Odisha news

ଦାନଗଦୀ : ନାବାଳିକା ଅପହରଣକାରୀ କୋର୍ଟ ଚାଲାଣ

0

ଦାନଗଦୀ,ତା୪ା୭ : ଜନୈକା ନାବାଳିକାକୁ ଅପହରଣ କରି ଜଣେ ଯୁବକକୁ ଆଜି ଟମକା ପୋଲିସ କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଏହି ଥାନା ଅନ୍ତର୍ଗତ ବାଙ୍ଗରକୋଟାର ଶ୍ରିଧର ପାତ୍ରକଂ ପୁଅ ଦାଶରଥି (୨୧) । ପୋଲିସ କେସ ନଂ ୪୭/୨୦୨୦ ଦଫା ୩୬୩/୩୬୬/୩୭୬/୨(ଏନ) ଆଇପିସି/୬ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି । ଅପରପକ୍ଷରେ ନାବାଳିକାକୁ ଉଦ୍ଧାର କରିଛି । ଅପରପକ୍ଷରେ ଦାଶରଥିକଂ ଜାମିନି କୋର୍ଟରେ ନାମଞ୍ଜୁର ହେବାରୁ ତାକୁଂ ଜେଲକୁ ପଠାଇଦିଆଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଟମକା ଥାନା ତରାଇଲୋ ଗାଁରେ ନାବାଳିକା ମିଲି (ଛଦ୍ମନାମ ୧୬) କଂ ଘର ।

ଏହି ଏହି ତରାଇଲୋ ଗାଁରେ ଥିବା ନିଜ ବଡବାପାକଂ ଘରେ ଦାଶରଥି ରହୁଥିଲା । ଯାହାଫଳରେ ଉଭୟ ମିଲି ଏବଂ ଦାଶରଥିକଂ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଗତ ଜୁନ ୨୦ ତାରିଖ ରାତିରେ ଦାଶରଥି ବିବାହର ପ୍ରଲୋଭନ ଦେଖାଇ ମିଲିକୁ ଅପହରଣ କରିଥିଲା । ପରିବାର ଲୋକେ ଏ ସଂପର୍କରେ ଖବର ପାଇ ଟମକା ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ବିଭିନ୍ନ ସ୍ଥାନ ଖୋଜା ଖୋଜି କରି ଗତକାଲି ଉଭୟକୁଂ ଧରିବାରେ ସକ୍ଷମ ହୋଇଥିଲା । ଏପରିକି ଅପହରଣ ପରେ ମିଲିକଂ ସହ ଦାଶରଥି ଶାରିରୀକ ସଂପର୍କ ମଧ୍ୟ ରଖିଥିଲା ଉଭୟକୁଂ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା ପରେ ଦାଶରଥିକୁ ପୋଲିସ କୋର୍ଟ ଚାଲାଣ କରିଥିଲା ।

Leave A Reply

Your email address will not be published.