Odisha news

ଉଦ୍ୟାନ କୃଷି କର୍ମଶାଳା ରେ ଯୋଗଦେଲେ ଦାନଗଦି ଓ ସୁକିନ୍ଦା ବ୍ଲକ ର ବହୁ ଚାଷି

0
ଦାନଗଦି, ତା ୧୦/୫  : ଦାନଗଦି ବ୍ଲକ ରେ କୃଷକ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ଆୟୋଜନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦାନଗଦି ଓ ସୁକିନ୍ଦା ବ୍ଲକ ର ଶତାଧିକ ଚାଷୀ ଯୋଗ ଦେଇ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରା ଯାଇଥିଲା l
ଉନ୍ନତ କୃଷି ଓ ଅଧିକ ଅମଳ ପାଇଁ ପ୍ରତ୍ୟେକ ବର୍ଷ ମୃତ୍ତିକା ପରୀକ୍ଷା ନିହାତି ଆବଶ୍ୟକ ବୋଲି କର୍ମଶାଳା ରେ ପ୍ରଶିକ୍ଷକ ମାନେ କୃଷକ ମାନଙ୍କୁ ପରାମର୍ଶ ଦେଇଥିଲେ l ମତ୍ସ୍ୟ ପୋଖରି ଯୋଜନାରେ ହିତାଧିକାରୀ ମାନେ କଣ କଣ ସରକାରୀ ସାହାଯ୍ଯ ପାଇବେ ସେ ସମ୍ପର୍କରେ ସୂଚନା ଦେଇଥିଲେ l ଏହାଛଡା ଗୋ ପାଳନ, ଛେଳି ପାଳନ, କୁକୁଡ଼ା ପାଳନ, ମତ୍ସ୍ୟ ପାଳନ, ଛତୁଚାଷ, ମହୁ ଉତ୍ପାଦନ ଏବଂ ସମନ୍ଵିତ କୃଷି ସମ୍ପର୍କ ରେ କୃଷକ ମାନଙ୍କୁ ପରାମର୍ଶ ଦିଆଯାଇଥିଲା l
ଦାନଗଦି ବ୍ଲକ ଓ ସୁକିନ୍ଦା ବ୍ଲକ ରେ ଓମବାଡ଼ସି ଅନୁଦାନରେ ମୃତ ପୋଖରି ଖନନ ଓ ବାୟୋପ୍ଲକ ମତ୍ସ୍ୟ ଚାଷ ନିମନ୍ତେ ଅନୁଦାନ ଯୋଗାଇ ଦିଆଯାଉଥିବା ସୂଚନା ଦିଆଯାଇଥିଲା l ଅନୁଷ୍ଠିତ କର୍ମଶାଳା ରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ନାରାୟଣ ପାତ୍ର, ଦାନଗଦି ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ରାଧାଶ୍ୟାମ ବେହେରା, ସୁକିନ୍ଦାର ସହକାରୀ ଉଦ୍ୟାନ କୃଷି ଅଧିକାରୀ ତପନ କୁମାର ପାତ୍ର, ଦାନଗଦି ବିପିସି ମାନସ ରଞ୍ଜନ ସ୍ଵାଇଁ, ଦାନଗଦି ବ୍ଲକ ଉଦ୍ୟାନ ସମ୍ପ୍ରସାରଣ କର୍ମଚାରୀ ଅଚ୍ୟୁତାନନ୍ଦ ବେହେରା, ସୁକିନ୍ଦା ବ୍ଲକ କୃଷି ଅଧିକାରୀ ଭଦ୍ର ନାରାୟଣ ଦାସ, ଦାନଗଦି ବ୍ଲକ ମତ୍ସ୍ୟ ଅଧିକାରୀ ସଞ୍ଜୟ କୁମାର ଦାସ, ସୁକିନ୍ଦା ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ରାମରାୟ ମାରାଣ୍ଡି ପ୍ରମୂଖ ଉପସ୍ଥିତ ରହିଥିଲେ

Leave A Reply