Odisha news

ଟ୍ରଲି ଚାଳକଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ 

0
ଦାନଗଦି , ତା ୧୯/୯ :  କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗଡିଆ ରାଧା କୃଷ୍ଣ ମନ୍ଦିର ନିକଟରେ ରହୁଥିବା ଜଣେ ଟ୍ରଲି ଚାଳକଙ୍କ ଅସ୍ବାଭାବିକ ଭାବେ ଆଜି ମୃତ୍ୟୁ ଘଟିଛି। ମୃତ ଟ୍ରଲି ଚାଳକ ଜଣକ ହେଲେ ଜେନାପୁର ଥାନା ଓରିଲୋ ର କାର୍ତ୍ତିକ ମହାନ୍ତ(୫୦) l କଳିଙ୍ଗନଗର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l ପୋଲିସ କେସ ନଂ ୧୯/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ସେ ଜ୍ୱରରେ ଆକ୍ରାନ୍ତ ଥିବା ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି l  କିନ୍ତୁ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହୁଛି l   କାର୍ତ୍ତିକ ଜଣେ ଟ୍ରଲି ଚାଳକ ଏବଂ ସେ ରାଧା କୃଷ୍ଣ ମନ୍ଦିର ନିକଟରେ ରୁହେ l  ତାଙ୍କ ଦେହ ଅସୁସ୍ଥ ହେବାରୁ ଗତ ୨ ଦିନ ପୂର୍ବେ ସେ ଚିକିତ୍ସା ପାଇଁ ସ୍ଥାନୀୟ  ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି l  ହେଲେ ସେଠାରେ ଆଜି  ତାଙ୍କୁ ମୃତ ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ  ଜଣାଇଥିଲେ l

Leave A Reply