Odisha news

ଦାନଗଦୀ : ଅପହରଣ ପରେ ନାବାଳିକାକୁ ଦୁଷ୍କର୍ମ , ଯୁବକ ଗିରଫ

0

ଦାନଗଦୀ,ତା୨୧ା୬  : ନାବାଳିକାକୁ ଅପହରଣ ପରେ ଜଣେ ଯୁବକ ଦୁଷ୍କର୍ମ କରିଥିବା କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଛି । ପୋଲିସ କେସ ନଂ ୯୩/୨୦୨୦ ଦଫା ୩୬୩/୩୭୬ଆଇପିସି/ ୪ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି । ଏହି ଘଟଣାରେ ପୋଲିସ ନାବାଳିକାକୁ ଉଦ୍ଧାର କରିଥିବାବେଳେ ସଂପୃକ୍ତ ଅପହର୍ତା ଯୁବକ ଢେଙ୍କାନାଳ ଭୁବନ ଥାନା କିର୍ତନପୁରର ୍ମିଥୁନ ରାଉତ(୨୦)ଙ୍କୁ ଗିରଫ କରିଛି । ନାବାଳିକା ମିଲି (ଛଦ୍ମନାମ-୧୫)ଙ୍କ ଘର ଏହି ଥାନା ଅନ୍ତର୍ଗତ ନିମପଲୀ ଗାଁରେ । ମିଲି ଙ୍କ ମାମୁଁ ଘର କିର୍ତନପୁରରେ । ଯାହାଫଳରେ ମିଥୁନ ଏବଂ ଝିଲିଙ୍କ ମଧ୍ୟରେ ଜଣାଶୁଣା ଥିଲା । ଏହାର ସୁଯୋଗ ନେଇ ଗତ ୧୫ତାରିଖ ରଜସଂକ୍ରାନ୍ତି ଦିନ ୧୦ଟାରୁ ଝିଲି କୁ ଅପହରଣ କରାଯାଇଥିଲା ।

ମିଲିଙ୍କ ପରିବାର ଲୋକେ ବିଭିନ୍ନ ସ୍ଥାନ ଖୋଜାଖୋଜି କରିବା ପରେ ମିଥୁନ ତାକୁଂ ଅପହରଣ କରିନେଇ ଭୁବନର କିର୍ତନପୁରରେ ରଖିଥିବା ଖବର ମିଳିଥିଲା । ଶୁକ୍ରବାର ମିଲିକୁ ଉଦ୍ଧାର କରାଯାଇଥିଲା । ଏପରିକି ମିଲିକୁ ଅପହରଣ ପରେ ଦୁଷ୍କର୍ମ କରିଥିବା ପରିବାରଲୋକେ ଜାଣିବାକୁ ପାଇଥିଲେ । ଏ ସଂପର୍କରେ କଳିଙ୍ଗନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ କିର୍ତନପୁର ଗାଁ ଉପରେ ଚଢ଼ାଉ କରି ମିଥୁନକୁ ଗିରଫ କରିଥିଲା । ଆାଜି ମିଥୁନକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଆର.ଏନ.ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।

Leave A Reply