Odisha news

କ୍ଷୁଦ୍ରଶିଳ୍ପ ପାଇଁ ହାତେଇ ଥିବା ଜମିକୁ ଗ୍ରାମବାସୀଙ୍କ ବିରୋଧ : ପ୍ରଶାସନ ନୀରବ

0

ଦାନଗଦି,୧୨/୫  : ରାଜ୍ୟ ସରକାର କ୍ଷୁଦ୍ର ଶିଳ୍ପ କୁ ଗୁରୁତ୍ଵ ଦେଉଥିବା ବେଳେ କଳିଙ୍ଗନଗର ରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଶିଳ୍ପ ପାଇଁ ହାତେଇ ଥିବା ଜମିକୁ ଶାସକ ଦଳର ଏକ ରାଜନୈତିକ ଗୋଷ୍ଟି ବିରୋଧ କରୁଛନ୍ତି । ଯାହା ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଜିନ୍ଦଲ କାରଖାନା ସମ୍ମୁଖରେ ଥିବା ଇଡକୋର ୧୯ ଏକର ଜମି କୁ ୩ ଟି ସଂସ୍ଥା ନେଇ ଛନ୍ତି । ସେମାନଙ୍କ ମଧ୍ୟରୁ  ଏମଆଇପିଏଲ୍ ନାମକ ସଂସ୍ଥାକୁ ଇଡକୋ( ଓୟାର ହାଉସ) ପାଇଁ ତା ୨୦/୧୦/୨୦୧୯ ରେ ୯ ଏକର ଜମି ପ୍ରଦାନ କରିଛି। ନିକଟରେ ସଂପୃକ୍ତ ସଂସ୍ଥା ପକ୍ଷରୁ ଉକ୍ତ ଜାଗା ଉପରେ ଅଫିସ ପାଇଁ ଏକ କଣ୍ଟେନର ବସାଇଛି । ଯାହାକୁ ଦେଖିବା ପରେ ସ୍ଥାନୀୟ ସିଆରିଆ ଗ୍ରାମର ଜମିହରା ଗ୍ରାମବାସୀ ମାନେ ଏକତ୍ରିତ ହୋଇ କଣ୍ଟେନର ସମେତ ଅଧିଗ୍ରହଣ ଜମିରେ ତାରବାଡ ବୁଲାଇ ଦେଇଛନ୍ତି। ଏଠାରେ କ୍ଷୁଦ୍ର ଶିଳ୍ପ କରାଇ ଦେବୁନାହିଁ ବୋଲି ଜିଦ୍ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ କଳିଙ୍ଗନଗର ରେ ଏବେ ଛୋଟ ବଡ କରି ୪/୫ ଟି କ୍ଷୁଦ୍ରଶିଳ୍ପ ଜମି ଅଧି ଗ୍ରହଣ କରି କାର୍ଯ୍ୟକ୍ଷମ ହୋଇଥିବା ବେଳେ ହଟାତ ଏହି ଜାଗାକୁ ବିରୋଧ କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଜଣା ପଡ଼ିଛି। ତେଣୁ ୯ ଏକର ଜମିରେ ୧୫ କୋଟି ଟଙ୍କା ବ୍ୟୟରେ ଏହି ଓୟାର ହାଉସ୍ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ପ୍ରାୟ ୧୫୦ ନିଯୁକ୍ତି ପାଇବେ ବୋଲି ସଂପୃକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି କମ୍ପାନୀ କତୃପକ୍ଷ।

Leave A Reply