ଭାରତ ମାଇନିଂ ଇଞ୍ଜିନିୟରଙ୍କ ଭବିଷ୍ୟତ ଉଜ୍ବଳ : ଶ୍ରୀ ସରୋଜ କୁମାର ରାଉତ ଡେପୁଟି ଇଡ଼ି, ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ରାଜଗାଙ୍ଗପୁର
ଭାରତରେ ଖଣିଜ ଦିବସ ୦୧ ନଭେମ୍ବର ପାଳନ ଅବସରରେ ମଧ୍ୟ ପ୍ରଦେଶର ଏକେଏସ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୱବିନାର ରେ ଡାଲମିଆ ସିମେଣ୍ଟର ଡେପୁଟି ଇଡ଼ି ଶ୍ରୀ ସରୋଜ କୁମାର ରାଉତ ବିଶେଷ ଆମନ୍ତ୍ରିତ ବକ୍ତା ଥିଲେ l ନିଜ ବକ୍ତବ୍ୟରେ ସେ ଖଣିଜ ସମ୍ପଦର ଉତ୍ତୋଳନ, ବ୍ୟବହାର କାନୁନର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱ ଦେଇଥିଲେ l ଶ୍ରୀ ରାଉତ ମାଇନିଂ ଇଞ୍ଜିନିୟରଙ୍କ କ୍ୟାରିଅର ଓ ଭବିଷ୍ୟତ ଉପରେ ସବିଶେଷ ବିବରଣୀ ଦେଇଥିଲେ l
ଆଜି ର ଖଣିଜ ଉତୋଳନରେ ଥିବା ବିଭିନ୍ନ ବାଧା ବିଘ୍ନ ଓ ଦୈନିକ ଉପଯୋଗୀତା ଉପରେ ମଧ୍ୟ ଆଲୋଚନା କରିଥିଲେ l ଏହି ଅବସରରେ ଏକେଏସ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ୧୦୦୦ ରୁ ଉର୍ଦ୍ଧ୍ବ ଛାତ୍ର ଭାଗ ନେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ତରଫରୁ ଶ୍ରୀ ପଙ୍କଜ ସତୀଜା, ତ୍ରିବେଣୀ ଅର୍ଥ ମୁଭର୍ସ ତରଫରୁ ଶ୍ରୀ ୱାଇ ନାଗେନ୍ଦ୍ର ବିଚାର ବ୍ୟକ୍ତ କରି ଖଣିଜ ଇଞ୍ଜିନିୟରଙ୍କ ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ l
