ଓଡ଼ିଶାରେ ବେରୋଜଗାର ଯୁବବର୍ଗଙ୍କୁ କୁଶଳତା ତାଲିମ ପ୍ରଦାନ ଦ୍ୱାରା ଡାଲମିଆ ଭାରତ ଆତ୍ମନିର୍ଭର ଭାରତ ଅଭିଯାନକୁ ତ୍ୱରାନ୍ୱିତ କରୁଛି
ରାଜ୍ୟର ଚାରିଟି ଜିଲାରେ ଦୀକ୍ଷା (ଡାଲମିଆ ଇନଷ୍ଟିଚ୍ୟୁଟ ଅଫ୍ ନଲେଜ ଆଣ୍ଡ ସ୍କିଲ ହାର୍ନେସିଂ) କେନ୍ଦ୍ର ଆରମ୍ଭ କରିବାକୁ ଓଡ଼ିଶା କୁଶଳତା ବିକାଶ କର୍ତ୍ତୃପକ୍ଷଙ୍କ ସହିତ ଡିବିଏଫ୍ର ସହଭାଗିତା
କମ୍ପାନୀର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଯାୟୀ ଲାଞ୍ଜିବେର୍ଣା ଏବଂ ରାଜଗାଙ୍ଗପୁର ଅଞ୍ଚଳର ଗ୍ରାମାଞ୍ଚଳରେ ବାସ କରୁଥିବା ମହିଳା ଓ ବାଳିକାମାନଙ୍କ ପାଇଁ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଟେଲରିଂ ଏବଂ ବିୟୁଟି ଓ ୱେଲ୍ନେସ୍ ତାଲିମ କେନ୍ଦ୍ର ସ୍ଥାପନ କରିଛି । କମ୍ପାନୀ ଏହି ପାଠ୍ୟକ୍ରମକୁ ନିକଟ ଭବିଷ୍ୟତରେ ସମ୍ପ୍ରସାରିତ କରିବାକୁ ଯୋଜନା କରୁଛି । ଡିବିଏଫ୍ର ସମ୍ପ୍ରତି ସମଗ୍ର ଭାରତରେ ୧୪ଟି କୁଶଳତା ବିକାଶ କେନ୍ଦ୍ର ରହିଛି ଏବଂ ଏଥିରେ ୫୦୦୦ରୁ ଅଧିକଙ୍କୁ ତାଲିମ ପ୍ରଦାନ କ୍ଷମତା ରହିଛି ।