‘ଇଂଷ୍ଟିଟ୍ୟୁଟ ଅଫ କ୍ଵାଲିଟି ଆଣ୍ଡ ଏନଭାଇରୋନମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ’ ପକ୍ଷରୁ ନିକଟରେ ଭୁବନେଶ୍ୱର ସ୍ଥିତ ନିଉ ମାରିଅନ ହୋଟେଲରେ ଆୟୋଜିତ ଓଡ଼ିଶା ଷ୍ଟେଟ ସେଫ୍ଟି ସମାବେଶ ୨୦୨୦ର ଏଗାରତମ ସଂସ୍କରଣ ଅବସରରେ ମୁଖ୍ୟ ଅତିଥି ଓଡିଶା ବିଧାନସଭା ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଆଇଏସ (ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା) ବିଭାଗର ଶ୍ରୀ ବିଷ୍ଣୁପଦ ସେଠି ଏବଂ ଡ଼ାଈରେକଟର (ଫାକ୍ଟ୍ରି ଆଣ୍ଡ ବଏଲର) ବିଭାଗର ଡ଼ଃ ଏନ.ଥିରୁମlଲା ନାୟକ କମ୍ପାନୀକୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ। ଭାଗ ନେଇଥିବା ୬୦ କମ୍ପାନୀ ମଧ୍ୟରେ ସୁରକ୍ଷା, କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ପରିବେଶ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଣାଳୀ ନିୟୋଜନ କରିବାପାଇଁ ଡାଲମିଆ ସିମେଣ୍ଟର ଉଭୟ କାରଖାନାକୁ ରୌପ୍ୟ ବର୍ଗରେ ସମ୍ମାନିତ କରାଯାଇଥିଲା l
ଡାଲମିଆ ସିମେଣ୍ଟ ଟାଙ୍ଗି ସ୍ଥିତ କାରଖାନା କପିଳାସ ସିମେଣ୍ଟ ମାନୁଫାକଚରିଙ୍ଗ ୱାର୍କ୍ସ ତରଫରୁ କପିଳାସ କାରଖାନା ମୁଖ୍ୟ ଶ୍ରୀ ରାମଅବତାର ଶର୍ମା, ଟେକ୍ନିକାଲ ବିଭାଗ ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ସିଂ ପୁରସ୍କାର ଗ୍ରହଣ କରିଥିଲେ। କପିଳାସ କାରଖାନା ସୁରକ୍ଷା ବିଭାଗ ମୁଖ୍ୟ ଶ୍ରୀ ଚନ୍ଦନ ସ୍ୱାଇଁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ରାଜଗାଙ୍ଗପୁର କାରଖାନାର ପ୍ରତିନିଧିତ୍ବ କରି ସୁରକ୍ଷା ବିଭାଗ ମୁଖ୍ୟ ଶ୍ରୀ ବିଚିତ୍ର କୁମାର ବଳ ଏବଂ ୟୁଟିଲିଟି ବିଭାଗର ଶ୍ରୀ କୁମାର ମିଶ୍ର ପୁରସ୍କାର ଗ୍ରହଣ କରିଥିଲେ l