ଅନ୍ଧ ବିଶ୍ୱାସର କରୁଣା ପରିଣତି : ଗୁଣିଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ଘରେ ପୁରେଇ ନିଆଁ ଲଗେଇ ଅତି ନିର୍ମମଭାବେ ଜିଅନ୍ତା ଜାଳିଦେଲେ
ଦାନଗଦୀ : ଗତକାଲି ବିଳମ୍ବିତ ରାତ୍ରିରେ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ପିଙ୍ଗଲ ପଂଚାୟତ ନିମପଲ୍ଲୀର ଆଦିବାସୀ ଗ୍ରାମ ସୁରୁସାହିରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାରୁ ପ୍ରକାଶ ଯେ କଳିଙ୍ଗନଗର ଥାନା ଅର୍ନ୍ତଗତ ଏହି ଆଦିବାସୀ ସାହିର ଶୈଳ ବାଲମୁଚ(୬୦)ଏବଂ ତାଙ୍କର ପତ୍ନୀ ସମ୍ବରୀ ବାଲମୁଚ(୫୫)ଙ୍କୁ ଗତାକାଲି ବିଳମ୍ବିତ ରାତ୍ରିରେ ଘରେ ପୁରେଇ ନିଅାଁ ଲଗେଇ ଅତି ନିର୍ମମଭାବେ ଜିଅନ୍ତା ମାରିଦିଆଯାଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଗୁଣିଗାରେଡି ସନ୍ଦେହରେ ହତ୍ୟା ବୋଲି ସୂଚନା ମିଳିଛି । ଖବରମୁତାବକ କାଲମୁଚ ଦମ୍ପତି ଗୁଣିଗାରେଡି କରନ୍ତି ବୋଲି ସ୍ଥାନୀୟ ଲୋକେ ତାଭ୍କୁ ସନ୍ଦେହ କରୁଥିଲେ ।
ଗତ ଏକ ମାସ ଭିତରେ ଏହି ଗ୍ରାମରେ କୋଣସି କାରଣରୁ ୫-୬ ଜଣ ପିଲାଙ୍କର ମୃତ୍ୟୁ ଘଟିଲାଣି । ଗ୍ରାମବାସୀ ଏହି ମୃତ୍ୟ ପଛରେ ବାଲମୁଚ ଦମ୍ପତିଙ୍କ ଗୁଣିଗାରେଡି ବୋଲି ସନେ୍ଦହ କରୁଥିଲେ । ଗତ ରବିବାର ରାତିରେ ବାଲମୁଚ ଦମ୍ପତିଙ୍କୁ ମାରି ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କୁ ଘରେ ପୁରେଇ ପୋଡି ଦେଇଥିବା ଜଣାପଡିଛି । ଖବରପାଇ କଳିଙ୍ଗନଗର ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଘଟରାସ୍ଥଳରେ ପହଁଚିବା ସହିତ ତୁରନ୍ତ ସୁକିନ୍ଦା ଦମକଳବାହିନୀ ସହାୟତାରେ ନିଅାଁକୁ ଆୟତ୍ତ କରିବା ସହିତ ଅର୍ଦ୍ଧଦଗ୍ଧ ଶବକୁ ପଦାକୁ ବାହାର କରିଥିଲେ ।
ଏନେଇ ମୃତ ବାଲମୁଚ ଦମ୍ପତିଙ୍କ ଝିଅ-ଜ୍ୱାଇଁ କଳିଙ୍ଗନଗର ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଯାଜପୁର ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ(କଳିଙ୍ଗନଗର ) ଜୟରାମ ଶତପଥୀ ,କଳିଙ୍ଗନଗର ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ସାଇନ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପଂହଚି ତଦନ୍ତ କରିବା ସହିତ ସନେ୍ଦହରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।

