Odisha news

ଚଳନ୍ତା ବସ ରୁ ଖସି ଯୁବକ ମୃତ୍ୟୁ

0
ଦଶପଲ୍ଲା ୧୧/୫ : ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡ଼ା ବାଲିସାହି ନିକଟ ୫୭ ନମ୍ୱର୍ ଜାତୀୟ ରାଜପଥ ଉପରେ ଚଳନ୍ତା ବସ ରୁ ଖସି ଜଣେ ଯୁବକ ର ମୃତ୍ୟୁ ହୋଇଛି । ଯୁବକ ଜଣକ ରଘୁନାଥ ନାମ୍ନୀ ବସରେ ଭୁବନେଶ୍ୱର ରୁ ଉମର କୋଟ ଯାଉଥିବା ବେଳେ ଶୌଚ ହେବା ପାଇଁ ବସ କର୍ମଚାରୀ ଙ୍କୁ କହିଥିଲେ । ବସ ରଖିବାକୁ ଯାଉଥିବା ବେଳେ ଯୁବକ ଜଣକ ବସ ରୁ ତଳକୁ ଓହ୍ଲାଇବା ସମୟ ରେ ଖସି ପଡ଼ିଥିଲେ । ଫଳରେ ଘଟଣା ସ୍ଥଳରେ ଯୁବକ ଜଣକ ଗୁରୁତର ହୋଇ ପଡ଼ିଥିବା ବେଳେ ପରେ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ ଯୁବକ ଙ୍କ ନାମ କୁନାଲ ସିଂ ଓ ତାଙ୍କ ଘର ଛତିଶଗଡ ରାଜ୍ୟ ବଂଶରି କୋର୍ଟ ଅଞ୍ଚଳ ର ବୋଲି ଜଣାପଡିଛି । ଏହି ଘଟଣାରେ ଅଭିଯୋଗ ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିଛି ।

Leave A Reply