ଦଶପଲ୍ଲା ୧୬/୪ : ନୂଆଗାଁ ଥାନା ଅନ୍ତର୍ଗତ ସୋରଡା ନିକଟରେ ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଠିଆ ହୋଇଥିବା ଏକ ଟ୍ରକ ସହ ବାଇକ ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଚାଳକ ଙ୍କ ନାମ ସୁବୋଧ କୁମାର ପ୍ରଧାନ (୩୦) ଓ ତାଙ୍କ ଘର ସ୍ଥାନୀୟ ଓଡସର ଗ୍ରାମରେ। ସୁବୋଧ ଜଣେ ବ୍ୟାଙ୍କ କର୍ମଚାରୀ। ସେ ନୟାଗଡ ରେ କାର୍ଯ୍ୟ କରନ୍ତି। ନିଜ ବ୍ୟାଙ୍କ କାମ ସାରି ସେ ରାତିରେ ନୟାଗଡ ରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା। ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ମୋକଦ୍ଦମା ରୁଜ୍ଜୁ କରାଯାଇ ବାଇକ ସହ ସୁବୋଧ ର ଶବକୁ ଜବତ କରିଥିବା ବେଳେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।