Odisha news

ଡାଲମିଆ ସିମେଣ୍ଟରେ ସାଧାରଣତନ୍ତ୍ର ଦିବସ ପାଳିତ

0
ସ୍ଥାନୀୟ ବୀର ବିର୍ସା ଷ୍ଟାଡିଅମଠାରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ରାଜଗାଙ୍ଗପୁର ତରଫରୁ 74 ତମ  ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି l ଏକ ମହତ ପ୍ରଥା ଅନୁଯାଇ କମ୍ପାନୀର ବରିଷ୍ଠତମ କର୍ମଚାରୀ ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇଥାନ୍ତି, ତେଣୁ ରିଫ୍ରାକଟୋରୀ ବିଭାଗର ଏଜିଏମ ପ୍ରୋଜେକଟ ଚାରୁ ଚନ୍ଦ୍ର ହୁଈ ପତାକା ଉତ୍ତୋଳନ କରିଥିଲେ l ଏହି ଅବସରରେ ସେ ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ ଦେଶ ଏବଂ ଦେଶର ମହାନ ଇତିହାସ ପ୍ରତି ସମ୍ମାନ ଅର୍ପଣ କରିଥିଲେ l  ସମ୍ମାନିତ ଅତିଥି ଭାବେ କାର୍ଯ୍ୟନିର୍ବାହୀ ନିର୍ଦେଶକ, ଡିସିବିଏଲ୍ ଓ ରାଜଗାଙ୍ଗପୁର ୟୁନିଟ୍ ମୁଖ୍ୟ ଚେତନ ଶ୍ରୀବାସ୍ତବ, ରିଫ୍ରାକଟୋରୀ ମୁଖ୍ୟ ଶ୍ରୀଯୁକ୍ତ ବୀରେନ୍ଦ୍ର ପ୍ରସାଦ, ରିଫ୍ରାକଟୋରୀ ଉପ କାରଖାନା ମୁଖ୍ୟ ଶ୍ରୀଯୁକ୍ତ କେ ସେଲଭା ମୁଥୁକୁମାର ଉପସ୍ଥିତ ଥିଲେ l ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ ଶ୍ରୀ ଶ୍ରୀବାସ୍ତବ କହିଥିଲେ କି ପ୍ରେମର ସୂତ୍ରରେ ବନ୍ଧା ହୋଇଛି ଆମ ଦେଶ l ଆମ ଦେଶ ହେଉଛି ଆମର ଭାରତୀୟମାନଙ୍କର ପରିଚୟ ଏବଂ ଆମ ମାନଙ୍କୁ ଭାରତୀୟ ହୋଇଥିବାରୁ ନିଜକୁ  ଗର୍ବିତ ଅନୁଭବ କରିବା ଉଚିତ l ଆମ ସମସ୍ତଙ୍କୁ ଦେଶର ବିକାଶରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ହେବ ଯା ଫଳରେ ଆମେ ଆମର ସ୍ୱପ୍ନକୁ ସାକାର କରିବାରେ ସମର୍ଥ ହେବୁ।
ଏହି ଅବସରରେ ଡାଲମିଆ ବିଦ୍ୟାଲୟାର ଛାତ୍ରମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା l ଡାଲମିଆ ସିମେଣ୍ଟ ଉତ୍ପାଦନ ବିଭାଗର ଭୋଲା ପ୍ରସାଦ, ଇଷ୍ଟେଟ୍ ବିଭାଗର ମନୋଜ ଦାସ ଏବଂ ରେଫ୍ରାକ୍ଟ୍ରି ଉତ୍ପାଦନ ବିଭାଗର ଯାଦବ ଟେଟେ ସହିତ ଡାଲମିଆ ସିମେଣ୍ଟ ସୁରକ୍ଷା ବିଭାଗର 13 ଜଣ କର୍ମଚାରିଙ୍କୁ ସେମାନଙ୍କ ଉତ୍ତମ କାର୍ଯ୍ୟ ପାଇଁ ଅତିଥିଙ୍କ ସମ୍ମାନିତ କରାଯାଇଥିଲା । ପରିଷେଶରେ ଡାଲମିଆ ବିଦ୍ୟାଲୟାର ଛାତ୍ରମାନଙ୍କ ଦ୍ୱାରା ଦେଶ ଭକ୍ତି ଉପରେ  ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପିତ କରି କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କମ୍ପାନୀର  ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ। ରିଫ୍ରାକଟୋରୀ ମାନବ ସମ୍ବଳ ବିଭାଗର ବିଭୋର ପ୍ରସାଦ ସ୍ୱାଗତ ଭାଷଣ ଦେଇଥିବା ସହିତ ସଭା ପରିଚାଳନା କରିଥିଲେ ଏବଂ ଶେଷରେ ରାଜଗଙ୍ଗପୁର ୟୁନିଟ୍ -୩ ଟେକ୍ନିକାଲ ବିଭାଗର ଦେବୀ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l କମ୍ପାନୀର ଏଚ ଆର, ଆଡମିନ, ଇଷ୍ଟେଟ, ସୁରକ୍ଷା,ଦମକଳ, ସିମେଣ୍ଟ ବିଭାଗର କର୍ମଚାରୀ, ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ପ୍ରଦାନ କରିଥିଲେ l
ଡାଲିମିଆ ସିମେଣ୍ଟ (ଭାରତ) ଲିମିଟେଡ ସିଏସ୍ଆର ବିଭାଗ ଦ୍ୱାରା ଲାଞ୍ଜିବେର୍ଣ୍ଣା ଖଣି ଅଫିସ୍, ପୁନର୍ବାସ ଏବଂ ଥଇଥାନ କଲୋନୀ କାଟାଙ୍ଗ ଏବଂ ଜୋରୁମାଲ୍ ସରକାରୀ ୟୁପି ସ୍କୁଲ୍, କେଶରlମାଲ୍ ବାଳିକା ଉଚ୍ଚ ବିଦ୍ୟାଳୟ, ରଣିବାନ୍ଦ ଉଚ୍ଚ ବିଦ୍ୟାଳୟର ବାଳିକା ଏବଂ ଛାତ୍ରମାନଙ୍କ ସହିତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରି ଏହି ଦିନ ପାଳନ କରାଯାଇଥିଲା। ଏଥିସହ ଆଲାଣ୍ଡା ଗାଁର ମେରି କୁଜୁରଙ୍କୁ ଡାଲମିଆ ସିମେଣ୍ଟ ଦ୍ୱାରା ଏକ ଚକ ଚେୟାର ପ୍ରଦାନ କରାଯାଇଥିଲା l ଡାଲମିଆ ସିମେଣ୍ଟ ରାଜଗlଙ୍ଗପୁର ର ଲଜିଷ୍ଟିକ୍ ବିଭାଗ ଦ୍ୱାରା ରେଳ ଷ୍ଟେସନକୁ ରଙ୍ଗ ଏବଂ ସଜାଇବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦେଶକ, ଡିସିବିଏଲ୍ ଓ ରାଜଗାଙ୍ଗପୁର ୟୁନିଟ୍ ମୁଖ୍ୟ ଚେତନ ଶ୍ରୀବାସ୍ତବ, କ୍ଲଷ୍ଟର ଲଜିଷ୍ଟିକ୍ ହେଡ୍ ଶ୍ରୀ ଅଭିଷେକ ଚନ୍ଦ୍ରା, ରାଜଗାଙ୍ଗପୁର ରେଳ ଷ୍ଟେସନ ମୁଖ୍ୟ ଶ୍ରୀ ଚିତ୍ତ ରଂଜନ ବାରିକ୍, ଆର.ପି.ଏଫ୍ ଇନଚାର୍ଜ ଶ୍ରୀ ଆର ଏନ ୟାଦବ, ଲଜିଷ୍ଟିକ୍ ବିଭାଗର ଅଧିକାରୀ ପରିବହନ କମ୍ପାନୀର କର୍ମଚାରୀମାନେ ଉପସ୍ଥିତ ଥିଲେ।
Nalco
Leave A Reply