Odisha news

ଡାଲମିଆ ସିମେଂଟ ଭାରତ ପକ୍ଷରୁ ଭାରତର ପ୍ରଥମ ଇ-ଟ୍ରକ୍ ପଦକ୍ଷେପ ଉନ୍ମୋଚନ ସହ ନିରନ୍ତର ଉଦ୍ୟମର ନେତୃତ୍ୱ ଗ୍ରହଣ

0
• ସବୁଜ ଗମନାଗମନ ଆଡ଼କୁ ରୂପାନ୍ତରଣ ତ୍ୱରାନ୍ୱିତ, ଡାଲମିଆ ସିମେଂଟ୍ ପକ୍ଷରୁ ଉଚ୍ଚ କ୍ଷମତା ବିଶିଷ୍ଟ ଇଲେକ୍ଟ୍ରିକ୍ ଟ୍ରକ୍ ଉନ୍ମୋଚନ
ଏକ ଅଗ୍ରଣୀ ଭାରତୀୟ ସିମେଂଟ କଂପାନି ଓ ଡାଲମିଆ ଭାରତ ଲିମିଟେଡ୍ର ସହଯୋଗୀ ସଂସ୍ଥା ଡାଲମିଆ ସିମେଂଟ (ଭାରତ) ଲିମିଟେଡ୍ ପକ୍ଷରୁ ଭାରତରେ ଏହାର ଇ-ଟ୍ରକ୍ ପଦକ୍ଷେପକୁ ଉନ୍ମୋଚନ କରିବା ସହିତ ଚକ୍ରାକାର ଅର୍ଥନୀତି ଆଡ଼କୁ ଶିଳ୍ପର ରୂପାନ୍ତରଣ ନେତୃତ୍ୱ ଗ୍ରହଣ କରାଯାଇଛି । ଏହି ଅଗ୍ରଦୂତ ପଦକ୍ଷେପ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଲାଗି ଡିସିବିଏଲ୍ର ରହିଥିବା ନିରନ୍ତର ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ସହ କଂପାନିର ସାମଗ୍ରିକ ଲଜିଷ୍ଟିକ୍ସ ମୂଲ୍ୟ ସ୍ଥିତିରେ ଉନ୍ନତି ଆଣିବ । କଂପାନିର ନୂଆ ଇଭି ଟ୍ରକ୍ ଫ୍ଲିଟ୍ର ଶୁଭାରମ୍ଭ ସହ ଡିଜେଲ୍ ଟ୍ରକ୍ ଯୋଗୁଁ ହେଉଥିବା ଅଙ୍ଗାରକାମ୍ଳ ନିର୍ଗମନ ଉଲ୍ଳେଖନୀୟ ଭାବେ ହ୍ରାସ ପାଇବ ।
ଏହି ପଦକ୍ଷେପର ପ୍ରଥମ ପର୍ଯ୍ୟାୟ ଅଂଶ ଭାବେ ପ୍ରସ୍ତାବିତ ୨୨ଟି ଉଚ୍ଚ ଦକ୍ଷତାର ଇଲେକ୍ଟ୍ରିକ୍ ଟ୍ରକ୍ ମଧ୍ୟରୁ ଦୁଇଟିକୁ କାର୍ଯ୍ୟରେ ମୂତୟନ କରାଯାଇଛି ଏବଂ ବଳକା ୨୦ଟିକୁ ୨୦୨୨ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ କାର୍ଯ୍ୟରେ ଲଗାଯିବ । ସରକାରଙ୍କ ଆତ୍ମନିର୍ଭର ଭାରତ ମିଶନକୁ ସହାୟତା ପ୍ରଦାନ କରିବା ଲାଗି ଭାରତର ପ୍ରଥମ ଉଚ୍ଚ କ୍ଷମତା ସମ୍ପନ୍ନ ଇଲେକ୍ଟ୍ରିକ୍ ଟ୍ରକ୍ ନିର୍ମାତା ଆଇପିଏଲ୍ ଟେକ୍କୁ ଡିସିବିଏଲ୍ ପକ୍ଷରୁ ନିଯୁକ୍ତ କରାଯାଇଛି ଯାହା ପ୍ରଥମ ଧରଣର ଇଭି ପ୍ରଦାନ କରିବ । ସିମେଂଟ ଉତ୍ପାଦନ ପାଇଁ ପ୍ରମୁଖ କଚାଂମାଲ ସ୍ଲାଗ୍କୁ ରାଉରକେଲା ସ୍ଥିତ ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ (ସେଲ୍) କାରଖାନାରୁ ଏହାର ରାଜଗାଙ୍ଗପୁରରେ ଥିବା ସିମେଂଟ ଉତ୍ପାଦନ କାରଖାନା ପର୍ଯ୍ୟନ୍ତ ପରିବହନ କରିବା ଲାଗି ସେହି ଟ୍ରକ୍ଗୁଡ଼ିକୁ ବ୍ୟବହାର କରାଯିବ । କଂପାନି ପକ୍ଷରୁ ରାଜଗାଙ୍ଗପୁରରେ ଦୁଇଟି ଚାର୍ଜିଂ ଷ୍ଟେସନକୁ କାର୍ଯ୍ୟକାରୀ କରାଯାଇଛି ଏବଂ ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ତିନିଟି ଚାର୍ଜିଂ ଷ୍ଟେସନକୁ କାର୍ଯ୍ୟକାରୀ କରାଯିବ ।
“ବ୍ୟବସାୟ ଓ ସାମାଜିକ ଦୃଷ୍ଟିରୁ ପରିବେଶ ନିରନ୍ତରତା ହାସଲ କରିବା ଡିସିବିଏଲ୍ରେ ସର୍ବଦା ଆମ ପାଇଁ ପ୍ରାଥମିକତା ହୋଇ ରହିଛି । ସକାରାତ୍ମକ ପରିବେଶ ପଦକ୍ଷେପ ଗ୍ରହଣ କରିବା ଲାଗି ଆମ ସରକାର ସଠିକ ନୀତି ଓ ପରିବେଶ ସୃଷ୍ଟି କରୁଥିବାରୁ ଆମେ କୃତଜ୍ଞ ଥିବା ବେଳେ ଘରୋଇ ସଂସ୍ଥାଙ୍କୁ ମଧ୍ୟ ନେତୃତ୍ୱ ନେବାକୁ ପଡ଼ିବ ବୋଲି ଶ୍ରୀଯୁକ୍ତ ମହେନ୍ଦ୍ର ସିଂଘୀ, ପରିଚାଳନା ନିର୍ଦେଶକ ଓ ସିଇଓ, ଡାଲମିଆ ସିମେଂଟ (ଭାରତ) ଲିିମିଟେଡ୍ କହିଛନ୍ତି । “ନିରନ୍ତର ଅଭିବୃଦ୍ଧିକୁ ଉତ୍ସାହିତ କରୁଥିବା ଏକ ସାମଗ୍ରିକ ବ୍ୟବସାୟ ବ୍ୟବସ୍ଥା ସୃଷ୍ଟି କରିବାରେ ଡିସିବିଏଲ୍ ସର୍ବଦା ଅଗ୍ରଣୀ ସ୍ଥାନରେ ରହିଛି । ସେଲ୍ ସହିତ ସହଯୋଗିତା ଆମର ଇଲେକ୍ଟ୍ରିକ୍ ଯାନ (ଇଭି) ଫ୍ଲିଟ୍କୁ ଜାତୀୟ ସ୍ତରରେ ଉପସ୍ଥାପନ କରିବା ସହ ଆମର ବିଶ୍ୱାସ ରହିଛି ଯେ ୨୦୪୦ ସୁଦ୍ଧା କାର୍ବନ ନେଗେଟିଭ୍ ହେବା ଲାଗି ଆମର ଯେଉଁ ନିରନ୍ତର ଲକ୍ଷ୍ୟ ରହିଛି ତାହାକୁ ଆମେ ହାସଲ କରିପାରିବୁ ।’’
ଇଭିକୁ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେବା ଲାଗି ଡିସିବିଏଲ୍ ନେଇଥିବା ନିଷ୍ପତି ପରିବେଶ ସ୍ଥିତିରେ ଉନ୍ନତି ଆଣିବା ଏବଂ ଏହାର କାର୍ଯ୍ୟ କ୍ଷେତ୍ରର ଆଖାପାଖରେ ସ୍ୱାସ୍ଥ୍ୟ ସମ୍ପର୍କିତ ବିପଦ କମ୍ କରିବାରେ ସହାୟକ ହେବ ।
ଅଗ୍ରଣୀ ପାଣିପାଗ ପଦକ୍ଷେପ, ପ୍ରଦୂଷଣ ହ୍ରାସ, ଜୀବନଜୀବିକା କୌଶଳ ଏବଂ ଶିକ୍ଷା ଅଭିଯାନ ଜରିଆରେ ସମାଜକୁ ସାହାଯ୍ୟ କରିବା ଏବଂ ଜଳ ସମ୍ବଳର ଉପଯୋଗୀ ବ୍ୟବହାରର ପ୍ରସାର ସହିତ କଂପାନିର ଇ-ଟ୍ରକ୍ ଅଭିଯାନ ଅକ୍ଷୟ ଶକ୍ତି ସମନ୍ୱୟରେ ସହାୟକ ହେବ ।
ଏହି ଅଭିଯାନ ସମ୍ପର୍କର ଶ୍ରୀଯୁକ୍ତ ଚେତନ ଶ୍ରୀବାସ୍ତବ, କାର୍ଯ୍ୟନିର୍ବାହୀ ନିର୍ଦେଶକ, ଡିସିବିଏଲ୍ ଓ ୟୁନିଟ୍ ମୁଖ୍ୟ, ରାଜଗାଙ୍ଗପୁର କହିଛନ୍ତି ଯେ, “ଭାରତର ଅଗ୍ରଣୀ ସବୁଜ ସିମେଂଟ ନିର୍ମାତା ଭାବେ ଅନିଭବ ସମାଧାନ ଉପସ୍ଥାପନ କରିବା ଲାଗି ଆମେ ଦୃଢ଼ ଭାବେ ଉଦ୍ୟମ କରୁଛୁ ଯାହା ନିରନ୍ତର ପରିବହନର ପ୍ରସାର କରିବା ସହ ଆମର ଫ୍ଲିଟ୍ର ଡିକାର୍ବନାଇଜେସନ (ଅଙ୍ଗାରକାମ୍ଳ ହ୍ରାସ ପ୍ରକ୍ରିୟା)କୁ ତ୍ୱରାନ୍ୱିତ କରିବ । ଆମର ବିଶ୍ୱାସ ରହିଛି ଯେ ସବୁଜ ପଥରେ ଚାଲିବା ଲାଗି ଆମର ରହିଥିବା ପ୍ରାଥମିକତା ଏକ ସ୍ମାର୍ଟ ପରିବହନର ପଥ ପ୍ରଦର୍ଶିତ କରିବ ଯାହା ଶକ୍ତିର ଉପଯୋଗୀ ବ୍ୟବହାର କରିବ ।’’
Leave A Reply

Your email address will not be published.