ଦାନଗଦି ,ତା 25/4 : ଦାନଗଦି ଓ ସୁକିନ୍ଦା ବ୍ଲକର ବିଭିନ୍ନ ଉନୟନମୂଳକ ପ୍ରକଳ୍ପର ଆଜି ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ସମୀକ୍ଷା କରିଥିଲେ l କଳିଙ୍ଗନଗରସ୍ଥ ଜେସିଡିଏଲ ସଭା ଗୃହରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ସମୀକ୍ଷା ମଧ୍ୟରେ ଜଳସେଚନ ଏବଂ କୃଷିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା l ଯାହାକି
ରେଙ୍ଗାଲି କେନାଲ ଦ୍ୱାରା ସୁକିନ୍ଦା ନିର୍ବାଚନ ମଣ୍ଡଳୀର 8,176 ହେକ୍ଟର (ସୁକିନ୍ଦାର 7,950 ହେକ୍ଟର ଏବଂ ଦାନଗଦୀ ବ୍ଲକର 226 ହେକ୍ଟର) ଜମି ଜଳସେଚିତ ହୋଇଛି l ଫଳରେ ଫସଲ ଉତ୍ପାଦନ ବଢ଼ିଛି। ପ୍ରତି ହେକ୍ଟରରେ ସୁକିନ୍ଦାରେ 45.64 କ୍ୱିଣ୍ଟାଲ ଧାନ ଏବଂ ଦାନଗଦୀ 42.26 କ୍ୱିଣ୍ଟାଲ ଧାନ ଉତ୍ପାଦନ ହେଉଛି। ଅନ୍ୟପଟେ ଯାଜପୁର ଜିଲ୍ଲାର ହେକ୍ଟର ପିଛା ହାରାହରି 32.36 କ୍ୱିଣ୍ଟାଲ ଧାନ ଉତ୍ପାଦନ ହେଉଥିବାବେଳେ ଏଠାରେ ଅଧିକ ଧାନ ଉତ୍ପାଦନ ହେଉଛି l
ସେହିପରି ଜଳସେଚନରେ ଉନ୍ନତି ଆସିବା ଯୋଗୁ ସୁକିନ୍ଦା-ଦାନଗଦୀର ଚାଷୀଙ୍କୁ 950 ହେକ୍ଟର ଜମିରେ ଲାଭକାରୀ ଫସଲ ( ମକା,ମାଣ୍ଡିଆ, ବାଜରା ପନିପରିବା) ଚାଷ ହେବ। ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ଅଧିକ ଥିବାରୁ 400 ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିବାର ଲକ୍ଷ୍ୟ ରହିଛି।
ଫଳରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣକୁ ତ୍ୱରାନିତ କରାଯିବ। ପାହାଡିଆ ଏବଂ ଜଙ୍ଗଲ ଅଞ୍ଚଳରେ ନଳକୂପ ସ୍ଥାପନ କରାଯିବ l ସେହିପରି ବାରଗାଡ଼ିଆ ହରିଜନ ସାହିର ବିସ୍ଥାପିତ କରି, ଥଇଥାନ କରାଯିବ l ସେହିପରି ଆଲୋଚନା ମଧ୍ୟରେ ଆସନ୍ତା କଳିଙ୍ଗ ନଗର ମହୋତ୍ସବ 2024 ଜାନୁଆରୀ ମାସ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ, କଳିଙ୍ଗ ନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଏବଂ ମାଇନିଂ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରି ସ୍ଥାନୀୟ ଯୁବବର୍ଗଙ୍କୁ କୁଶଳୀ କରାଯିବ।
ପ୍ରଦୂଷଣ ରୋକିବା ପାଇଁ ଦାନଗଦୀ ଛକରୁ ଡୁବୁରୀ ପର୍ଯ୍ୟନ୍ତ ସଫେଇ ଏବଂ ପାଣି ସିଞ୍ଚନ ବ୍ୟବସ୍ଥା, କଳିଙ୍ଗ ନଗରରେ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଅସାମାଜିକ କାର୍ଯ୍ୟକ୍ରମ ରୋକିବା ପାଇଁ ସିସିଟିଭି ସ୍ଥାପନ କରାଯିବ। ଡୁବୁରୀ ବସଷ୍ଟାଣ୍ଡ ଏବଂ ମାର୍କେଟ କଂପ୍ଲେକ୍ସ ନିର୍ମାଣକୁ ତ୍ୱରାନିତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି l ସେହିପରି ସୁକିନ୍ଦା ବ୍ଲକ, ତହସିଲ, କୋର୍ଟ ଏବଂ ମେଡିକାଲକୁ ପ୍ରତିଦିନ ହଜାର ଜଜାର ଲୋକ ଆସୁଥିବାରୁ ସୁକିନ୍ଦା ଛକର ବଙ୍ଗଳା ନିକଟରେ ଶୌଚ୍ଚାଳୟ ପ୍ରତିଷ୍ଠା ହେବ।
ଦାନଗଦୀ ଏବଂ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ନିକଟରେ କଳିଙ୍ଗ କିଚେନ୍ ନାଁରେ ଦୁଇଟି କାଫେ ପ୍ରତିଷ୍ଠା ହେବ। ଏହାର ପରିଚାଳନା ଦାୟିତ୍ୱ ମିଶନ ଶକ୍ତିକୁ ପ୍ରଦାନ କରାଯିବ।
ସୁକିନ୍ଦା ଛକ ଠାରୁ ହରିପୁର ରାସ୍ତାକୁ ଚାରି ଥାକିଆ ରାସ୍ତା, ଡୁବୁରୀ ଠାରୁ ଦାନଗଦୀ ମିଲିଟାରୀ ଛକ ପାର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଆବଶ୍ୟକ ଜମି ଅଧିଗ୍ରହଣକୁ ସଂପୂର୍ଣ୍ଣ କରାଯିବ। ବଙ୍ଗଳା ଛକ ଠାରୁ ହରିପୁର କଲେଜ ମଧ୍ୟରେ ଅନାବଶ୍ୟକ ହମ୍ପସକୁ ହଟାଯିବା ସହ ଜଙ୍ଗଲ ବିଭାଗର ସହଯୋଗରେ ପ୍ରତି ପଞ୍ଚାୟତର ଗ୍ରୀନ୍ ପାର୍କ ନିର୍ମାଣ ଯଥାଶୀଘ୍ର ଆରମ୍ଭ ହେବ ବୋଲି ସମୀକ୍ଷା ବୈଠକରେ ସ୍ଥାନ ପାଇଥିଲା lଅନୁଷ୍ଠିତ ସମୀକ୍ଷା ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର , କଳିଙ୍ଗନଗର ଅତିରିକ୍ତ ଏସପି ଏସ. ଟପ୍ପୋ, ଜିଲା ପ୍ରକଳ୍ପ ଅଧିକାରୀ ଅଶୋକ ବେହୁରା, ଦାନଗଦି ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ, ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଦାନଗଦି ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା, ସୁକିନ୍ଦା ବିଡ଼ିଓ ନମ୍ରତା ମୋଡି, ଇଡ଼କୋର ଜି. ଏମ ଏସ. ପଟ୍ଟନାୟକ, ଏନ ପି ସି ସି ଅଧିକାରୀ , ଜେ ସି ଡି ଏଲ ପଦାଧିକାରୀ, ଦାନଗଦି ବ୍ଲକ ଉପାଧ୍ୟକ୍ଷ ଅଜୟ ବିନ୍ଧାଣୀ, ପ୍ରଦୀପ କୁମାର ମହାନ୍ତି, ଇଦକୋ ପଦାଧିକାରୀ ସମେତ କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ, ଭିସା, ଟାଟା , ଵି ଆର ପି ଏଲ, ମୈଥାନ ଇସ୍ପାତ , ଆଦି କାରଖାନାର ପଦାଧିକାରୀମାନେ ସାମିଲ ହୋଇଥିଲେ l