Odisha news

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ

0

ଭୁବନେଶ୍ୱର : ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ସମ୍ଭାବ୍ୟ ବାତ୍ୟା ସଂପର୍କିତ ଏକ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛିା ଭାରତୀୟ ପାଣିପାଗ ସଂସ୍ଥାର ନିର୍ଦ୍ଦେଶକ ଏହି ବାତ୍ୟାର ଗତିପଥ ସଂପର୍କରେ ମଇ ୧୭ ତାରିଖ ସୁଦ୍ଧା ଜଣାପଡ଼ିବ ବୋଲି ପ୍ରକାଶ କରିଥିଲୋ ଯେପରି ବାତ୍ୟାରେ କାହାର ପ୍ରାଣହାନି ନହେବ ସେଥିପାଇଁ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ କହିଥିଲୋ

ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳମାନେ ପରିସ୍ଥିତିର ଆକଳନ କରିବେ ଏବଂ ଉପକୂଳ ଅଞ୍ଚଳ ନିମ୍ନାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବୋ କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବା ଏବଂ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ ପରି ମୌଳିକ ଆବଶ୍ୟକତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବୋ କୋଭିଡ୍‍-୧୯ ପୃଥକ୍‍ବାସ କେନ୍ଦ୍ର ପାଇଁ ବ୍ୟବହୃତ ହୋଇଥିବା ପMାଘର ବ୍ୟତୀତ ଅନ୍ୟ ସୁରକ୍ଷିତ ପMା ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ସରକାରୀ କୋଠାଘରକୁ ଏହି ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରିବାକୁ ଚିହ୍ନଟ କରିବୋ

ସ୍ଥାନାନ୍ତରିତ ହେବାକୁ ଥିବା ଲୋକମାନଙ୍କ ପାଇଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ଉଦ୍ଧାରକାରୀ ସରଞ୍ଜାମ, ଜେନେରେଟର ପ୍ରସ୍ତୁତ କରି ରଖାଯିବା ସ୍ଥାନାନ୍ତରିତ ଲୋକମାନଙ୍କୁ ରନ୍ଧାଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ସୁବିଧା ଯୋଗାଇ ଦିଆଯିବା ବୃଦ୍ଧ, ଦିବ୍ୟାଙ୍ଗ, ମହିଳା ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଯନି ନିଆଯିବା

ଉପକୂଳ ଜିଲ୍ଲାର ସରକାରୀ କର୍ମଚାରୀମାନେ ସଦର ମହକୁମାରେ ଉପସ୍ଥିତ ରହିବୋ ବାତ୍ୟା ସମ୍ଭାବ୍ୟ ଜିଲ୍ଲାର ଜିଲ୍ଲାପାଳମାନେ ପରିସ୍ଥିତି ଆକଳନ କରି ଆବଶ୍ୟକ ସ୍ଥଳେ ଛୁଟିଦିନ ବାତିଲ କରିବୋ

 ଅଗ୍ନିଶମ ସଂସ୍ଥା, ଓଡ୍ରାଫ ଓ ଏନ୍‍ଡିଆର୍‍ଏଫ୍‍ ପ୍ରସ୍ତୁତ ରହିବୋ ସମ୍ବେଦନଶୀଳ ସ୍ଥାନରେ ସେମାନେ ପୂର୍ବରୁ ମୁତୟନ ହୋଇ ରହିବୋ

 ଜଳଭଣ୍ଡାରଗୁଡ଼ିକର ନିୟମିତ ତଦାରଖ ଜଳସଂପଦ ବିଭାଗ କରିବୋ ଆବଶ୍ୟକ ସ୍ଥଳେ ଜଳଭଣ୍ଡାରରୁ ଜଳ ନିଷ୍କାସନ କରିବୋ ସେହିପରି ଜଳସ୍ତରର ସ୍ଥିତି ସଂପର୍କରେ ଜଣାଇବୋ

 ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଭିନ୍ନ ସ୍ତରର ଚିକିତ୍ସାଳୟର ଆବଶ୍ୟକୀୟ ଔଷଧ, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍‍ର ନିୟୋଜନ, ମେଡିକାଲ୍‍ ରିଲିଫ୍‍ କେନ୍ଦ୍ର ସଂପର୍କରେ ସୁନିଶ୍ଚିତ
କରିବୋ ରାଜ୍ୟ ଓ ଜିଲ୍ଲାରେ ବ୍ଲିଚିଂ ପାଉଡର, କ୍ଲୋରିନ୍‍ ଟାବ୍‍ଲେଟ୍‍, ଚୂନ ଇତ୍ୟାଦି ମହଜୁଦ ରଖାଯିବା ସଦର ମହକୁମାରେ ବାତ୍ୟାଜନିତ ରୋଗର ଆବଶ୍ୟକୀୟ ଔଷଧ, ଜଳବିଶୋଧକ, ସର୍ପାଘାତ ଔଷଧ ମହଜୁଦ ରଖାଯିବା ପିଏଚ୍‍ସି, ସିଏଚ୍‍ସି ଏବଂ ଜିଲ୍ଲା ସଦର ମହକୁମା ହସ୍‍ପିଟାଲ୍‍ରେ ବିକଳ୍ପ ଶକ୍ତି ଯୋଗାଣ ବ୍ୟବସ୍ଥା ସୁନିଶ୍ଚିନ୍ତ କରିବାକୁ କୁହାଯାଇଛିା

 ପଶୁଚିକିତ୍ସାଳୟରେ ଔଷଧ ଏବଂ ଗୋରୁଗାଈଙ୍କ ପାଇଁ ଟୀକା ମହଜୁଦ ରଖାଯିବା ଗୋଖାଦ୍ୟ ଯୋଗାଣକାରୀଙ୍କ ତାଲିକା ପ୍ରସ୍ତୁତ କରି ରଖିବା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଆବଶ୍ୟକୀୟ ବ୍ୟବସ୍ଥା କରିବୋ

 ଏହି ବିଭାଗଗୁଡ଼ିକ କମ୍‍ ସମୟ ମଧ୍ୟରେ ରିଲିଫ୍‍ ଯୋଗାଇବା ରାସ୍ତାକୁ ସଫା କରିବା ନିମନ୍ତେ ତତ୍କାଳ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ବ୍ୟବସ୍ଥା କରିବୋ ବିଭିନ୍ନ ସରକାରୀ/ବେସରକାରୀ ସଂସ୍ଥାରେ ରହିଥିବା ଜରୁରୀ ଯନ୍ତ୍ରପାତି ଏବଂ ମେସିନ୍‍ଗୁଡ଼ିକର ତାଲିକା ପ୍ରସ୍ତୁତ କରି ଜିଲ୍ଲା ସଦର କାର୍ଯ୍ୟାଳୟରେ ରଖାଯିବା ଯଦି ରାସ୍ତା ନଷ୍ଟ ଏବଂ ଅବରୋଧ ହୁଏ ତେବେ ଏହି ବିଭାଗସବୁ ଆଗୁଆ ଭାବେ ରାସ୍ତା ସୁଗମ କରିବା ସହ ଆବର୍ଜନା ସଫେଇ କରିବୋ

 ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବାତ୍ୟା ଓ ଏହାର ପରବର୍ତ୍ତୀ ସମୟରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ହାଲୋଜେନ୍‍ ଟାବ୍‍ଲେଟ୍‍ ଏବଂ ବ୍ଲିଚିଂ ପାଉଡର ଯୋଗାଣ ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛିା ଜଳଉତ୍ସଗୁଡ଼ିକର ବିଶୋଧନ କରାଇବାକୁ ପରାମର୍ଶ ଦିଆଯାଇଛିା ପ୍ରଭାବିତ ଅଞ୍ଚଳରେ ଟ୍ୟାଙ୍କର ଦ୍ୱାରା ପାନୀୟ ଜଳ ଯୋଗାଇ ଦିଆଯିବା ନିରବଚ୍ଛିନ୍ନ ଜଳଯୋଗାଣ ନିମନ୍ତେ ବିକଳ୍ପ ବିଦୁ୍ୟତ୍‍ ବ୍ୟବସ୍ଥା ରହିବା ପମ୍ପିଂ ଷ୍ଟେସନ୍‍ରେ ବିଦୁ୍ୟତ ଯୋଗାଣ ବନ୍ଦ ସମୟରେ ଡିଜି ସେଟ୍‍ ପ୍ରସ୍ତୁତ ରଖାଯିବା

 କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦୁ୍ୟତ ଯୋଗାଣର ପୁନରୁଦ୍ଧାର ପାଇଁ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ ଶକ୍ତି ବିଭାଗ ପ୍ରସ୍ତୁତ ରହିବୋ ବାତ୍ୟା ହେଲେ ପ୍ରଭାବିତ ଅଞ୍ଚଳରେ ବିଦୁ୍ୟତ ଯୋଗାଣ ତୁରନ୍ତ କରାଯିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ବିଦୁ୍ୟତ ବିତରଣ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ଗଛକଟା ମେସିନ୍‍, କ୍ରେନ୍‍ ଓ କୁଶଳୀ କର୍ମଚାରୀମାନଙ୍କୁ ବାତ୍ୟା ସମ୍ଭାବ୍ୟ ଅଞ୍ଚଳରେ ଆଗୁଆ ମୁତୟନ ସୁନିଶ୍ଚିତ କରାଯିବା

 ଶିଶୁ, ମହିଳା ଓ ଅନ୍ୟ ଦୁର୍ବଳ ଶ୍ରେଣୀ ବ୍ୟକ୍ତିଙ୍କ ଯନିର ବ୍ୟବସ୍ଥା ମହିଳା ଓ ଶିଶୁ ବିକାଶ ବିଭାଗ କରିବୋ ଆଶ୍ରୟ ସ୍ଥଳକୁ ଶିଶୁ, ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରିବା ପାଇଁ ସ୍ୱତନ୍ତ୍ର ଯନି ନିଆଯିବା

 ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଗମ୍ୟ ଅଞ୍ଚଳରେ ସାଧାରଣ ବଣ୍ଟନ ଓ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୁନିଶ୍ଚିତ କରିବୋ ପେଟ୍ରୋଲ୍‍ ପମ୍ପଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଡିଜେଲ୍‍ ଓ ପେଟ୍ରୋଲ୍‍ ମହଜୁଦ୍‍ ରଖିବୋ ଚୁଡ଼ା, ଗୁଡ଼, ଦିଆସିଲି ଯୋଗାଣକାରୀମାନଙ୍କର ତାଲିକା ପ୍ରସ୍ତୁତ ରଖିବୋ

 ବର୍ତ୍ତମାନ ୧୨ ହଜାର ହେକଫର ଜମିରେ ହୋଇଥିବା ଧାନ ଶସ୍ୟ ଅମଳ ପାଇଁ ପ୍ରସ୍ତୁତ ହୋଇଛି ବୋଲି କୃଷି ବିଭାଗ ପ୍ରମୁଖ ଶାସନ ସଚିବ କହିଛନ୍ତିା ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷାକୁ ଆଖିରେ ରଖି ଅମଳ ହୋଇଥିବା ଧାନକୁ ସୁରକ୍ଷିତ କରିବା ପାଇଁ ପଦକ୍ଷେପ ନେବାକୁ ବ୍ୟବସ୍ଥା କରାଯିବା ଧାନଗୁଡ଼ିକୁ ଅନ୍ତତଃ ପକ୍ଷେ ୧୫ ଦିନ ସୁରକ୍ଷିତ ରଖିବା ପାଇଁ ଚାଷୀମାନଙ୍କୁ ପଲିଥିନ୍‍ ଓ ତାର୍‍ପୋଲିନ୍‍ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଯୋଗାଇ ଦେବୋ

 ବାତ୍ୟା ସମୟରେ ଟେଲି ଯୋଗାଯୋଗକୁ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ବିଏସ୍‍ଏନ୍‍ଏଲ୍‍ କର୍ତ୍ତୃପକ୍ଷ ଓ ଟେଲିକମ୍‍ ସେବା ପ୍ରଦାନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛିା ସେମାନେ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବିଏସ୍‍ଏନ୍‍ଏଲ୍‍ ଟାଓ୍ୱାରଗୁଡ଼ିକୁ ଆଗୁଆ ଯାଞ୍ଚ କରିବେ ଏବଂ ପ୍ରବଳ ବାତ୍ୟାକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବୋ ମୋବାଇଲ୍‍ ଟାଓ୍ୱାରର ବିକଳ୍ପ ବ୍ୟବସ୍ଥା ଏସବୁ ଜିଲ୍ଲାଗୁଡ଼ିକରେ ପ୍ରସ୍ତୁତ ରଖିବୋ

 ପୋଲିସ୍‍ ଯୋଗାଯୋଗ ନେଟ୍‍ଓ୍ୱାର୍କ ସାଟେଲାଇଟ୍‍ ଫୋନ୍‍କୁ ବିକଳ୍ପ ଯୋଗାଯୋଗ ବ୍ୟବସ୍ଥା ଭାବେ ବ୍ୟବହାର କରାଯିବା ସମସ୍ତ ଜିଲ୍ଲାପାଳ ଓଡ୍ରାଫ୍‍ୟୁନିଟ୍‍ ଏବଂ ରାଜ୍ୟସ୍ତରୀୟ ପ୍ରମୁଖ ରାଜ୍ୟ ସ୍ତରୀୟ ଅଧିକାରୀଙ୍କ ପାଖରେ ସାଟେଲାଇଟ୍‍ ଫୋନ୍‍ ପ୍ରସ୍ତୁତ ରହିବା

 ଯୋଗାଯୋଗ ବ୍ୟବସ୍ଥା ବ୍ୟାଘାତ ଘଟିଲେ ପୋଲିସ୍‍ ଯୋଗାଯୋଗ ନେଟ୍‍ ଓ୍ୱାର୍କ ବ୍ୟବସ୍ଥାର ବ୍ୟବହାର କରାଯିବା
ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱତନ୍ତ୍ର ରିଲିଫ୍‍ କମିଶନର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ବିପର୍ଯ୍ୟୟ ପରିଚାଳନା), ପୋଲିସ୍‍ ମହାନିର୍ଦ୍ଦେଶକ, ଅଗ୍ନିସମ ସେବା ମହାନିର୍ଦ୍ଦେଶକ, ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସ୍ୱରାଷ୍ଟ୍ର ବିଭାଗ, ପ୍ରମୁଖ ଶାସନ ସଚିବ, ଶକ୍ତି ବିଭାଗ, ମତ୍ସ୍ୟ ଓ ପାଣୀସଂପଦ ବିକାଶ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, କମିଶନର ତଥା ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ, କମାଣଣ୍ଡାଣ୍ଟ ଏନ୍‍ଡିଆର୍‍ଏଫ୍‍ ନିର୍ଦ୍ଦେଶକ ଆଇଏମ୍‍ଡି, ଭୁବନେଶ୍ୱର ଉପସ୍ଥିତ ଥିଲେ ଏବଂ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନେ କନ୍‍ଫରେନ୍ସ ମାଧ୍ୟମରେ ଏଥିରେ ଭାଗ ନେଇଥିଲୋ

Leave A Reply