Odisha news

ରାମଠେଙ୍ଗା ନିକଟ କାଜୁ ଜଙ୍ଗଲରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

0

ଦାନଗଦି,୧୫/୬  : ଶାଳୀଜଙ୍ଗା ପଂଚାୟତ ରାମଠେଙ୍ଗା ରେଳ ଧାରଣା ନିକଟ କାଜୁ ଜଙ୍ଗଲରୁ ଆଜି ଜଣେ ଅଜଣା ଯୁବତୀଙ୍କ ମୃତଦେହକୁ କଳିଙ୍ଗନଗର ପୁଲିସ ଉଦ୍ଧାର କରିଛି । ମୃତ ଯୁବତୀ ଜଣଙ୍କ ପରିଚୟ ଜଣା ପଡ଼ି ନ ଥିବା ବେଳେ ତାଙ୍କ ବୟସ ୨୨ ରୁ ୨୭ ବର୍ଷ ହେବ ବୋଲି ପୁଲିସ ଅନୁମାନ କରୁଛି । ଆଜି ସକାଳୁ କାଜୁ ଜଙ୍ଗଲ ନିକଟରେ ଜଣେ ଅଜଣା ଯୁବତୀଙ୍କ ମୃତଦେହ ପଡିଥିବାର ଗାଁ ଲୋକେ ଦେଖି କଳିଙ୍ଗନଗର ପୁଲିସ କୁ ଖବର ଦେଇଥିଲେ । ଖବର ପାଇ କଳିଙ୍ଗନଗର ଅତିରିକ୍ତ ଏସ ପି ଏସ୍ ଟପୋ କଳିଙ୍ଗନଗର ପୁଲିସ ସହିତ ଘଟଣା ସ୍ଥଳରେ ପହଞ୍ଚି ମୃତଦେକୁ ଉଧାର କରି ବ୍ୟବଛେଦ ପାଇଁ ଦାନଗଦି ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି । ତେବେ ତାଙ୍କୁ ଯୁବତୀ ଜଣଙ୍କୁ କେହି ହତ୍ୟା କରି କାଜୁ ଜଙ୍ଗଲ ରେ ଫିଙ୍ଗି ଦେଇଥିବା ରାମ ଠେଙ୍ଗାର ମନୋରଂଜନ ହାଇବୃ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ପୁଲିସ କେସ ନମ୍ବର ୧୦୭/୨୦୨୩ ଦଫା ୩୦୨/୨୦୧ ଆଇ ପି ସି ରେ ମାମଲା ରୁଜୁ କରିଛି ।

Leave A Reply