ଦାନଗଦୀ ୨୧/୦୮ : ରାଜ୍ୟ ସରକାର କଳିଙ୍ଗନଗର କାରଖାନା ପାଇଁ ନିଜର ଭିଟାମାଟି ଛାଡି ଆଜି ବିସ୍ଥାପିତ ହୋଇଥିବା ଆଦିବାସୀ ଦଳିତ ପରିବାରର ସୁବିଧା ଏବଂ ପ୍ରଶାସନକୁ ଲୋକଙ୍କ ନିକଟତର କରିବାପାଇଁ ୨୦୦୭ ମସିହାରେ କଳିଙ୍ଗନଗରର ପଙ୍କପାଳ ନିକଟରେ ଏକ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ନିର୍ମାଣ କରାଗଲା ,କିନ୍ତୁ ନିର୍ମାଣ ହେବା ପରଠାରୁ ଆଜି ପର୍ଯ୍ୟନ୍ତ କଳିଙ୍ଗନଗର ଏ.ଡି.ଏମ୍. ଅଫିସ ପଙ୍କପାଳଠାରୁ ୨୫ କି.ମି. ଦୂର ଯାଜପୁର ରୋଡଠାରେ କାର୍ଯ୍ୟ କରୁଛି ।
ଏଥିପାଇଁ ସ୍ଥାନୀୟ ବାସିନ୍ଦା ଓ କଳକାରଖାନା ଯଥା ଟାଟା.ଜିନ୍ଦଲ,ଭିସା,ବିଆରପିଏଲ,ନିଳାଂଚଳ,ୟାଦଯାନୀ କର୍ମଚାରୀମାନେ ସେମାନଙ୍କ ସମସ୍ୟା ନେଇ ଦୈନନ୍ଦିନ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ଯାଜପୁରରୋଡ ଆସିବାକୁ ବାଧ୍ୟ ହେଉଛନ୍ତି । ଆହୁରି ୩୬ଟି କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠା ହେବା ନେଇ ଚୁକ୍ତି ସ୍ୱାକ୍ଷର ହୋଇଛି । ଏଥିପାଇଁ ସ୍ଥାନୀୟ ଲୋକମାନଙ୍କର ଆବଶ୍ୟକତା ଏବଂ ଶିଳ୍ପାନୁଷ୍ଠାନଗୁଡିକର କାର୍ଯ୍ୟକୁ ତଦାରଖ କରିବା ପାଇଁ ସ୍ଥାପନ ହୋଇଥିବା କଳିଙ୍ଗନଗର ଏ.ଡି.ଏମ୍. ଅଫିସର ଭୂମିକା ଗୋ÷ଣ ପରି ମନେହେଉଛି ।
ସ୍ଥାନୀୟ ଅଂଚଳର ବିକାଶ ଏବଂ ନିଯୁକ୍ତି ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ପୁର୍ନବାସ ଏବଂ ପାରିପାଶ୍ୱିର୍କ ଉନ୍ନୟନ ଉପଦେଷ୍ଟା କମିଟି(ଆର.ପି.ଡି.ଏସ. ) ବୈଠକ ଦୀର୍ଘ ୪୭ ମାସ ହେବ ବସିପାରିନାହିଁ । ଏନେଇ କଳିଙ୍ଗନଗର ଅଂଚଳର ବିସ୍ଥାପିତ ଏବଂ ପୁର୍ନର୍ବାସ ହୋଇ ଥଇଥାନ ହୋଇନଥିବା ଲୋକମାନଙ୍କ ମଧ୍ୟରେ ବହୁ ଅସନ୍ତୋଷ ଦେଖାଦେଉଛି ।
ସେମାନଙ୍କ ବହୁ ଅସୁବିଧା ଜଣାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଲେ ଗାଡି ଭଡା କରି ସକାଳେ ଯାଇ ସଂଧ୍ୟାରେ ଫେରୁଥିବା ଅଭିଯୋଗ ହେଉଛି । ତେଣୁ ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଅତିରିକ୍ତ ଜିଲ୍ଲାପାଳ (କଳିଙ୍ଗନଗର) କାର୍ଯ୍ୟାଳୟକୁ ତୁରନ୍ତ ସ୍ଥାନାନ୍ତର କରିବା ଲାଗି କଳିଙ୍ଗନଗର ମଜଦୂର ୟୁନିୟନର ସାଧାରଣ ସଂପାଦକ ମୂଖ୍ୟମନ୍ତ୍ରୀଙ୍କୁ ପତ୍ର ସଂଖ୍ୟା ୧୩୦/୨୦ରେ ଜଣାଇଛନ୍ତି ।