Odisha news

ଦାନଗଦୀ : ଆଶ୍ୱସ୍ଥି ଫାଉଣ୍ଡେସନ ଓ କଳିଙ୍ଗନଗର ଯୁବ ସଂଘ ଦ୍ୱାରା ଅଟକିଲା ନାବାଳିକା ବିବାହ

0

ଦାନଗଦୀ : କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗାଡିଆରେଏକ ନାବାଳିବା ବିବାହକୁ ଅଟକାଯାଇଛି । କୈାଣସି ସୁତ୍ରରୁ ଆଶ୍ୱସ୍ଥି ଫାଉଣ୍ଡେସନର ସଂପାଦିକା ବିଜୟ ଲକ୍ଷ୍ମୀ ମହାପାତ୍ର ଓ କଳିଙ୍ଗନଗର ଯୁବ ସଂଘର ସଭାପତି ଶିଶିର କୁମାର ପଣ୍ଡା ଖବର ପାଇଥିଲେ ।  ଏ ଘଟଣା ସଂପର୍କରେ ସିଡବ୍ଲୁସି କମିଟିର ନିରଞ୍ଜନ ପଟ୍ଟନାୟକ ଏବଂ ସିଡିପିଓ ସଂଯୁକ୍ତା ପଟ୍ଟନାୟକକୁଂ ଏ ସଂପର୍କରେ ଜଣାଯାଇଥିଲା । ନାବାଳିକାକୁ ଉଦ୍ଧାର କରାଯାଇଥିଲା । ଏହି ବିବାହ ଆଇନସମ୍ମତ ନୁହେଁ ବୋଲି ବିବାହକୁ ବନ୍ଦ ହୋଇଯାଇଥିଲା ଢ଼େକାଂନାଳ ଜିଲା ଭୁବନ ଥାନା ଅଂଚଳର ରବିନ୍ଦ୍ର ମଲିକକଂ ନାବାଳିକା ଝିଅକଂ ସହ ଆଜି ବାରଗାଡିଆର ମହେଶ୍ୱର ମଲିକକଂ ପୁଅ ସଂଗ୍ରାମକଂ ବିବାହ ହୋଇଥା’ନ୍ତା ।

ହେଲେ ଆଶ୍ୱସ୍ଥି ଫାଉଣ୍ଡେସନ ଏବଂ କଳିଙ୍ଗନଗର ଯୁବ ସଂଘ ଉଭୟ ଏ ସଂପର୍କରେ ସିଡବ୍ଲୁସିକୁ ଜଣାଇବା ପରେ ସବୁ ଓଲଟପାଲଟ ହୋଇଗଲା ।  କାରଣ ସିଡବ୍ଲୁସି, ସିଡିପିଓ, ଆଶ୍ୱସ୍ଥି ଫାଉଣ୍ଡେସନ ଏବଂ କଳିଙ୍ଗନଗର ଯୁବ ସଂଘ ମିଳିତ ଉଦ୍ୟମରେ ସଂଗ୍ରାମ ଏବଂ ମିଲିକଂ ବିବାହ ବନ୍ଦ କରାଯାଇଥିଲା । କାରଣ ମିଲିକଂ ବିବାହ ବୟସ ଆଇନସମ୍ମତ ନ ଥିଲା । ବିବାହ ବନ୍ଦ ହେବା ପରେ ନିରାଶ ହୋଇ ଘରକୁ ଫେରିଥିଲେ ଉଭୟ ବରପକ୍ଷ ଏବଂ କନ୍ୟାପକ୍ଷ ।  କାରଣ ଏହି ବିବାହ ଆଜି ସଂଗ୍ରାମକଂ ଗାଁ ବାରଗାଡିଆରେ ହେବାର ଥିଲା । ଏଥିରେ ଅନ୍ୟମାନକଂ ମଧ୍ୟରେ ଆଶ୍ୱସ୍ଥି ଫାଉଣ୍ଡେସନର ସଭାପତି ସୁଦର୍ଶନ ପତି, ସଂଯୋଜକ ସେକ ମୋଜିବୁର ରହମନ, କଳିଙ୍ଗନଗର ଯୁବ ସଂଘର ଆନନ୍ଦ ପରିଡା, ତୋଫାନ ସାହୁ, ମଂଟୁ ପରିଡା, ସମରଜିତ ସରଗଡିଆ ଉପସ୍ଥିତ ଥିଲେ ।

Leave A Reply