Odisha news

ଦିନ ଦ୍ୱୀପ୍ରହରେ ତାଲା ଭାଙ୍ଗି ଲୁଟିନେଲେ ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର 

0
ଦାନଗଦି : ଟମକା ଥାନା କାଠଚଟି ଗ୍ରାମରେ ସୋମବାର ଅପରାହ୍ନରେ ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ ମାନେ ଘରେ ପଶି କଳାକନା ବୁଲାଇଛନ୍ତି l ସୂଚନା ମୁତାବକ ଉକ୍ତ ଗ୍ରାମର ନାରାୟଣ ମୁଦୁଲି ସୋମବାର ଅପରାହ୍ନରେ ଘରେ ତାଲା ପକାଇ  ସପରିବାର ନିକଟସ୍ଥ ଖଣ୍ଡୁରାଇ ମନ୍ଦିରକୁ ମକର ମେଳା ଦେଖିବାକୁ ଯାଇଥିଲେ । ସନ୍ଧ୍ୟାରେ ସେ ଘରକୁ ଫେରିବା ବେଳକୁ ବାହାର ଗେଟ୍ ଓ ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ଚୋର ଲୁଟ କରିଥିବା ଜାଣିଥିଲେ । ତାଙ୍କ ଶୋଇବା ଘରେ ଥିବା ଆଲମିରା ଓ ଡ୍ରେସିଙ୍ଗ୍ ଟେବୁଲ ଲକର ମଧ୍ୟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଲକରରେ ଥିବା ସୁନାର ୭ହଳ କାନଫୁଲ ସମେତ ଏକ ବ୍ରେସଲେଟ୍‌, ଏକ ଚେନ୍‌, ଗୋଟିଏ ହାର, ୭ଗୋଟି ମୁଦି, ଗୋଟିଏ ମଙ୍ଗଳସୁତ୍ର, ୩ଟି ଲକେଟ୍‌, ଗୋଟେ ହଳ ଶଂଖା ଓ ଗୋଟେ ହଳ ଚୁଟ୍‌କୁ ଦୁର୍ବୁର୍ତ୍ତ ନେଇଯାଇଥିବା ଜାଣି ଏନେଇ ଶ୍ରୀ ମୁଦୁଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ ସଦଳବଳେ ଘଟଣା ସ୍ଥଳରେ ପଂହଚି ଘଟଣାର ତଦନ୍ତ କରିଛନ୍ତି। ହେଲେ ଚୋର ଙ୍କୁ ଠାବ କରିବା ସମ୍ଭବ ହୋଇ ପାରିନାହିଁ l
Nalco
Leave A Reply