ଦଶପଲ୍ଲା ୧୧/୪ : ଦଶପଲ୍ଲା ଜରିପାଟଣା ଗ୍ରାମର ସ୍ୱର୍ଗତ ବିଦ୍ୟାଧର ସାହୁ ଙ୍କ ଧର୍ମ ପତ୍ନୀ ସ୍ୱର୍ଗତ ଜେମାମଣି ସାହୁ ଜଳଖିଆ ଦୋକାନ ରେ ବଳକା ହୋଇଯାଇଥିବା କିଛି ଛେନା ରେ ଚାଉଳ ଗୁଣ୍ଡ ସହ ଚିନି ମିଶାଇ ତାକୁ ପୋଡ଼ିଦେଇଥିଲେ । ତା ପରଦିନ ଏହା ଏକ ଭଲ ପୋଡପିଠା ହୋଇ ବାହାରିଥିଲା । ଏହା ଅତୀବ ସ୍ୱାଦିଷ୍ଟ ହୋଇଥିଲା । କାଳକ୍ରମେ ବିଦ୍ୟାଧର ଛେନାକୁ ପୋଡ଼ି ଛେନା ପୋଡ ତିଆରି କରି ବିକ୍ରୟ ଆରମ୍ଭ କରିଥିଲେ। ଏହା ବେଶ୍ ଲୋକାଦୃତ୍ ହୋଇଥିଲା ।
ପରେ ବିଦ୍ୟାଧର ଙ୍କ ପୁଅ ସୁଦର୍ଶନ ସାହୁ ଓ ଭଗବାନ ସାହୁ ନୟାଗଡ ଚାଲି ଯାଇଥିବା ବେଳେ ବିଦ୍ୟାଧର ଓ ତାଙ୍କ ପୁଅ ଗୌର ଚନ୍ଦ୍ର ସାହୁ ଦଶପଲ୍ଲା ରେ ଏହି ଛେନା ପୋଡ଼ା କୁ ବିକ୍ରୟ ଆରମ୍ଭ କରିଥିଲେ । ମାତ୍ର ନୟାଗଡ଼ ରେ ସୁଦର୍ଶନ ସାହୁ ଓ ତାଙ୍କ ଭାଇ ଭଗବାନ ସାହୁ ନୟାଗଡ଼ କଚେରି ଛକ ରେ ଦୋକାନ ଦେଇ ଏହି ଛେନାପୋଡକୁ ଅଧିକ ସୁସ୍ୱାଦୁ କରିବା ପାଇଁ ସେଥିରେ ଅନ୍ୟକିଛି ସାମଗ୍ରୀ ପକାଇ ଏହାର କଳେବର ବୃଦ୍ଧି କରିଥିଲେ।
କାଳକ୍ରମେ ଏହି ଛେନାପୋଡ଼ ବେଶ ଲୋକାଦୃତ ହେବା ସହ ତାଙ୍କର ଜନ୍ମ ଦିନକୁ ଛେନା ପୋଡ଼ ଦିବସ ଭାବେ ପାଳନ କରାଯାଉଛି । ଏ ଅବସରରେ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସରକାରୀ ଅଫିସ ରେ ବିଶ୍ଵ ଛେନାପୋଡ଼ ଦିବସ ପାଳିତ ହୋଇଛି । ଦଶପଲ୍ଲା ଏନ୍ ଏ ସି, ପକ୍ଷରୁ ଦଶପଲ୍ଲା ରେ ଥିବା ସ୍ୱର୍ଗତ ବିଦ୍ୟାଧର ସାହୁ ଙ୍କ ପରିବାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଏହି ଉତ୍ସବ ରେ ଏନ୍ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ସେହିପରି ତହସିଲ ଅଫିସ ରେ ତହସିଲ ଡାର ଶ୍ରୀକୁମାର ରଥ ,ଓ ଦଶପଲ୍ଲା ବ୍ଲକ ରେ ଅଧ୍ୟକ୍ଷା ସୁନନ୍ଦା ସାହୁ ଓ ବିଡ଼ିଓ ସଞ୍ଜୟ କୁମାର ଆଚାର୍ଯ୍ୟ ଙ୍କ ନେତ୍ରୁତ୍ୱରେ ବିଶ୍ଵ ଛେନାପୋଡ଼ ଦିବସ ପାଳିତ ହୋଇ ଯାଇଛି ।