ଦଶପଲ୍ଲା ୯/୪ : ଦଶପଲ୍ଲା ଲଙ୍କାପୋଡି ଯାତ୍ରା ର ଏକାଦଶ ସନ୍ଧ୍ୟା ରେ ମୁଖ୍ୟ ମଞ୍ଚ ରେ ସୀତା ଠାବ ଓ ରାବଣ ଛତ୍ର ଚ୍ଛେଦନ ନାଟକ ମଞ୍ଚସ୍ଥ ହୋଇ ଯାଇଛି । ଶ୍ରୀରାମ ଓ ଲକ୍ଷ୍ମଣ ଋଷ୍ୟ ଶୃଙ୍ଗ ପର୍ବତ ରେ ଅବସ୍ଥାନ ସମୟ ରେ କୁକୁଟ ଓ ବଗ ଶ୍ରୀରାମ ଙ୍କୁ ସୀତାଙ୍କ ସନ୍ଦେଶ ଦିଅନ୍ତି ଓ ଶ୍ରୀରାମ ସେମାନଙ୍କୁ ବର ପ୍ରଦାନ କରନ୍ତି । ମାତ୍ର ସୁଗ୍ରୀବ ରାଜା ହେବା ପରେ ଶ୍ରୀରାମ ଙ୍କ କଥା ଭୁଲିଯାଏ । ମଦ ଓ ନାରୀ ରେ ମତ ୱାଲା ଲକ୍ଷ୍ମଣ କିଷ୍କିନ୍ଦା ନଗର ଦ୍ଵାରକୁ ଯାଇ ସରସନ୍ଧାନ କରନ୍ତି ସୁଗ୍ରୀବ ଚେତାସୁନ୍ୟ ହୋଇଯାଏ ଓ ନିଜର ଭୁଲ ବୁଝିପାରି ଶ୍ରୀରାମ ଙ୍କ ପାଖକୁ ଆସି ସିତାଙ୍କୁ ଠାବ ପାଇଁ ବ୍ୟବସ୍ଥା କରନ୍ତି । ଚାରିଦିଗକୁ ଦୂତ ପ୍ରେରଣ କରାଯାଏ । ମାତ୍ର ଦକ୍ଷିଣ ଦିଗକୁ ଯୁବରାଜ ଅଙ୍ଗଦ ଙ୍କ ନେତୃତ୍ୱରେ ନଳ ନୀଳ ,ଜାମ୍ବବାନ, ହନୁମାନ ଆଦି ଅଷ୍ଟବିର ଗମନ କରନ୍ତି ଓ ଜଟାୟୁ ଭାଇ ସିମ୍ପାତି ଙ୍କ ସହ ସାକ୍ଷାତ ହୁଏ ଏବଂ ଭାଇ ଜଟାୟୁ ର ମେତ୍ୟୁ ଖବର ଶୁଣି ଦୁଃଖ କରେ ଓ ଡେଣା ରେ ଅଷ୍ଟ ବିରଙ୍କୁ ବସାଇ ଦୂରରୁ ଲଙ୍କା ର ଦୃଶ୍ୟ ଦେଖାଏ। ଶେଷରେ ଜାମ୍ବବାନ ଙ୍କ ପରାମର୍ଶ ରେ ହନୁମାନ ତାଙ୍କ ପୂର୍ବ ବଳ ଫେରି ପାଆନ୍ତି ଓ ଲଙ୍କା କୁ ଲମ୍ଫ ପ୍ରଦାନ କରନ୍ତି । ବାଟରେ ସିଂହିକା କୁ ହନୁମାନ ବଦ୍ଧ କରନ୍ତି । ଶେଷରେ ହନୁମାନ ଅଶୋକ ବଣରେ ପହଞ୍ଚି ସୀତା ଙ୍କୁ ଠାବ କରି ଶ୍ରୀରାମ ଙ୍କ ମୁଦ୍ରିକା ପ୍ରଦାନ କରନ୍ତି । ସୀତା ଙ୍କ ଠାରୁ ମଥାମଣି ନେଇ ଆସିବା ସମୟ ରେ ଲଙ୍କାର ମଧୁବନ ତୋଟା କୁ ଛାର ଖାର କରନ୍ତି । ରାବଣ ର ସାନ ପୁଅ ଅକ୍ଷୟ କୁମାର ଆସି ହନୁମାନ ଙ୍କ ସହ ଲଢେ଼ଇ କରି ତାର ମୃତ୍ୟୁ ହୁଏ । ପରେ ଇନ୍ଦ୍ରଜିତ୍ ଓ ହନୁମାନ ଙ୍କ ମଧ୍ୟରେ ଯୁଦ୍ଧ ହୁଏ ଓ ଇନ୍ଦ୍ରଜିତ ନାଗଫାଶ ବନ୍ଧନ ରେ ବାନ୍ଧି ରାବଣ ପାଖରେ ହାଜର କରାଏ। ଏବଂ ହନୁମାନ ଙ୍କୁ ଲାଜ୍ୟା ଦେବା ପାଇଁ ତାଙ୍କ ଲାଙ୍ଗୁଡ ରେ କନା ବାନ୍ଧି ସେଥିରେ ଅଗ୍ନି ସଂଯୋଗ କରନ୍ତି ଓ ହନୁମାନ ଲଙ୍କା ନଗରୀକୁ ଧ୍ଵଂସ କରି ଫେରି ଆସନ୍ତି । ଏହାପରେ ଶ୍ରୀରାମ ସନ୍ୟ ସାମନ୍ତ ଧରି ଲଙ୍କା ଅଭିଯାନ ବେଳେ ବରୁଣ ଙ୍କ ପରାମର୍ଶ କ୍ରମେ ନଳ ନୀଳ ସେତୁବନ୍ଧ ବାନ୍ଧନ୍ତି । ଏହି ସମୟ ରେ ବିଭୀଷଣ ରାବଣ କୁ ମିତ୍ରତା ପାଇଁ ପରାମର୍ଶ ଦିଏ ମାତ୍ର ରାବଣ, ବିଭୀଷଣ ଙ୍କୁ ଲଙ୍କାରୁ ତଡିଦିଏ ଓ ବିଭୀଷଣ ଶ୍ରୀରାମ ଙ୍କ ଶରଣାପନ୍ନ ହୁଏ । ପରେ ଶ୍ରୀରାମ ଆଗକୁ ଅଗ୍ରସର ହୋଇ ସୁବଳୟା ପର୍ବତ ରେ ଅବସ୍ଥାନ କରନ୍ତି ଏତିକି ବେଳେ ରାବଣ ପୁଷ୍ପକ ଜାନରେ ବସି ସୈନ୍ୟ କଳନା କରୁଥିବା ବେଳେ ଶ୍ରୀରାମ ଙ୍କ ବାଣ ରେ ରାବଣ ର ଛତ୍ର ଚ୍ଛେଦନ ହୁଏ । ଏଭଳି ନୃତ୍ୟ ବେଶ୍ ମନମୁଗ୍ଧ କର ହୋଇଥିବା ବେଳେ ଛତ୍ର ଚ୍ଛେଦନ ନାଟକ ସ୍ଥାନୀୟ ଗଣେଶ ବଜାର ଠାରେ ଅନୁଷ୍ଠିତ ହୋଇଥିଲା