Odisha news

ଇମ୍ଫା ଜନଶୁଣାଣୀକୁ ମିଳିଲା ବିପୁଳ ଜନ ସମର୍ଥନ ସ୍ଥାନୀୟ ନିଯୁକ୍ତି, ବୃକ୍ଷ ରୋପଣ ଓ ପାରିପାର୍ଶ୍ବିକ ଉନ୍ନୟନ କୁ ଗୁରୁତ୍ବ

0

ଦାନଗଦି, ତା ୧୨/୭  :  ମେସର୍ସ ଇଣ୍ଡିଆନ ମେଟାଲ ଏଣ୍ଡ ଫେରୋ ଆଲୋଏଜ୍ ଲିମିଟେଡ଼ ବା (ଇମ୍ଫା ) କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସ ଠାରେ ୯୬ ହଜାର ଟନ୍ ହାଇ କାର୍ବନ ଫେରୋକ୍ରମ ଉତ୍ପାଦନ ୟୁନିଟ ଓ ୧୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିବା ପାଇଁ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିପାଇଁ ଆବଶ୍ୟକ ପରିବେଶ ସମ୍ବଦ୍ଧିୟ ଜନ ଶୁଣାଣୀ ଶିବିର ଆଜି ଦାନଗଦି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଶିବିରରେ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ କଳିଙ୍ଗନଗରର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା , କଳିଙ୍ଗନଗର ଏତିରିକ୍ତ ଏସ୍ ପି ଏସ୍ ଟପୋ , ଦାନଗଦି ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦିକ୍ଷୀତ ପ୍ରମୁଖ ଯୋଗ ଦେଇଥିଲେ। କାରଖାନା ପକ୍ଷରୁ ସିନିଅର ଜିଏମ ଲଲାଟେନ୍ଦୁମହାପାତ୍ର ଏହି କାରଖାନା ପାଇଁ ଆବଶ୍ୟକ ୫୦.୨ ହେକ୍ଟର ଜମି ସରକାର (ଇଡକୋ) ଜରିଆରେ ଯୋଗାଇ ଦେଇଛନ୍ତି , ନିକଟ ବ୍ରାହ୍ମଣୀ ନଦୀରୁ ଦୈନିକ ୨୨୫୦ ଲିଟର ପାଣି ବ୍ୟବହାର କରାଯିବ, କାରଖାନା ପାଇଁ ୫୬ ମେଗାୱାଟ ବିଦ୍ୟୁତ ଆବଶ୍ୟକ ଥିବା ବେଳେ ୧୦ ୟୁନିଟ୍ ବିଦ୍ୟୁତ୍ ଚୌଦ୍ଵାର ପ୍ଲାଣ୍ଟ ରୁ ଆସିବ, ପ୍ରକଳ୍ପ କାର୍ଯ୍ୟ ୨୦୨୨ ନଭେମ୍ବର ଠାରୁ ଆରମ୍ଭ ହେବ । କାରଖାନା ଅଞ୍ଚଳରେ ଶତକଡ଼ା ୩୩ ଭାଗ ଜମିରେ ବୃକ୍ଷ ରୋପଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହି ଶିବିର ଦିନ ୧୧ ଟାରେ ଆରମ୍ଭ ହୋଇଥିଲା। ଏଥିରେ ମୋଟ ୩୧ ଜଣଙ୍କ ବୟାନ ରେକର୍ଡ କରାଯାଇଥିଲା। ସେଥି ମଧ୍ୟରୁ କାରଖାନା ସପକ୍ଷରେ ୨୮ ଜଣ ମତ ରଖିଥିବା ବେଳେ ଅନ୍ୟ ୩ ଜଣ କାରଖାନା କୁ ବିରୋଧ କରିଥିଲେ। ତେବେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେବା, ପ୍ରଦ୍ୟୁଷଣ ନିୟନ୍ତ୍ରଣ ପାଇଁ ବ୍ୟାପକ ବୃକ୍ଷ ରୋପଣ କରିବା ଏବଂ ପାରିପାର୍ଶ୍ବିକ ଉନ୍ନୟନ ପ୍ରତି ଗୁରୁତ୍ଵ ଦେବାକୁ ଅଧିକାଂଶ ଲୋକେ ଦାବି ରଖିଥିଲେ। ମାଣତିରା ପଞ୍ଚାୟତ ରୁ ସରପଞ୍ଚ ରଶ୍ମିତା ପାତ୍ର , ସମିତି ଜୟନ୍ତୀ ମଲ୍ଲିକ , ଦିପେଶ ଘଡ଼ାଇ, ସୁବ୍ରତ କୁମାର ସିଂ, ସମରେନ୍ଦ୍ର ଘଡ଼ାଇ , ଦୁର୍ଯୋଧନ ବେହେରା ପ୍ରମୁଖ କାରଖାନା ସପକ୍ଷରେ ମାତ ରଖିଥିଲେ । ମଙ୍ଗଳପୁର ପଞ୍ଚାୟତ ସରପଞ୍ଚ ବାବୁଲି ନାଟିଆ ସମର୍ଥନ କରିବା ସହ ଜନ ଶୁଣାଣୀ ବେଳେ ଦେଇଥିବା ପ୍ରତିଶୃତି କୁ କାରଖାନା କତୃପକ୍ଷ ପାଳନ କରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ। ସମିତି ବଇନ ରାଉତ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବାକୁ ଦାବି ରଖିଥିଲେ । ସେହିପରି ଜଖପୁରା ପଞ୍ଚାୟତ ରୁ ବିଜୟ କୁମାର ଦାସ , ସୁରେଶ କୁର୍ଲ୍ଲି ଓ ଦେବାନନ୍ଦ ମହାନ୍ତି ପ୍ରକଳ୍ପ କୁ ବିରୋଧ କରିଥିଲେ। ପ୍ରଶନ୍ନଜିତ୍ ନାୟକ, କୈଳାସ ଜେନା, ତ୍ରିଲୋଚନ ଧଳ, ଦିଲ୍ଲୀପ ନାୟକ ପୂର୍ଣ୍ଣ ସମର୍ଥନ କରିଥିଲେ। ଚାନ୍ଦିଆ ସରପଞ୍ଚ ପାଣ୍ଡୁ ସିଂ ଖୁଣ୍ଟିଆ କାରଖାନା କୁ ପୂର୍ଣ୍ଣ ସମର୍ଥନ କରିଥିଲେ। । ଏହି ଜନଶୁଣାଣୀ କାରଖାନା ସପକ୍ଷରେ ଯାଇଥିବା ଦେଖିବାକୁ ମିଳିଛି

Nalco
Leave A Reply