Odisha news

କାଳ ବୈଶାଖୀ ଛେଚିଲା କୁଆପଥର : ଉପୁଡ଼ିଲା ଗଛ

0

ଦଶପଲ୍ଲା୨୧/୩ : ଚାରିଦିନ ଧରି ଦଶପଲ୍ଲା ରେ କାଳ ବୈଶାଖୀ ର ପ୍ରଭାବ ଦେଖିବାକୁ ମିଳିଛି । ଏହାର ପ୍ରଭାବ ରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ସହ ବିଦ୍ୟୁତ ସେବା ବନ୍ଦ ରହିଛି ଏହା ସହ ମୋବାଇଲ୍ ସେବା ବନ୍ଦ ରହିଛି । ମଙ୍ଗଳବାର ଦିନ ମଧ୍ୟାହ୍ନ ସମୟ ରେ ବର୍ଷା ସହ କୁଆପଥର ବୃଷ୍ଟି ଜନ ଜୀବନ କୁ ଅସ୍ତ ବ୍ୟସ୍ତ କରିଥିଲା । ଅଧ୍ ଘଣ୍ଟା ପର୍ଯ୍ୟନ୍ତ ଛେଚିଥିଲା କୁଆପଥର । ବର୍ଷା ସହ ପବନ ଯୋଗୁଁ ସ୍ଥାନୀୟ ତ୍ରିନାଥ ବଜାର ନିକଟରେ ଏକ ବଡ଼ ଚାକୁଣ୍ଡା ଗଛ ୫୭ ନମ୍ୱର୍ ଜାତୀୟ ରାଜପଥ ଉପରେ ଉପୁଡ଼ି ପଡ଼ିବାରୁ ଗମନା ଗମନ ବିଚ୍ଛିନ୍ନ ହୋଇଥିଲା । ଏକ ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଉଭୟ ପାର୍ଶ୍ଵରେ ସମସ୍ତ ଗାଡ଼ି ମୋଟର ଅଟକି ରହିଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଗଛକାଟି ରାସ୍ତା ସଫା କରିବା ପରେ ଗାଡ଼ି ଚଳା ଚଳ ସ୍ଵାଭାବିକ ହୋଇଥିଲା । ସେହିପରି ପୋଇବାଡି ଓ ନୂଆସାହି ଠାରେ ଗଛ ପଡି ରାସ୍ତା ବନ୍ଦ ଥିବା ବେଳେ ସ୍ଥାନୀୟ ଲୋକ ମାନେ ଗଛ କାଟି ସଫା କରିଥିଲେ। କୁଆପଥର ବୃଷ୍ଟି ଯୋଗୁ ବହୁ ଚାଷୀ ଙ୍କ ଫସଲ ନଷ୍ଟ ହୋଇଛି । କୋବି,ବାଇଗଣ, ଟମାଟ, ସହ ଖରା ଦିନିଆ ଫସଲ ନଷ୍ଟ ହୋଇ ଯାଇଛି । ଯାହାକୁ ନେଇ ଚାଷୀ ଚିନ୍ତାରେ । କାଳ ବୈଶାଖୀ ପାଇଁ ବିଦ୍ୟୁତ୍ ସେବା ବନ୍ଦ ରହିଥିଲା । ଗତ ଚାରି ଦିନ ଧରି ଦଶପଲ୍ଲା ବ୍ଲକ ର ଚଢେୟାପଲ୍ଲୀ, କଳସାଖମଣ, ନୂଆଗାଁ, ଦୁଡ଼ା, ବାଣୀଗୋଛା, କୁଳୁରୁକୁମ୍ପା, କୁଯାମେଣ୍ଢି ଆଦି ପଞ୍ଚାୟତ ରେ ବିଦ୍ୟୁତ୍ ସରବରାହ ରେ ବ୍ୟାଘାତ ସୃଷ୍ଟି ହୋଇଛି । ଫଳରେ ଉକ୍ତ ଅଞ୍ଚଳ ରେ ଟେଲିଫୋନ ଓ ମୋବାଇଲ ସେବା ରେ ବାଧା ସୃଷ୍ଟି ହୋଇଛି ।

Nalco
Leave A Reply