Odisha news

ମହାରାଷ୍ଟ୍ରର ଆଲିବାଗରେ ଲ୍ୟାଣ୍ଡଫ୍ କଲା ବାତ୍ୟା ନିସର୍ଗ

0

ମୁମ୍ବାଇ, ୦୩ ଜୁନ୍  :  ମହାବାତ୍ୟା “ନିସର୍ଗ’ ମହାରାଷ୍ଟ୍ରର ଆଲିବାଗ ନିକଟରେ ବୁଧବାର ଅପରାହ୍ଣରେ ଲ୍ୟାଣ୍ଡଫଲ୍ କରିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୩ ଘଂଟା ଜାରି ରହିବ । ସେଠାରେ ଘଂଟାପ୍ରତି ୧୦୦ରୁ ୧୨୦ କି.ମି. ବେଗରେ ପବନ ବହୁଥିବା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତିଚ ।”ନିସର୍ଗ’ ପ୍ରଭାବରେ ଆଲିବାଗ ଓ ମୁମ୍ବାଇରେ ମଧ୍ୟ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହେଉଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମହରାଷ୍ଟ୍ରର ଅନ୍ୟୂନ ସାତଟି ଉପକୂଳବର୍ତୀ ଜିଲ୍ଲା ନିମନ୍ତେ ଭାରତୀୟ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଥିଲା । ଗୁଜରାଟର ଉପକୂଳବର୍ତୀ ଅଂଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ବାତ୍ୟା ପ୍ରବାହ ପଥରେ ଆସୁଥିବା ମୁମ୍ବାଇରେ ୧୬୪ ମିଲିମିଟରରୁ ଅଧିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ବାନ୍ଦ୍ରା ଓ ୱର୍ଲି ସି’ ଲିଲଙ୍କ୍ ରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି । ମଧ୍ୟରାତ୍ରୀ ବେଳକୁ ବାତ୍ୟା “ନିସର୍ଗ’ର ପ୍ରଭାବ ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

Leave A Reply

Your email address will not be published.