Odisha news

ଆସୁଛି ବାତ୍ୟା “ଦାନା” , କିଭଳି ପ୍ରଭାବ ରହିବ ଓଡିଶା ଉପରେ

0

ଦାନା ବାନ୍ଧୁଛି ବାତ୍ୟା ଦାନା
ସମୁଦ୍ର ମଧ୍ୟରେ ଶକ୍ତି ସଂଚୟ କରୁଛି ଦାନା
ଭୟ ଘାରିଛି ଲୋକଙ୍କ ମନରେ
ମନେ ପଡି ଯାଉଛି ଫନିର ତାଣ୍ଡବ
ବର୍ତମାନ ସାରା ଓଡିଶା ବାସୀ ଙ୍କ ମନରେ ଭୟ ବଢ଼ାଇଛି ବାତ୍ୟା ଦାନା, ବର୍ତମାନ ମଧ୍ୟ ଲୋକେ ୨୦୧୯ ଅପ୍ରେଲ ୨୬ ର ଫନି ବାତ୍ୟା କୁ ଭୁଲି ନାହାନ୍ତି l  ଚକ୍ର ବାତି ତୋଫାନ ଦାନା ଧୀରେ ଧୀରେ ନେଉଛି ବାତ୍ୟାର ରୂପ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି  l ମଧ୍ୟ ଆଣ୍ଡାମାନ ସାଗର ରେ ଗୋଟିଏ ସମ୍ଭାବିତ ଚକ୍ରବାତ ତୋଫାନ ଧୀରେ ଧୀରେ ନିଜର ଶକ୍ତି ସଂଚୟ କରିବାରେ ଲାଗିଛି, ଏହା ୨୩ ତାରିଖ ବେଳକୁ ବାତ୍ୟା ର ରୂପ ନେବ l ୨୨ ତାରିଖ ଦିନ ୫୫ ରୁ ୬୦ କିଲୋମିଟର ବେଗରେ ପବନ ବହିବ l ୨୩ ତାରିଖରେ ୮୦ ରୁ ୯୦ କିଲୋମିଟର ବେଗରେ ପବନ ର ବେଗ ରହିବ l ଏବଂ ୨୪ ତାରିଖ ବେଳକୁ ଏହା ଗମ୍ଭୀର ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ବର୍ତମାନ ବିଭିନ୍ନ ଜିଲ୍ଲାର ଜିଲ୍ଲା ପାଳଙ୍କୁ ସଚେତନ କରାଯାଇଛି l ସରକାରଙ୍କ ପକ୍ଷରୁ ଓଡ୍ରାଫ ଓ NDRF ଟିମ ଙ୍କୁ ସମସ୍ତ ଜିଲ୍ଲାରେ ତଦାରଖ କରିବା ପାଇଁ ମୁତୟନ କରାଯିବ l ୨୨ ତାରିଖ ଠାରୁ ବର୍ଷାର ପ୍ରଭାବ ଆରମ୍ଭ ହୋଇଯିବ l ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ୨୩, ୨୪, ୨୫ ତାରିଖ ପ୍ରବଳ ବର୍ଷାର ପ୍ରଭାବ ରହିବ l ଜଗତସିଂପୁର, ଗଂଜାମ ଓ ପୁରୀ ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ସଚେତନ କରାଯାଇଛି l ମତ୍ସ୍ୟ ଜୀବି ମାନଙ୍କୁ ସମୁଦ୍ର କୁ ଯିବା ପାଇଁ ମନା କରାଯାଇଛି ଏବଂ ଯେଉଁମାନେ ସମୁଦ୍ର ମଧ୍ୟରେ ରହିଛନ୍ତି ସେମାନଙ୍କୁ ଫେରି ଆସିବା ପାଇଁ କୁହାଯାଇଛି l ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡା , ଜଗତସିଂପୁର, ଯାଜପୁର, କଟକ, ରେଡ ୱାର୍ନିଙ୍ଗ କରାଯାଇଛି l ୨୪ ଓ ୨୫ ତାରିଖ ଓଡିଶା ପାଇଁ ବିପଦପୂର୍ଣ୍ଣ ଅଟେ l ତେଣୁ ଜିଲାପାଳ ମାନଙ୍କୁ ସତର୍କ ରହିବାକୁ ସରକାର ନିର୍ଦେଶ ଦେଇଛନ୍ତି l ଓଡ୍ରାଫ ଟିମ ବର୍ତମାନ ବିଭିନ୍ନ ସ୍ଥାନକୁ ଗମନ କଲେଣି l

IEC 2 years
Leave A Reply