Odisha news

ଡାଲମିଆ ଭାରତ ଫାଉଣ୍ଡେସନ ପକ୍ଷରୁ ୧୦ ଦୀକ୍ଷା ପ୍ରଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା

ଡାଲମିଆ ଭାରତ ଗୃପର ଅଂଶବିଶେଷ, ଡାଲ୍‌ମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍‌) ପକ୍ଷରୁ ୧୦ ଜଣ ଦିକ୍ଷା (ଡାଲମିଆ ଇନଷ୍ଟିଚୁଟ ଅଫ ନଲେଜେ ଆଣ୍ଡ ସ୍କିଲ ହାରନେସିଂ) ପ୍ରଶିକ୍ଷାର୍ଥୀଙ୍କୁ ଦିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ରାଜଗାଙ୍ଗପୁରରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଛାତ୍ରଛାତ୍ରୀମାନେ ଶିଳ୍ପ ସିଲାଇ ମେସିନ୍ ଅପରେଟର (ଆଇଏସଏମଓ) ଟ୍ରେଡ୍‌ରେ ପ୍ରଶିକ୍ଷଣ ନେବା ପରେ ତାମିଲନାଡୁର କିଟେକସ ଗାର୍ମେଣ୍ଟରେ ବାର୍ଷିକ ୧୮୪୦୨୦ ଟଙ୍କା ବେତନରେ ନିଯୁକ୍ତି ପାଇଛନ୍ତି । ଖୁବ ଶୀଘ୍ର ବିମାନ ଯୋଗେ ସେମାନଙ୍କୁ ନିଜର ନୂତନ କାର୍ଯ୍ୟସ୍ଥଳୀକୁ ପଠାଯିବ l
ଏହି ଅବସରରେ ଜିଲା ନିଯୁକ୍ତି କାର୍ଯ୍ୟାଳୟ ରାଉରକେଲାରୁ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ସେଠି , ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍‌ ରାଜଗାଙ୍ଗପୁର ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ଚେତନ ଶ୍ରୀବାସ୍ତବ ତଥା କମ୍ପାନୀର ନବ ନିଯୁକ୍ତ ଅତିରିକ୍ତ କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ଼ ନୀଳାଦ୍ରି ପାଢ଼ୀ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀ ମାନଙ୍କର ଉତ୍ସାହ ବଢାଇଥିଲେ ।
ଏହି ଅବସରରେ ଶ୍ରୀଯୁକ୍ତ ସେଠି ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ନିଜ କାମରେ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ ଏବଂ କହିଥିଲେ ନିଜର କଠିନ ପରିଶ୍ରମ ଓ ନିଷ୍ଠା ଦେଇ କାମ କଲେ ଏକ ଉଜ୍ୱଳ ଭବିଷ୍ୟତ ହାସଲ କରି ହବ l
ଶ୍ରୀଯୁକ୍ତ ଶ୍ରୀବାସ୍ତବ ନିଯୁକ୍ତି ପାଇଥିବା ଦିକ୍ଷା ପ୍ରଶିକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ଉଜ୍ୱଳ ଭବିଷ୍ୟତର କାମନା କରିଥିଲା l ସେ ପ୍ରଶିକ୍ଷାର୍ଥୀଙ୍କୁ ନିଜ ପରିଶ୍ରମ ବଳରେ ଉନ୍ନତ ପ୍ରଦର୍ଶନ କରି ନିଜ ପରିବାର, ନିଜ ଗାଁକୁ ଗର୍ବିତ କରିବା  ପାଇଁ ପରାମର୍ଶ ଦେଇଥିଲେ ।
ଡ଼ ନୀଳାଦ୍ରି ପାଢ଼ୀ ରାଜଗାଙ୍ଗପୁର ଦୀକ୍ଷା କେନ୍ଦ୍ରର 10 ଜଣ ପ୍ରଶିକ୍ଷାର୍ଥୀଙ୍କ ନିଯୁକ୍ତିକୁ ପ୍ରଶଂସା କରିଥିଲେ l ସେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଏହି କାର୍ଯ୍ୟକ୍ରମ ସହିତ ଯୋଡି ହୋଇ ଅଂଚଳର ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ଆହ୍ୱାନ ଦେଇଥିଲେ l
ଦୀକ୍ଷା ରାଜଗାଙ୍ଗପୁର ଏବଂ ଝାରସୁଗୁଡ଼ାରେ ଅଦ୍ୟାବଧି ୪୩୪ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ କୌଶଳ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି l ଡିବିଏଫ୍‌ର ଅନ୍ୟ ଦୀକ୍ଷା କେନ୍ଦ୍ର ରାଉରକେଲା, ଦେବଗଡ଼, କଟକ ଓ ଯାଜପୁର ରେ ରହିଛି ଯେଉଁଠାରେ ଶଯ୍ୟା ପାର୍ଶ୍ୱ ସହାୟକ, ରିଟେଲ୍ ସେଲ୍‌, ଇଲେକ୍ଟ୍ରିସିଆନ୍‌, ବିଉଟି ଆଣ୍ଡ୍ ୱେଲ୍‌ନେସ୍ ଓ ସିଲାଇ ମେସିନ୍ ଅପରେଟର ଇତ୍ୟାଦି ଟ୍ରେଡ୍‌ରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ୮୫ରୁ ଅଧିକ ପ୍ରଶିକ୍ଷାର୍ଥୀ, ପ୍ରଶିକ୍ଷଣ ପାଇଁ ଇଛୁକ ଯୁବକଯୁବତୀ ତଥା ସେମାନଙ୍କର ଅଭିଭାବକ ଭାଗ ନେଇଥିଲେ l ଦକ୍ଷତା କାର୍ଯ୍ୟକ୍ରମ ପରିଚାଳକ ଦୀପକ କୁମାର ସେନାପତି ଡାଲମିଆ ଇନଷ୍ଟିଚୁଟ ଅଫ ନଲେଜେ ଆଣ୍ଡ ସ୍କିଲ ହାରନେସିଂ ଉପରେ ସମସ୍ତଙ୍କୁ ଆଲୋକପଥ କରିଥିଲେ l

Shares