Odisha news

ରେଳ ଧାରଣା ଉପରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର

0

ଦାନଗଦି, ତା ୨୮/୭  : ଦାନଗଦି ଫାଣ୍ଡି ଅନ୍ତର୍ଗତ ଗୋଡିଗୋଠ ନିକଟରେ ରେଳ ଲାଇନ ଉପରୁ କ୍ଷତାକ୍ତ ଅବସ୍ଥାରେ ଜଣେ ଅଜଣା ବୃଦ୍ଧ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଛି। ତେବେ ବୃଦ୍ଧ ଜଣକର ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସେପଟେ ଦୁର୍ଘଟଣା ସ୍ଥଳରୁ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ଯାଜପୁର ରୋଡ ରେଳବାଇ ପୋଲିସ।ସୂଚନା ମୁତାବକ ସୁକିନ୍ଦା ରୋଡ୍ ରେଳଷ୍ଟେସନ ଠାରୁ ୨ କିମି ଦୂରତାରେ ଟ୍ରେନ ଲାଇନ କଡରୁ ଏହି ମୃତଦେହଟି ଉଦ୍ଧାର ହୋଇଛି। ତେବେ ଏଯାଏ ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ମୃତଦେହ ଉଦ୍ଧାର କରି ଦାନଗଦୀ ମେଡିକାଲକୁ ଶବବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରିରଖିଛି।

IEC 2 years
Leave A Reply