରୀ ଆଣି ତାର ସ୍ତ୍ରୀ ତପ କୁ ଛୁରୀରେ ଆକ୍ରମଣ କରି ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି କରିଥିଲା । ଏ ସମ୍ପର୍କରେ ତପ ଗଣିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଟୁଲୁ କୁ ଗିରଫ କରି ଦଶପଲ୍ଲା ଜେ ଏମ ଏଫ ସି ଙ୍କ ଅଦାଲତରେ ହାଜ଼ର କରିଥିଲା । ଟୁଲୁଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଦଶପଲ୍ଲା ସବଜେଲ କୁ ପଠାଇ ଦିଆ ଯାଇଛି

Leave A Reply