ଦଶପଲ୍ଲା ୧୦/୩ : ବାଣୀଗୋଛା ଥାନା ଅନ୍ତର୍ଗତ ଜାମୁସାହି ଦୁଡୁକିପାଯୁ ଗ୍ରାମରେ ଝିଅର ସାଙ୍ଗ ସହ ପ୍ରେମ ରେ ବିଫଳ ହେବା ପରେ ପ୍ରେମିକ ତାର ମାଆ ଉପରେ କାର ଚଢ଼ାଇଦେବା ଓ ଏଥିରେ ଝିଅ ର ମାଆ ଗୁରୁତର ଆହାତ ହେବା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଯୋଗ୍ୟ ଯେ ଦୁଡୁକି ପାଯୁ ଗ୍ରାମର ବସନ୍ତ ଖଡ଼ି ରତ୍ନ ଙ୍କ ଝିଅ ନୟାଗଡ କଲେଜ ରେ ପଢନ୍ତି । ଇଟାମାଟି ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର ପିଣ୍ଟୁ ମହାନ୍ତି ଙ୍କ ଝିଅ ଓ ବସନ୍ତ ଙ୍କ ଝିଅ ଦୁଇ ସାଙ୍ଗ ଅଟନ୍ତି । ବିଭିନ୍ନ ସମୟ ରେ ପିଣ୍ଟୁ ଙ୍କ ଝିଅ ସହ ବସନ୍ତ ଙ୍କ ଝିଅ ପିଣ୍ଟୁ ଙ୍କ ଘର କୁ ଯାଇଥାନ୍ତି । ଏହି ସମୟ ରେ ପିଣ୍ଟୁ ଙ୍କ ଲୋଲୁପ ଦୃଷ୍ଟି ତାଙ୍କ ଝିଅ ଉପରେ ପଡିଥିବା ବେଳେ ବସନ୍ତ ଙ୍କ ବଡ଼ ଭାଇ ଙ୍କ ପୁଅ ସୁଶାନ୍ତ ସଦା ସର୍ବଦା ପିଣ୍ଟୁ ଙ୍କୁ ସହଯୋଗ କରି ଆସୁଥିଲେ । ଏପରିକି ଗତ କିଛି ମାସ ତଳେ ବସନ୍ତ ଙ୍କ ଝିଅ ନୟାଗଡ କଲେଜ ହଷ୍ଟେଲ ରେ ଥିବା ବେଳେ ପିଣ୍ଟୁ ତା ପାଖକୁ ଏକ ମୋବାଇଲ ଅନ୍ୟ ଝିଅ ମାଧ୍ୟମ ରେ ପଥାଇବାରୁ ଏ କଥା ଜଣା ପଡ଼ିବା ପରେ ବସନ୍ତ ଙ୍କ ଝିଅ କୁ ହଷ୍ଟେଲ ରୁ ବାହାର କରି ଦିଆଯାଇଥିଲା ।
ଏହାପରେ ବସନ୍ତ ଙ୍କ ଝିଅ ଓ ପିଣ୍ଟୁ ମଧ୍ୟରେ କଥା ବାର୍ତ୍ତା ବନ୍ଦ ଥିବା ବେଳେ ବିଭିନ୍ନ ସମୟ ରେ ପିଣ୍ଟୁ ବସନ୍ତ ଙ୍କ ଝିଅ କୁ ହଇରାଣ କରି ଆସୁଥିଲେ । ଏହାକୁ ନେଇ ଗତମାସ ୯ ତାରିଖରେ ବସନ୍ତ ବାଣୀ ଗୋଛା ଥାନାରେ ଅଭିଯୋଗ କରିବା ପରେ ପିଣ୍ଟୁ ଏବଂ ତାଙ୍କ ବାପା ବାଣୀ ଗୋଛା ଥାନାରେ ପହଞ୍ଚି ଏହାର ସମାଧାନ କରିଥିଲେ ଏପରିକି ପିଣ୍ଟୁ ବସନ୍ତ ଙ୍କ ଝିଅ କୁ ହଇରାଣ କରିବେ ନାହିଁ ବୋଲି ଏକ ଚୁକ୍ତିପତ୍ର ଲେଖା ଯାଇଥିଲା । ମାତ୍ର ପିଣ୍ଟୁ ବସନ୍ତ ଙ୍କ ଝିଅକୁ ଭୁଲିପାରି ନ ଥିଲେ । ହୋଲି ଦିନ ପିଣ୍ଟୁ ଏକ କାର ରେ ଆସି ଦୁଡିକି ପାକୁ ବସନ୍ତ ଙ୍କ ଘର ସମ୍ମୁଖରେ ପହଞ୍ଚି ଥିବା ବେଳେ ବସନ୍ତ ଙ୍କ ଝିଅ କୁ କମେଟ କରିଥିଲେ ଯେଉଁ ଥିରେ ପିଣ୍ଟୁ ଙ୍କୁ ସହଯୋଗ କରିଥିଲେ ସୁଶାନ୍ତ । ଏଥିରେ ଅସନ୍ତୋଷ ବ୍ୟକ୍ତ କରି ବସନ୍ତ ଙ୍କ ସ୍ତ୍ରୀ ଜୟନ୍ତୀ ବାଣୀ ଗଛା ଥାନାକୁ ଜଣାଇବା ପାଇଁ ଫୋନ୍ ନମ୍ବର ମାଗିବା ପାଇଁ ଅନ୍ୟ ଜଣ ଙ୍କ ଘର କୁ ଯାଇ ଫେରୁଥିବା ସମୟ ରେ ପିଣ୍ଟୁ କାର ରେ ଆସି ବସନ୍ତ ଙ୍କ ସ୍ତ୍ରୀ ଜୟନ୍ତୀ କୁ ଧକ୍କା ଦେଇ କାର ଚଢାଇ ଫେରାର ହୋଇଯାଇଥିଲା । ପରେ ଘଟଣା ସ୍ଥଳରୁ ଜୟନ୍ତୀ ଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିବା ବେଳେ ପରେ ଭୁବନେଶ୍ୱର ସ୍ଥିତ ବିବେକାନନ୍ଦ ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ଘଟଣା ରେ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ପୂର୍ବରୁ ପିଣ୍ଟୁ ଙ୍କ ସ୍ତ୍ରୀ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ବାଣୀ ଗୋଛା (ପଶ୍ଚିମ) ଅନ୍ତର୍ଗତ ଯାମୁସାହି ବିଟ ରେ ବନରକ୍ଷୀ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି ।
