Odisha news

ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁର ଏବଂ ଓଡିଶା ଜୀବିକା ମିଶନ ସୁନ୍ଦରଗଡ ମଧ୍ୟରେ ଚୁକ୍ତି ପତ୍ର ସ୍ୱାକ୍ଷରିତ

0
ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ଏହାର କାରଖାନା ପାରିପାର୍ଶ୍ଵିକ ଅଞ୍ଚଳର ଲୋକଙ୍କର ବିକାଶ ପାଇଁ ନିରନ୍ତର ପ୍ରୟାସରତ l ଏହି କ୍ରମରେ ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁର ଏବଂ ଓଡିଶା ଜୀବିକା ମିଶନ (ମିଶନ୍ ଶକ୍ତି ବିଭାଗ) ସୁନ୍ଦରଗଡ ସହଭାଗିତା ରେ ଏକ ଏମଓୟୁ ପି.ଡି, ଡି.ଆ.ର.ଡି.ଏ ଙ୍କ  କାର୍ଯ୍ୟାଳୟରେ ସ୍ୱାକ୍ଷରିତ ହୋଇଛି l ଶ୍ରୀଯୁକ୍ତ ଭୈରବ ସିଂ ପଟେଲ ପ୍ରକଳ୍ପ ନିର୍ଦ୍ଦେଶକ ଡି.ଆ.ର.ଡି.ଏ ଏବଂ ଶ୍ରୀଯୁକ୍ତ ଚେତନ ଶ୍ରୀବାସ୍ତବ, କାର୍ଯ୍ୟନିର୍ବାହୀ ନିର୍ଦେଶକ, ଡିସିବିଏଲ୍ ଓ ୟୁନିଟ୍ ମୁଖ୍ୟ, ରାଜଗାଙ୍ଗପୁରଙ୍କ ମଧ୍ୟରେ ଚୁକ୍ତି ସ୍ଵାକ୍ଷର ହୋଇଛି l
ଏହି ଏମଓୟୁ ଅନୁଯାଇ ୩ ବର୍ଷ ମଧ୍ୟରେ ୬୦୦ ପରିବାରଙ୍କ ସ୍ଥାୟୀ ଜୀବିକା ପାଇଁ ରାଜଗାଙ୍ଗପୁର ଏବଂ କୁତ୍ରା ବ୍ଲକରେ ବିଭିନ୍ନ ପ୍ରକାର ରୋଜଗାର ଭିତିକ କାର୍ଯ୍ୟକ୍ରମ ହାତକୁ ନିଆଯିବ l ଏହା କମ୍ପାନୀର ପାରିପାର୍ଶ୍ୱକ ଉନ୍ନତି ଏବଂ ପୁନର୍ବାସ ଥଇଥାନ ବିଭାଗ ଦ୍ୱାରା ପରିଚାଳିତ କରାଯିବ l ଆରମ୍ଭ ହୋଇଥିବା ଏହି ପ୍ରୟାସ ବିଷୟରେ ଜଣାଇ ରାଜଗାଙ୍ଗପୁର ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ଚେତନ ଶ୍ରୀବାସ୍ତବ କହିଛନ୍ତି “ମୁଁ ଆଶା କରେ ଏହି ସହଭାଗିତା ୬୦୦ ପରିବାର ର ଲୋକମାନଙ୍କର ଜୀବନ ଧାରା ମାନ ଉନ୍ନତ କରିବାରେ ସହାୟକ ହେବ l ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ସାମୁଏଲ ଟପ୍ପୋ , କମ୍ପାନୀର ଅତିରିକ୍ତ କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ଼.ନୀଳାଦ୍ରି ଭୂଷଣ ପାଢ଼ୀ, ଜନ ସମ୍ପର୍କ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ଏବଂ ସାମାଜିକ ଦାୟିତ୍ୱବୋଧ ଓ ପୁନର୍ବାସ-ଥଇଥାନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l
Leave A Reply

Your email address will not be published.