Odisha news

ନେସ୍କୋ ଅଧିକାରୀକଂ ଦାୟିତ୍ୱ ହୀନତା : ବିଦୁ୍ୟତ ତାର ସଂସ୍ପର୍ଷରେ ଆସି ଛାତ୍ର ଗୁରୁତର

0

ଦାନଗଦୀ,ତା୨୧ା୬: ଡୁବୁରୀ ନେସ୍କୋ ବିଭାଗର ୧୧ କେଭି ବିଦୁ୍ୟତ ତାର ସଂସ୍ପର୍ଷରେ ଆସି ବେଲହୁରୀ ଗାଁର ଉାପେନ୍ଦ୍ର ବାଲମୁଚ ଗୁରୁତର ଆହତ ହୋଇଛନ୍ତି । ସେ ବେଲହୁରୀ ଆଶ୍ରମ ସ୍କୁଲର ୪ର୍ଥ ଶ୍ରେଣୀର ଛାତ୍ର । ସ୍କଲ ବିଲଡିଂର ଛାତ ଉପରେ ଚଢ଼ି ଥିବାବେଳେ ଏଭଳି ଘଟଣା ଘଟିଲା । ଉପେନ୍ଦ୍ରକୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସ୍ୟା ପରେ କଟକ ସ୍ଥାନାନ୍ତରିତ କରାଯାଇଛି ।

କୋଭିଡ-୧୯ ପାଇଁ ଛାତ୍ରାବାସର ସମସ୍ତ ଅନ୍ତବାସୀକୁଂ ଗତ ମାର୍ଚ୍ଚ ୨୫ତାରିଖରୁ ସ୍କୁଲ ଛାତ୍ରାବାସ ଛାଡିବାକୁ ପଡିଥିଲା ଏହି ସ୍କୁଳ ବିଲଡିଂ ଛାତ ପାଶ୍ୱର୍ରେ ୫ଫୁଟ ଉଚ୍ଚରେ ୧୧କେଭି ବିଦୁ୍ୟତ ତାର ଯାଇଛି । କୋଭିଡ ୧୯ ପାଇଁ ସ୍କୁଲ ଛୁଟି ଥିବା ସତ୍ୱେ କୈାଣସି କାରଣ ବଶତଃ ପାଚେରୀ ଦେଇ ସ୍କୁଲ ଛାତ ଉପରକୁ ଉପେନ୍ଦ୍ର ଚଢ଼ିଥିବା କୁହାଯାଉଛି । ଛାତଉପରେ ହଠାତ ଉପେନ୍ଦ୍ର ୧୧କେଭି ବିଦୁ୍ୟତ ତାର ସଂସ୍ପର୍ଷରେ ଆସିଥିଲା ।

ଯାହାଫଳରେ ସେ ଛିଟିକି ପଡି ଗୁରୁତର ହୋଇଥିବା ଜଣାପଡିଛି । ଏ ବିଦୁ୍ୟତ ତାରଟି ବିପଦସଂକୁଳ ଅବସ୍ଥାରେ ସ୍କୁଲ ବିଲଡିଂ ଛାତ ଉପରେ ଯାଇଥିବାରୁ ଏହାର ପ୍ରତିପାର ପାଇଁ ବହୁବାର ନେସ୍କୋ ଅଧିକାରୀକଂ ଠାରେ ଅଭିଯୋଗ ହୋଇଛି । ହେଲେ ନେସ୍କୋ ପଦାଧିକାରୀମାନେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲା । ଯାହାକି ହେଲେ କୈାଣସିି ସୁଫଳ ମିଳିନି । କୋଭିଡ୧୯ ଯୋଗୁ ସ୍କୁଲର ଛାତ୍ରାବାସ ସମେତ ସ୍କୁଲର ମୁଖ୍ୟ ଫାଟକରେ ତାଲା ମଧ୍ୟ ପଡିଛି । ଉପେନ୍ଦ୍ର ସ୍କୁଲ ପଛପଶ୍ୱର୍ ପାଚେରୀ ଦେଇ ବିଲଡିଂ ଉପରେ ଚଢ଼ିବା ପରେ ବିଦୁ୍ୟତ ତାର ସଂସ୍ପର୍ଷରେ ଆସିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକକଂ ଠାରେ ଚର୍ଚ୍ଚା ହେଉଛି । ।

Leave A Reply