ଦାନଗଦି; ତା ୩୧/୦୭ : କଳିଙ୍ଗନଗର କୁସୁନପୁର ସ୍ଥିତ ଦେଭ ଇଣ୍ଟର ନ୍ୟାସନାଲ ସ୍କୁଲ ଠାରେ ଇଣ୍ଟର ସ୍କୁଲ ଚେସ ଚମ୍ପିୟାନଶିପ ରେ ଟାଟା ଷ୍ଟିଲ ତରଫରୁ ଛାତ୍ର ଛାତ୍ରୀଙ୍କୁ ମେଡାଲ ଓ ସାର୍ଟିଫିକେଟ ଦ୍ଵାରା ସମ୍ମାନିତ କରାଯାଇଛି। ମୂଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲର ମୁଖ୍ୟ ପ୍ରଶାସନିକ ଅଧିକାରୀ ତଥା ସି ଇ ଓ ହକି ଇଣ୍ଡିଆ ଫାଉଣ୍ଡେସନ ଆଶିଷ କୁମାର, ଜେନେରାଲ ମ୍ୟାନେଜର ଆଶିଷ ସିହ୍ନା,ଆସିଷ୍ଟାଣ୍ଟ ମ୍ୟାନେଜର କ୍ଷୀରୋଦ ଚନ୍ଦ୍ର ମହନ୍ତ ଯୋଗ ଦେବା ସହ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ସହ ସାର୍ଟିଫିକେଟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଓ ବଲବୀର ସିଂ ଏହାକୁ ପରିଚାଳନା କରିଥିଲେ। ଚେୟାରମେନ ବୁଦ୍ଧଦେବ ରାଉତ କୃତ୍ତି ଛାତ୍ର ଛାତ୍ରୀ ଙ୍କ ର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।
