ଦଶପଲ୍ଲା ୨/୪ : ଚଳିତ ଲଙ୍କାପୋଡି ଯାତ୍ରା ର ଚତୁର୍ଥ ଦିବସ ରେ ଗଣ୍ଡା ବଦ୍ଧ ନାଟକ ଅନୁଷ୍ଠିତ ହୋଇ ଯାଇଥିବା ବେଳେ ଏହି ନାଟକ ମୁଖ୍ୟ ମଞ୍ଚ ଠାରୁ ଦୁଇ କିଲୋମିଟର ଦୂର ସବରପଲ୍ଲି (ନେତାଜୀ ମଇଦାନ) ଠାରେ ଅନୁଷ୍ଠିତ ହୋଇଯାଇଛି । ପୌରାଣିକ କଥା ବସ୍ତୁ ଅନୁସାରେ ରାଜା ଦଶରଥ ପିତୃ ପିତୃ ଶ୍ରାଦ୍ଧ ପାଇଁ ଶ୍ରୀ ରାମ ,ଲକ୍ଷ୍ମଣ, ଭାରତ , ଶତ୍ରୁଘ୍ନ ଙ୍କୁ ଗଣ୍ଡାବଦ୍ଧ ନିମନ୍ତେ ଜଙ୍ଗଲ କୁ ପଠାନ୍ତି। ମାତ୍ର ଜଙ୍ଗଲ ରେ ତିନି ଭାଇ ଙ୍କ ଠାରୁ ପ୍ରଭୁ ଶ୍ରୀରାମ ଅଲଗା ହୋଇ ଜଙ୍ଗଲ ରେ ରାସ୍ତା ଭୁଲି ଯାଆନ୍ତି । ଏହି ସମୟ ରେ ଜଙ୍ଗଲ ମଧ୍ୟରେ ଥିବା ଶବର ପଲ୍ଲୀ ର ଶବର ରାଜା ଗୃହକ ସହ ଶ୍ରୀ ରାମ ଙ୍କ ମିତ୍ରତା ହୁଏ । ପରେ ଶ୍ରୀ ରାମ ଗଣ୍ଡା ବଧ କରି ଭାଇ ଲକ୍ଷ୍ମଣ,ଭରତ, ଶତ୍ରୁଘ୍ନ ଙ୍କ ସହ ଶବର ରାଜା ଗୃହକ ଓ ସୈନ୍ୟ ସାମନ୍ତ ସମସ୍ତେ ଘରକୁ ଫେରନ୍ତି। ଏଭଳି ନାଟକ ଦେଖିବାକୁ ଶହ ଶହ ଲୋକଙ୍କ ଜନସମାଗମ ହୋଇଥିବା ବେଳେ ଦୁଇ କିଲୋମିଟର ବ୍ୟାପି ବିରାଟ ପଟୁଆର ବା ଶୋଭାଯାତ୍ରା ବେଶ୍ ଚିତ୍ତାକର୍ଷକ ହୋଇଥିଲା । ଘୋଡା ରେ ରାମ, ଲକ୍ଷ୍ମଣ, ଭାରତ, ଶତ୍ରୁଘ୍ନ ଙ୍କ ସବାର, ସହ ସଙ୍କୀର୍ତ୍ତନ ମଣ୍ଡଳୀ, ପୁରୀ ର ନାଗା ନୃତ୍ୟ ଓ ବାଘ ନୃତ୍ୟ ବେଶ୍ ମନ ମୁଗ୍ଧ କର୍ ହୋଇଥିଲା । ଉଭୟ ପାର୍ଶ୍ଵରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ବେଳେ ଏହି ପଟୁଆର ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ତହସିଲଦାର ଶ୍ରୀକୁମାର ରଥ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କଳାକାର ମାନେ ସାମିଲ ହୋଇଥିଲେ। ଏହି ପଟୁଆର ନେତାଜୀ ମଇଦାନ ଠାରେ ଥିବା ଶବରପଲ୍ଲୀ ରେ ପହଁଚିବା ପରେ ଗଣ୍ଡା ବଦ୍ଧ ନାଟକ ଅନୁଷ୍ଠିତ ହୋଇଥିଲା। ପରେ ଆତସବାଜି ରେ ପ୍ରକମ୍ପିତ ହୋଇଥିଲା ନେତାଜୀ ମଇଦାନ । ଏହା ସହ ମେଲୋଡି ଦେଖି ଝୁମିଥିଲେ ଦର୍ଶକ ।
