ଦାନଗଦୀ, ଟମକା ଥାନା ଅନ୍ତର୍ଗତ ଫୁଲଝର ମହାଗିରୀ ଜଙ୍ଗଲ ନିକଟସ୍ଥ ବସ୍ତି ଉପରେ ହାତୀ ଉପଦ୍ରବରେ ୬ଟି ପରିବାରର ଘର ସଂପୁର୍ଣ୍ଣ ଭାଙ୍ଗିରୁଜି ଯାଇଛି । ତେବେ ଦନ୍ତା ହାତୀଟି କାହାରିକୁ ଆକ୍ରମଣ କରି ନ ଥିଲେ ମଧ୍ୟ ଘରର କାନ୍ଥପଡି ବାଦଲ ପୁର୍ତି , ରାଜୁ ସମେତ ୪ଆହତ ହୋଇଛନ୍ତି । ଆହତକୁଂ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିସôା ପରେ ୨ଜଣକଂ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ପଠାଇ ଦିଆଯାଇଛି । ଏହି ହାତୀଟିକୁ ଜନବସତିରୁ ଦୁରେଇ ଦେବାକୁ ଟମକା ଫରେଷ୍ଟ ରେଞ୍ଜ ଅଧିକାରୀ ଏକ ୫୦ଜଣିଆ ଟିମ ଗଠନ କରିଛନ୍ତି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ତଥା ୧୫ଘଂଟାରୁ ଉର୍ଦ୍ଧ ବିତିଲାଣି ହାତୀଟି ଜନବସତି ସ୍ଥାନରେ ଘୁରିବୁଲୁଥିବାରୁ ଫରେଷ୍ଟ ବିଭାଗର ଅଧିକାରୀ ଏବଂ କର୍ମଚାରୀକଂ ଚିନ୍ତା ବଢ଼ିଯାଇଛି । ମୁଖ୍ୟତ ଜଙ୍ଗଲରୁ ହାତୀ ଖାଦ୍ୟ ଖାଇବାକୁ ବାହାରକୁ ଆସିଥିବା ସମୟରେ ଯଦି ଖାଦ୍ୟ ନ ପାଏ ତେବେ ହାତୀ ହିଂସ୍ର ହୋଇ ଏଭଳି କାଣ୍ଡ ଘଟାଇଥିବାର ବନ ବିଭାଗ ଅନୁୂମାନ କରୁଛି । ମୁଖ୍ୟତ ହାତୀ ଉପଦ୍ରବରେ ଘରର କାନ୍ଥ ଗୁଡିକ ଭାଙ୍ଗି ପଡି ୪ଚପରିବାର ସଦସ୍ୟ ଆହାତ ହୋଇଛନ୍ତି । ହାତୀଟି ଜନବସତିସ୍ଥାନରୁ ଦୁରେଇ ରଖିବା ପାଇଁ ଫରେଷ୍ଟ ବିଭାଗର ଉକ୍ତ ଟିମ ଉଦ୍ୟମ ଜାରି ରଖିଛି । ତେବେ ହାତୀକୁ ଘଉଡାଇବା ସମୟରେ ବାଣ ଫଟକା, ନିଆଁ ଗୁଳା ବନବିଭାଗ କର୍ମଚାରୀମାନେ ବ୍ୟବହାର କରୁଛନ୍ତି । ଏହି ଟିମରେ ଫରେଷ୍ଟ ରେଞ୍ଜ ଅଫିସର ଜି.ମୁଦୁଲି ସମେତ ଡୁବୁରୀ ଫରେଷ୍ଟର ନିଳିମା ପ୍ରିୟଦର୍ଶନୀ ନାୟକ, ଟମକା ଫରେଷ୍ଟର ବାଲାଇ ମୁର୍ମୁ, କଁସ ଫରେଷ୍ଟର ଗଣେଶ୍ୱର ଦାସ, ଫରେଷ୍ଟର ଚିତରଞ୍ଜନ ବିଶ୍ୱାଳ, ଫରେଷ୍ଟର ମନୋଜ ନାୟକ, ଫରେଷ୍ଟ ଗାର୍ଡ ଗୈାରାଙ୍ଗ ଜାରିକା ପ୍ରମୁଖ ୫୦ ସାମିଲ ଥିବା ଜଣାପଡିଛି । ସବୁଠୁ ଗୁରୁତ୍ୱ ପୁର୍ଣ୍ଣ କଥା ହେଉଛି, ହାତୀଟି ଖାଦ୍ୟ ନ ପାଇ ଏଭଳି କାଣ୍ଡ ଘଟାଇଥିବ ବୋଲି ଅନୁମାନ କରାଯାଉଛି ।