ଦଶପଲ୍ଲା ୧୮/୩ : ଶନିବାର ସନ୍ଧ୍ୟା ସମୟ ରେ ଗଣିଆ ରୁ ଦଶପଲ୍ଲା ଅଭିମୁଖେ ଆସୁଥିବା ଏକ ପିକଅପ୍ ଭ୍ୟାନ ଦଶପଲ୍ଲା ଥାନା ଘୋଳାହାଣ୍ଡି ଠାରେ ଉଦୟନାଥ ସ୍ୱାଇଁ ନାମକ ଜଣେ ବୃଦ୍ଧ ଙ୍କୁ ଧକ୍କା ଦେଇ ଖସି ଯାଉଥିବା ବେଳେ ମଧ୍ୟଖଣ୍ଡ ଠାରେ ରାସ୍ତା କଡରେ ଥୁଆ ହେଇଥିବା ଏକ କାର କୁ ଧକ୍କା ଦେଇଥିଲା । ପରେ ପିକଅପ ଟି ଖସି ପଳାଉଥିବା ବେଳେ ଖବର ପାଇ ମଧ୍ୟଖଣ୍ଡ ଫାଣ୍ଡି ପୋଲିସ ଗାଡ଼ି କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମାତ୍ର ପିକଅପ୍ ଟି ଖସିଯାଇଥିଲା । ପୋଲିସ ଏହି ଗାଡିର ପିଛା କରି ମଧ୍ୟଖଣ୍ଡ ଓ ଡିହଗାଁ ମଧ୍ୟ ରେ ଥିବା ବୁଢ଼ା ବୁଢୀ ଠାକୁରାଣୀ ଙ୍କ ନିକଟରେ ଏହାକୁ ଠାବ କରିଥିବା ବେଳେ ପୀକ୍ଅପ୍ କୁ ଥୋଇ ଡ୍ରାଇଭର ଫେରାର ହୋଇଯାଇଛି । ଏହି ପୀକ ଅପ୍ ଭ୍ୟାନ ଧକ୍କା ରେ ଉଦୟନାଥ ଆହତ ହୋଇଥିବା ବେଳେ କାର କୁ ଧକ୍କା ଦେବା ଫଳରେ କାର ରେ ଥିବା ଖୋର୍ଦ୍ଧା ଅଞ୍ଚଳ ର ରାଜୀବ ଗିରି ନାମକ ବ୍ୟକ୍ତି ଆହତ ହୋଇଛନ୍ତି। ସଙ୍କୀର୍ତ୍ତନ ମଣ୍ଡଳୀ ବୁଝିବା ପାଇଁ ଏହି କାର ରେ ରାଜୀବ ଗିରି ଙ୍କ ସହ ୪ ଜଣ ଲୋକ କାର ରେ ଆସିଥିଲେ । କାର ପଛ ପଟୁ ପିକଅପ୍ ଧକ୍କା ଦେଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପିକ ଅପ୍ ସହ କାର କୁ ଜବତ କରି ନିଜ ହେପାଜତ କୁ ନେଇଥିବା ବେଳେ ପିକଅପ୍ ଭ୍ୟାନ ଡ୍ରାଇଭର ଫେରାର ହୋଇ ଯାଇଛି । ଏହି ଘଟଣା ରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି
