Odisha news

ଅଭିଯୋଗ ପରେ ବିଭିନ୍ନ କାରଖାନାରୁ ବର୍ଯ୍ୟ ଜଳ ନମୁନା ସଂଗ୍ରହ କଲା ପ୍ରଦ୍ୟୁଷଣ ବିଭାଗ

0
ଦାନଗଦି, ତା ୨୭/୪  : କଳିଙ୍ଗନଗର ରେ ବ୍ୟାପକ ଜଳ ଓ ବାୟୁ ପ୍ରଦୂଷଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏକ ଟିମ୍ ଶିଳ୍ପାଞ୍ଚଳର ବିଭିନ୍ନ କାରଖାନା ରେ ପହଞ୍ଚି ନିର୍ଗତ ବର୍ଯ୍ୟଜଳ ର ନମୁନା ସଂଗ୍ରହ କରିଛନ୍ତି। ଶିଳ୍ପାଞ୍ଚଳ ରେ ବଡ଼ ବଡ଼ କାରଖାନା ସ୍ଥାପନ ହୋଇଥିବା ବେଳେ ସେମାନଙ୍କ ମଧ୍ଯରୁ ବହୁତ କାରଖାନା ପ୍ରଦୂଷଣ କରୁଥିବା ର ଅଭିଯୋଗ ବାରମ୍ବାର ସ୍ଥାନୀୟ ଲୋକ କରିବା ପରେ ମଧ୍ଯ କୌଣସି ଫଳ ମିଳୁନାହିଁ। ଯାହା ଫଳରେ ପାର୍ଶ୍ଵବର୍ତ୍ତୀ ଗ୍ରାମବାସୀ ଓ ନିର୍ବାଚିତ ସରପଞ୍ଚ ମାନେ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାଖରେ ଗତ ୪ ତାରିଖ ରେ ଫେରାଦ ହୋଇ ଥିଲେ । ସେମାନଙ୍କ ଅଭିଯୋଗ ହେଲା କଚେରୀ ଗାଁ ନାଳରେ  ଜେଏସଡବ୍ଲୁ , ଟାଟା ଓ ମୈଥାନ କାରଖାନା ତାର ପ୍ରଦୂଷିତ ଜଳକୁ ଛାଡି କଚେରୀ ଗାଁ ନାଳ ପାଣି କୁ ବିଷାକ୍ତ କରୁଛି। ଅଭିଯୋଗ ପାଇବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜିଲ୍ଲା  ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଅଧିକାରୀଙ୍କୁ ନେଇ ଏକ ଟିମ୍ ଶିଳ୍ପାଞ୍ଚଳ ରେ ପହଞ୍ଚି ଥିଲେ। ଜେଏସଡବ୍ଲୁ ସିମେଣ୍ଟ କାରଖାନା ଓ ମୈଥାନ କାରଖାନା ର ବାୟୁ ଓ ଜଳ ନମୁନା ସଂଗ୍ରହ କରିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଉଷାରାଣୀ ପଟ୍ଟନାୟକ (ଆଡିସିନାଲ ଚିଫ୍ ଏନଭରମେଣ୍ଟାଲ ସାଇଣ୍ଟିଷ୍ଟି), ଶ୍ବାଶ୍ବତ ମହାନ୍ତି (ସିନିୟର ଏନଭରମେଣ୍ଟାଲ ସାଇଣ୍ଟିଷ୍ଟି), ସୋମ୍ଯ ରଞ୍ଜନ ମଲିକ, ଯାଜପୁର ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ପ୍ରମୋଦ କୁମାର ବେହେରା ଓ ତାଙ୍କ ଟିମ୍ ଆସି ଜେଏସ୍ଡବ୍ଲୁ, ମୈଥାନ ଓ ଟାଟା କାରଖାନା ର ପରିଦର୍ଶନ କରିବା ସହିତ କାରଖାନା ରୁ ନିର୍ଗତ ଜଳ ଓ ବାୟୁ ର ନମୁନା ସଂଗ୍ରହ କରିବା ସହିତ କାରଖାନା ରେ ଲାଗିଥିବା ବାୟୁ ପ୍ରଦୂଷଣ ଯନ୍ତ୍ର ର ରିପୋର୍ଟ ସଂଗ୍ରହ କରିଛନ୍ତି । ତେବେ ରିପୋର୍ଟ ମିଳିବା ପରେ ସେମାନଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply