Odisha news

ଡାଲମିଆ ସିମେଣ୍ଟ ଲାଞ୍ଜିବେର୍ଣ୍ଣl ଦ୍ୱାରା ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ

0
ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ଏହାର ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସଆର) ମାଧ୍ୟମରେ ଲାଞ୍ଜିବେର୍ଣ୍ଣl ଏବଂ ଏହାର ସଂଲଗ୍ନ ପାଖାପାଖି ୫୦ଟି ଗ୍ରାମର ଅଧିବାସୀମାନଙ୍କୁ ବିନା ମୂଲ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଅଛି l କମ୍ପାନୀ ଦ୍ୱାରା ୧୯୮୨ ମସିହାରେ ସ୍ଥାପିତ ଏହି ଚିକିତ୍ସାଳୟ ବାର୍ଷିକ ୧୮୦୦୦ ରୁ ୨୦୦୦୦ ରୋଗୀ ମାନଙ୍କୁ ନିଃଶୁଳ୍କ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଅଛି ଏବଂ ବିଗତ ଆଠ ବର୍ଷ ମଧ୍ୟରେ ଏହା ଲାଞ୍ଜିବେର୍ଣ୍ଣl ଓ ଏହାର ପାରିପାର୍ଶ୍ଵିକ ଗ୍ରାମ ଗୁଡିକର ପାଖାପାଖି ୧୬୪୫୬୫ ରୋଗୀଙ୍କୁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଛି l ଏହି ଚିକିତ୍ସାଳୟରେ ଦୁଇ ଜଣ ଅଭିଜ୍ଞ ଚିକିତ୍ସକ, ପାଥୋଲୋଜିକାଲ ଆସିସଟାଣ୍ଟ, ନର୍ସ, କାଉନସେଲର ନିଯୁକ୍ତି ପାଇଛନ୍ତି l ଏହି ଚିକିତ୍ସାଳୟ ମାଧ୍ୟମରେ ରୋଗୀ ମାନଙ୍କୁ ବିନା ମୂଲ୍ୟରେ ଡାକ୍ତର ପରାମର୍ଶ ଅନୁଯାଇ ବିଭିନ୍ନ ପରୀକ୍ଷା ଏବଂ ବିନା ମୂଲ୍ୟରେ ଔଷଦ ପ୍ରଦାନ କରାଯାଇ ଥାଏ l
ଗୁରୁତର ରୋଗୀମାନଙ୍କୁ ଉନ୍ନତ ମାନର ଚିକିତ୍ସା ପ୍ରଦାନ ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କ ତରଫରୁ ଆମ୍ବୁଲାନ୍ସ୍ ସେବାର ମଧ୍ୟ ବ୍ୟବସ୍ଥା କରାଯାଇଛି ଯାହାଦ୍ୱାରା କି ରୋଗୀ ମାନେ ସହଜରେ ରାଉରକେଲା, ରାଜଗାଙ୍ଗପୁର ପ୍ରଭୁତି ଡାକ୍ତରଖାନାରେ ଉନ୍ନତ ମାନର ଚିକିତ୍ସାଲାଭ କରି ଆରୋଗ୍ୟଲାଭ କରୁଛନ୍ତି l ଏହି କ୍ରମରେ କମ୍ପାନୀ ପ୍ରତି ବର୍ଷ ପାଖାପାଖି ୩୦୦-୩୫୦ ରୋଗୀଙ୍କୁ ମାଗଣା ଆମ୍ବୁଲାନ୍ସ୍ ସେବା ପ୍ରଦାନ କରୁଛି l ଏହା ସହିତ ସିଏସଆର ବିଭାଗ ତରଫରୁ ରୋଗୀମାନଙ୍କୁ ବିଭିନ୍ନ ରୋଗର କାରଣ, ନିରାକରଣ ଓ ପ୍ରତିଷେଧକ ବ୍ୟବସ୍ଥା ଉପରେ ପରାମର୍ଶ ପ୍ରଦାନ କରାଯାଉଛି l ଲୋକମାନଙ୍କୁ ଚକ୍ଷୁ ସେବା ଯୋଗାଇ ଦେବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଏହି ଲାଞ୍ଜିବେର୍ଣ୍ଣl ଚିକିତ୍ସାଳୟ ପରିସରରେ ଏଲ.ଭି.ପି.ଇ.ଆଇ କର୍ତ୍ତୃପକ୍ଷଙ୍କ ସହଭାଗିତାରେ ଏକ ପ୍ରାଥମିକ ଚକ୍ଷୁ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରି ଗ୍ରାମାଞ୍ଚଳର ଲୋକମାନଙ୍କୁ ଚକ୍ଷୁ ସମ୍ବନ୍ଧୀୟ ଚିକିତ୍ସା ପ୍ରଦାନ କରିବା ସହିତ ଚକ୍ଷୁ ସୁରକ୍ଷା ଉପରେ ସଚେତନ କରି ଆସୁଛନ୍ତି l
ଏହି ଚିକିତ୍ସାଳୟ ପରିସରରେ ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇ.ସି.ଡ଼ି.ଏସ) ମାଧ୍ୟମରେ ଶିଶୁ ମାନଙ୍କୁ ଟୀକାଦାନର ବ୍ୟବସ୍ଥା କରାଯାଇଥାଏ l ନିକଟରେ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କ ଦ୍ୱାରା ଏହି ଚିକିତ୍ସାଳୟ ପରିସରରେ କୋଭିଡ-19  ଟୀକାକରଣ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପାଦିତ ହୋଇଯାଇଅଛି l କୋରୋନା ପ୍ରଭାବିତ ସମୟରେ ଲୋକମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ କୋରୋନା ସମ୍ପର୍କିତ ସଚେତନ କରାଇବାରେ ଏହି ଚିକିତ୍ସାଳୟ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି l ଅଧୁନl ବ୍ୟୟ ବହୁଳ ଚିକିତ୍ସା ପଦ୍ଧତି ମଧ୍ୟରେ ହଜିଯାଇ ଅଣନିଶ୍ୱାସୀ ହୋଇଯାଇଥିବା ଗରିବ ଅଧିବାସୀମାନଙ୍କ ପାଇଁ ଏହି ଚିକିତ୍ସାଳୟ ଏକ ବରଦାନ ସଦୃଶ ହୋଇପାରିଛି ଯାହା ଦ୍ୱାରାକି ହଜାର ହଜାର ଲୋକ ମାନଙ୍କ ଜୀବନ ରକ୍ଷା ହୋଇପାରୁଛି l
Leave A Reply

Your email address will not be published.