Odisha news

ଦାନଗଦି ରେ ବଡ ଧରଣର ଡ଼କାୟତି : ଘର ଝରକା ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ

ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ସହ ପୁଲିସ ର ତଦନ୍ତ ଆରମ୍ଭ

0
ଦାନଗଦି, ତା ୧୩/୭  : ଗତ କାଲି ବିଳମ୍ବିତ ରାତ୍ରୀରେ ଦାନଗଦି ସତସଙ୍ଗ କେନ୍ଦ୍ର ନିକଟରେ ଥିବା ବିଦୁର ପାଣିଗ୍ରାହୀ ଙ୍କ ଘର ଝରକା ଭାଙ୍ଗି ଦୁର୍ବୃତ ମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଝିଅ ବାହାଘର ପାଇଁ ରଖିଥିବା ନଗଦ ଟଙ୍କା କୁ ଲୁଟି ନେଇଛନ୍ତି ଦୁର୍ବୃତ । ଖବର ପାଇ ଦାନଗଦି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ସାଇ°ଟିଫିକ ଓ ସନ୍ଧାନି କୁକୁର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରୀ ରେ ଦାନଗଦି ଗାଁ ର ସତସଙ୍ଗ କେନ୍ଦ୍ର ପାଖରେ ଥିବା ବିଦୁର ପାଣିଗ୍ରାହୀ ଙ୍କ ଘରେ ଘରର ଝରକା ଗ୍ରିଲ ଭାଙ୍ଗି ଡକାୟତ ମାନେ ଘର ଭିତରେ ପଶିଥିଲେ । ପରିବାର ର ତିନିଜଣ ଲୋକ ଶୋଇଥିବା ଏକ ଘରେ ବାହାରୁ ତାଲା ପକାଇ ଦେଇଥିଲେ । ତାପରେ ଅନ୍ୟ ଘରେ ଥିବା ଆଲମିରା ର ଚାବି କୁ ଭାଙ୍ଗି ଝିଅ ବିଭାଘର ପାଇଁ ରଖିଥିବା ୨୫ ଭରି ସୁନା ଅଳଙ୍କାର ସହ ନଗଦ ଦଶ ଲକ୍ଷ ପଂଚାବନ ହଜାର ଟଙ୍କା ନେଇ ପଳାଇଥିଲେ । ଲୁଟ ଅଳଙ୍କାର ମଧ୍ୟରେ ରହିଛି ଗୋଟିଏ ଚାଳିଶ ଗ୍ରାମର ରାଣୀହାର,ମଙ୍ଗଳସୂତ୍ର ତିନିଥାକିଆ ୬ ଟି , ଚାରିଟା ସୁନା ଚେନ୍ , ପାଞ୍ଚ ଟା ମୁଦି ଓ କାନଫୁଲ ଛ ଯୋଡ଼ା ।
ସକାଳ ହେବାରୁ ପରିବାର ଲୋକେ କବାଟ ଖୋଲିଲା ବେଳକୁ ବାହାରୁ ବନ୍ଦ ରହିଥିବା ଜାଣି ପଡିଶା ଲୋକଙ୍କୁ ଫୋନ କରିବା ପରେ କବାଟ ଖୋଲି ଥିଲେ ଏବଂ ଅନ୍ୟ ଘର କବାଟ ଓ ଝରକା ଖୋଲା ଥିବା ଓ ଆଲମୀରା ଖୋଲା ଥିବାର ଦେଖିଥିଲେ । ଦାନଗଦି ଫାଣ୍ଡି ରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ତେବେ କିଛି ମାସ ହେବ ଦାନଗଦି ଅଞ୍ଚଳରେ ଚୋରୀ ବୃଦ୍ଧି ପାଉଥିବା ବେଳେ ସାଧାରଣରେ ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି ହୋଇଛି । ନିକଟରେ ଡକାୟତ ଯୋଜନା କରୁଥିବା ଏକ ଦଳ କୁ ଦାନଗଦି ଫାଣ୍ଡି ପୁଲିସ ସୋଲେଇ ଗାଁ ଖେଳ ପଡ଼ିଆ ନିକଟରୁ ଗିରଫ କରିଥିଲା । ଯାହାର କିଛି ଦିନ ପରେ ଏଭଳି ଘଟଣା ଘଟିବା ଲୋକମାନଙ୍କ ଭିତରେ ଭୟ ର ବାତାବରଣ ସୃଷ୍ଟି ହୋଇଛି । ପୁଲିସ ଦଳକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖାନ ତଲାସ ଜାରି ରଖିଛି । ପୁଲିସ କେସ ନମ୍ବର ୩୦୮/୦୨୩ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି
Nalco
Leave A Reply